ଏହି ଜାଗାକୁ ସୁନ୍ଦରୀ କନ୍ୟା ଖୋଜିବାକୁ ଆସନ୍ତି ଯୁବକ, ଦେବାକୁ ପଡ଼େ ଲକ୍ଷ ଲକ୍ଷ ଟଙ୍କା!

ରୁଷ ଦେଶର ସୁନ୍ଦରୀ ଯୁବତୀ ଏଠାକାର ଖାସ୍ ପରିଚୟ ହୋଇଥାଆନ୍ତି। ସାରା ଦୁନିଆରୁ ଯୁବକମାନେ ଏଠାକୁ କନ୍ୟା ଖୋଜିବାକୁ ଆସନ୍ତି। ବିଶେଷ କରି ଚୀନରୁ ଅଧିକ ଯୁବକ ଏଠାକୁ ଆସିଥାଆନ୍ତି।

ଚୀନରେ ସରକାରଙ୍କ ଦ୍ୱାରା ଲମ୍ବା ସମୟ ଯାଏ ଓ୍ଵାନ୍ ଚାଇଲ୍ଡ ପଲିସି ରହିଥିଲା। ତେଣୁ ଏହି ପଲିସି ଯୋଗୁ ସେଠାରେ ଝିଅମାନଙ୍କ ସଂଖ୍ୟା ମଧ୍ୟ ବହୁତ କମିଗଲା। ଆଉ ଅବସ୍ଥା ଏମିତି ହୋଇଗଲା ଯେ ଶେଷରେ ଚୀନ ଯୁବକମାନଙ୍କୁ ବିବାହ କରିବା ପାଇଁ ଝିଅ ମିଳିଲେ ନାହିଁ। ତେଣୁ ଚୀନ ଯୁବକମାନେ କନ୍ୟା ସନ୍ଧାନରେ ଅନ୍ୟ ଦେଶକୁ ଯାତ୍ରା କଲେ।

a2221

ଏହାସହ ପଢ଼ନ୍ତୁ: ଏଠାରେ ଉତ୍ପାଦନ ହୋଇଥାଏ ‘କଳା ସେଓ’, ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ଆପଣଙ୍କୁ

ସାଧାରଣତଃ ଏହି ଯୁବକମାନେ ରୁଷର ସାଇବେରିଆରେ ପହଞ୍ଚିଥାଆନ୍ତି। କାରଣ, ସେଠାକାର ଯୁବତୀମାନେ ଖୁବ୍ ଆକର୍ଷଣୀୟ ଏବଂ ସୁନ୍ଦରୀ ହୋଇଥାଆନ୍ତି। ଏବେ ରୁଷରେ ଏହା ଏକପ୍ରକାର ବିଜିନେସ୍ ବନିଯାଇଛି, ଯାହାକୁ ‘ଓ୍ଵାଇଫ୍ ଟୁରିଜମ୍‌’ ବୋଲି କୁହାଯାଉଛି।

ଏହାଛଡ଼ା ରୁଷରେ ଯୁବକଙ୍କ ତୁଳନାରେ ଯୁବତୀମାନଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ଏଠାରେ ଅନେକ ଲିଗାଲ୍ ମ୍ୟାରେଜ୍ ଏଜେନ୍ସି ରହିଛି। ରିପୋର୍ଟ ମୁତାବକ, ଏଠାକୁ ବଡ଼ ବଡ଼ ବିଜିନେସ୍ ମ୍ୟାନ୍ ମଧ୍ୟ ସୁନ୍ଦରୀ ଯୁବତୀ ସନ୍ଧାନରେ ଆସିଥାଆନ୍ତି। ଆଉ ଏଥିପାଇଁ ମ୍ୟାରେଜ୍ ଏଜେନ୍ସିଗୁଡ଼ିକୁ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.