ଭୁବନେଶ୍ୱରରେ ନିଜ ଭଡା ଘରୁ ମିଳିଲା ରଶ୍ମିତାଙ୍କ ମୃତଦେହ, ପୋଲିସ ଆଗରେ ଅଟକ ପ୍ରେମିକ ଅଜିତ୍

ଭୁବନେଶ୍ୱର : ପ୍ରେମରେ ହାରିଗଲେ କି ରଶ୍ମିତା । ପ୍ରତାରଣାକୁ ସହିପାରିଲେନି କି ରଶ୍ମିତା । ରଶ୍ମିକାକୁ ଏମିତି କଣ ବ୍ଲାକମେଲ କରୁଥିଲା ପ୍ରେମିକ । ପ୍ରେମରେ ପ୍ରତାରଣା ଓ ପ୍ରେମିକ ଦ୍ଵାରା ଠକି ଯାଇ ନିଜକୁ ସମ୍ଭାଳି ପାରିଲେନି । ଜୀବନ ହାରିଲେ ରଶ୍ମିତା ଦାସ । ଚାକିରି କରାଇଦେବା ନେଇ ନାଁ ରେ ପ୍ରେମିକ ଯୁବତୀ ଓ ତାଙ୍କ ପରିବାରକୁ ବ୍ଲାକ ମେଲ କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପ୍ରେମିକର ନାଁ ଅଜିତ ଦାସ, ଘର ଜଗତସିଂହପୁରରେ । ୨୨ ବର୍ଷିୟା ରଶ୍ମିତାଙ୍କ ଘର ଜଗତସିଂହପୁର ଜିଲ୍ଲା କୋରତାଲରେ‌। ସେ ଭୁବନେଶ୍ୱର ନୟାପଲ୍ଲୀର ଦେବରାୟ କଲେଜ ପାଖରେ ଥିବା ଏକ ଘରେ ଭଡ଼ା ନେଇକି ରହୁଥିଲେ। ଗତ କିଛି ଦିନ ତଳେ ସେ ଏକ ଘରୋଇ ସଫ୍ଟୱେର କମ୍ପାନୀରେ ଚାକିରି ପାଇବା ପରେ ସେଠାରେ ରହି ଟ୍ରେନିଂ ନେଉଥିଲେ।

ହେଲେ ଗତକାଲି ଦିନ ଦୁଇଟା ସମୟରେ ଘର ଭିତରୁ ମିଳିଲା ରଶ୍ମିତାଙ୍କ ଝୁଲନ୍ତା ମୃତଦେହ । ଯାହାକୁ ଦେଖି ପଡୋଶି ହତବାକ୍ ହେବା ସହ ତୁରନ୍ତ ପୋଲିସକୁ ଖବର ଦେଇଥିଲେ‌। ପୋଲିସ ମୃତଦେହ ଉଧାର କରି ତାଙ୍କର ପରିବାର ଲୋକଙ୍କ ଉପସ୍ଥିତିରେ ଆଜି ପୋଷ୍ଟମର୍ଟମ କରିଛି।

ତେବେ ପରିବାର ଲୋକଙ୍କ କହିବା କଥା କୁମାର ପୁର୍ଣିମା ପାଇଁ ପୁର୍ବ ଦିନ ଘରକୁ ଯାଇଥିଲେ ରଶ୍ମିତା । ଘରେ କୁମାର ପୁର୍ଣିମା ପାଳନ ବି କରିଥିଳଲେ ସେ । ସାଙ୍ଗ ସାଥିଙ୍କ ସହ ନୁଆ ଶାଢ଼ି ପିନ୍ଧି ଫଟୋ ଉଠାଇବ ଠାରୁ ଆରମ୍ଭ କରି ଚାନ୍ଦ ଓଷା ମଧ୍ୟ ପାଳନ କରିଥିଲେ । ତେବେ ଅଫିସ ଥିବାରୁ ସେ ଘରୁ ପଳାଇ ଆସିଥିଲେ। ପରେ ଗତକାଲି ସକାଳେ ମଧ୍ୟ ସେ ଅଫିସ ଯାଇଥିଲେ । ୧୧ ପରେ ଫେରିବା ପରେ ପରିବାର ସହ ମଧ୍ୟ କଥା ହୋଇଥିଲେ । ହେଲେ ଦିପ୍ରହର ବେଳକୁ କଲ ଆସିଲା ତାଙ୍କ ଝିଅ ମରିପଡିଛି ରୁମ ଭିତରେ ।

ସତରକୁ ସତ ପରିବାର ଲୋକେ ଆସି ଦେଖନ୍ତି ତ ଆଉ ରଶ୍ମିତା ଦେହରେ ଜୀବନ ନାହିଁ । ପରିବାର ପକ୍ଷରୁ ନୟାପଲ୍ଲୀ ଥାନାରେ ଏତଲା ଦିଆଯାଇଛି । ଏହା ଆଧାର କରି ଅଜିତକୁ ଅଟକ ରଖି ପଚରଉଚରା କରୁଛି ପୋଲିସ।

You might also like