ଯୁବତୀ ଜାଳୁଥିଲେ ପୂର୍ବ ପ୍ରେମିକଙ୍କ ଚିଠି, କିନ୍ତୁ ଭୁଲରେ କଲେ ଏପରି କାମ ସହିବାକୁ ପଡିଲା ୮୫ ଲକ୍ଷ ଟଙ୍କାର କ୍ଷତି

ପ୍ରେମିକା ଏବଂ ପ୍ରେମିକା ଯେତେ ଆଧୁନିକ ହୋଇଯାଆନ୍ତୁ ନା କାହିଁକି ପ୍ରେମ ଚିଠି ଲେଖିବା ସାଧାରଣ କଥା। ଧିରେ ଧିରେ ସମୟ ପରିବର୍ତ୍ତନ ହୋଇଚାଲିଛି। ଏବେ ଆଧୁନିକ ଯୁଗରେ ମୋବାଇଲ, ମେସେଜ, ସୋସିଆଲ ମିଡିଆରେ କଥାବାର୍ତ୍ତା ଯୋଗୁଁ ପ୍ରେମ ପତ୍ର ଲେଖିବା କମ୍‌ ହୋଇଗଲାଣି। କିନ୍ତୁ ଦୁନିଆରେ ଏପରି କେତେକ ଲୋକ ରହିଛନ୍ତି, ଯିଏକି ନିଜ ପ୍ରେମିକା ଓ ପ୍ରେମିକାକୁ ଚିଠି ଲେଖିଥାନ୍ତି । ଏହି ଚିଠିର ମହତ୍ୱ ପ୍ରେମୀଯୁଗଳଙ୍କ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏହି ଚିଠିକୁ ନେଇ ଆମେରିକାରେ ଏକ ଅଦ୍ଭୁତ ଘଟଣା ଘଟିଛି, ଯାହା ବିଷୟରେ ଆପଣମାନେ ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

55

ଆମେରିକାର ନିବ୍ରୋସ୍କାରେ ରହୁଥିବା ଜଣେ ୧୯ ବର୍ଷୀୟ ଯୁବତୀ ନିଜ ଘରେ ବସି ପୂର୍ବତନ ପ୍ରେମିକଙ୍କ ପ୍ରେମ ଚିଠିକୁ ଜଳାଉଥିଲେ, କିନ୍ତୁ ଏହି ସମୟରେ ଏପରି ଭୁଲ କରିଥିଲେ ଯେ ଆପାର୍ଟମେଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଥିଲା। ସୂଚନା ମୁତାବକ, ଅରିଓନା ଚ୍ୟାନେଲ ଲିଲାର୍ଡ ନାମକ ଜଣେ ଯୁବତୀ ବ୍ୟୁଟେନ ଟର୍ଚ୍ଚ ସାହାଯ୍ୟରେ ନିଜର ପୂର୍ବ ପ୍ରେମିକ ଦେଇଥିବା ଚିଠିକୁ ପୋଡିବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଏହା ଜଳୁନଥିଲା।

ଏହାସହ ପଢନ୍ତୁ ; ବିଚିତ୍ର ଟ୍ୟୁମର ଅପରେସନ, ନିଜ ପ୍ରିୟର ସାଥୀ ପାଇଁ ମାଲିକ ଖର୍ଚ୍ଚ କଲେ ୯ ହଜାର ଟଙ୍କା

3

ଯୁବତୀ ଜଣକ ବିରକ୍ତି ହୋଇ ଚିଠିକୁ ସେହି ସ୍ଥାନରେ ଛାଡି ଶୋଇବାକୁ ଚାଲିଯାଇଥିଲେ। କିଛି ସମୟ ପରେ ଉଠି ଏପରି କିଛି ଦେଖିଥିଲେ, ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ। ଯୁବତୀ ଛାଡି ଯାଇଥିବା ଚିଠି ସହିତ ଘରର କାର୍ରପେଟ ମଧ୍ୟ ଜଳୁଥିଲା। ତା’ ପରେ ସେ ତୁରନ୍ତ ଫାୟାର ବିଗ୍ରେଡକୁ ଫୋନ କରି ଖବର ଦେଇଥିଲେ। ଦମକଳ ବାହିନୀ ସେଠାକୁ ଆସି ନିଆଁକୁ ଆୟତ୍ତ କରିଥିଲା। ଏହି ଘଟଣାରେ କେହି ଆହତ ହୋଇନଥିବା ବେଳେ ଆପାର୍ଟମେଣ୍ଟର ୮୫ ଲକ୍ଷ ଟଙ୍କାର କ୍ଷତି ହୋଇଥିଲା। ଯୁବତୀ ଜଣକୁ ସାଧାରଣ ପ୍ରେମ ଚିଠି ପାଇଁ ଏତେ ବଡ କ୍ଷତି ସହିବାକୁ ପଡିଲା।