ପାଞ୍ଚଜଣ ଆସି ରମାକାନ୍ତଙ୍କୁ ଘରୁ ଡାକି ନେଲେ ତା ପରେ ମିଳିଲା ତାଙ୍କର ମୃତଦେହ

ସ୍ତ୍ରୀ ଆଖିରୁ ଧାର ଧାର ହୋଇ ବହିଯାଉଛି ଲୁହ । କାନ୍ଦୁଛନ୍ତି …ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା କରୁଛନ୍ତି । କଣ ଆଉ ବା କରିପାରିବେ… ସ୍ବାମୀଙ୍କୁ ଡାକିନେଇ ତା’ ଜୀବନ ନେଇଗଲେ । ଏବେ ସଂସାର ଉଜୁଡ଼ିଗଲା ।

ମୃତକଙ୍କ ପତ୍ନୀ ନିଳିମା କହିବାନୁଯାୟୀ, ରାତିରେ ୫ ଜଣ ଯୁବକ ମୋ ସ୍ଵାମୀଙ୍କୁ ବାରମ୍ୱାର ଡାକିଥିଲେ । ମୁଁ ମନା କରିବା ସହିତ ତାଙ୍କୁ ଘରକୁ ଆଣିଥିଲି, ମାତ୍ର ଆମେ ଶୋଇପଡିବା ପରେ ମୋ ସ୍ଵାମୀଙ୍କୁ ପୁଣି ସେମାନେ ଡାକି ନେଇ ହତ୍ୟା କରିଛନ୍ତି ।

କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ ସାମାନ୍ୟ ବଚସାକୁ ନେଇ ଜଣେ ଯୁବକଙ୍କୁ ଛୁରୀ ଭୂଷି ନିର୍ମମ ହତ୍ୟା କରାଯାଇଛି । ଖେଳ ପଡିଆ ନିକଟରେ ରମାକାନ୍ତଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ ମାନେ । ମୃତ ଯୁବକ ଜଣଙ୍କ ହେଲେ ଉକ୍ତ ଗ୍ରାମର ରମାକାନ୍ତ ବେହେରା । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ।

ତେବେ ୧୦ ବର୍ଷ ତଳେ ଆମ ପୁତୁରା ତାଙ୍କ ଘରର ଝିଅକୁ ନେଇ ବିବାହ କରିଥିଲା । ଏହାକୁ ନେଇ ବିବାଦ ରହିଥିଲା ଏବଂ ଏହି ବିବାଦ ଯୋଗୁଁ ମୋ ସ୍ବାମୀଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି । ଏହି ବିବାଦକୁ ନେଇ ଗତକାଲି ସେମାନଙ୍କ ସହିତ ରମାକାନ୍ତ ଙ୍କର ପାଟିତୁଣ୍ଡ ହୋଇଥିଲା । ସେଠାରେ ଝଗଡ଼ା ହେବା ସହ ଉକ୍ତ ୫ ଜଣ ରମାକାନ୍ତଙ୍କୁ ମାଡ଼ ମାରିଥିଲେ ଏବଂ ଗୋଟିଏ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ରମାକାନ୍ତ ଚିକ୍ତାର କରି ପଡି ଯାଇଥିଲେ । ଦୁର୍ବୃତ୍ତ ମାନେ ସେ ସ୍ଥାନ ଛାଡି ସେଠାରୁ ପଳାଇଯାଇଥିଲେ । କ୍ଷତବିକ୍ଷତ ଅବସ୍ଥାରେ ଗ୍ରାମବାସୀମାନେ ରମାକାନ୍ତକୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ କୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାରେ ଗ୍ରାମରୁ ସମ୍ପୃକ୍ତ ୩ ଜଣଙ୍କୁ କୁଜଙ୍ଗ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ତିର୍ତୋଲ ଏସଡିପିଓ ଚିନ୍ମୟ ରାଉତ ପ୍ରକାଶ କରିଛନ୍ତି । ସେହିପରି ଏଭଳି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ କଠୋର ଦର୍ଡ ଦେବା ପାଇଁ ନିବେଦନ କରିଛନ୍ତି ମୃତକଙ୍କ ପତ୍ନୀ । ଏନେଇ ଗାଁରେ ପୋଲିସ ପକ୍ଷରୁ ସାଇଣ୍ଟିଫିକ ଟିମ୍ ଦ୍ଵାରା ତଦନ୍ତ ଆରମ୍ଭ କରିଛି ।

Also Read:ସିଡିପିଓଙ୍କ ଅମାପ ସମ୍ପତ୍ତି, ଭୁବନେଶ୍ୱରରେ ରହିଛି ୩୩୦୦ ବର୍ଗ ଫୁଟର ତିନି ମହଲା ଘର