ସ୍ପେଶାଲ

ବ୍ଲଡ୍‌ ଗ୍ରୁପରୁ ଜାଣିହେବ ବ୍ୟକ୍ତିତ୍ୱ ଓ ସ୍ୱଭାବ, ଜାଣନ୍ତୁ ନିଜ ବିଷୟରେ

ଭାରତ ଓ ବିଭିନ୍ନ ଦେଶରେ ଲୋକେ ସାଧାରଣତଃ ରାଶି ଓ ନକ୍ଷତ୍ରରୁ ବିବାହ ଓ ପାର୍ଟନରଙ୍କ ଭଲ ମନ୍ଦ ଜାଣନ୍ତି । ହେଲେ ଜାପାନରେ ବିବାହ ପାଇଁ ସେଠାକାର ଲୋକେ ବ୍ଲଡ୍‌ ଗ୍ରୁପ୍‌କୁ ପ୍ରାଧାନ୍ୟ ଦେଇଥାନ୍ତି । ବ୍ଲଡ୍‌ ଗ୍ରୁପ୍‌କୁ ମେଳ କରି ସେମାନଙ୍କର ଜୀବନ ସାଥୀ ବାଛିଥାନ୍ତି ।

ବ୍ଲଡ୍‌ ଗ୍ରୁପ୍‌ରୁ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱ, ସ୍ୱଭାବ ଓ ତା’ର ପସନ୍ଦ ଓ ନାପସନ୍ଦ ଏମିତି ବହୁତ କିଛି ଜଣାପଡେ । ଏ ସମ୍ପର୍କରେ ଗବେଷଣା କରି ପ୍ରଥମେ ତଥ୍ୟ ପ୍ରକାଶ କରିଥିଲେ ଜାପାନର ପ୍ରଫେସର ତୋକେଜି ଫୁରକାଓ୍ଵା । ଆସନ୍ତୁ ନିଜେ ପରଖନ୍ତୁ ବ୍ଲଡ୍‌ ଗ୍ରୁପ୍‌ରୁ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ କିଛି ..

 

. ‘ଏ’ ଗ୍ରୁପ୍‌ : ଏହି ଗ୍ରୁପ୍‌ର ବ୍ୟକ୍ତି ଚତୁର ହେବା ସହ ସମ୍ବେଦନଶୀଳ, ସହଯୋଗୀ, ଉତ୍ସାହୀ ଓ ଭାବୁକ ହୋଇଥାନ୍ତି । ଏମାନେ ବହୁତ ଧୈର୍ଯ୍ୟବାନ ହେବା ସହ ଗଣ୍ଡଗୋଳକୁ ପସନ୍ଦ କରିନଥାନ୍ତି । ଏମାନେ ସାମାଜିକ ରୀତି ନୀତି ମାନିବା ସହ ନିୟମ ଭାଙ୍ଗିବାକୁ ପସନ୍ଦ କରନ୍ତି ନାହିଁ । ଏହି ବ୍ୟକ୍ତିମାନେ ନିଷ୍ପତ୍ତି ନେବାକୁ ସମୟ ନେଇଥାନ୍ତି । ଏହି ଗ୍ରୁପ୍‌ର ବ୍ୟକ୍ତିମାନେ ଖୁବ୍‌ ଶୀଘ୍ର ଚାପର ବଶବର୍ତ୍ତୀ ହୋଇ ଯାଇଥାନ୍ତି ।

. ‘ବି’ ଗ୍ରୁପ୍‌ : ଏହି ଗ୍ରୁପ୍‌ର ବ୍ୟକ୍ତିମାନେ ରଚନାତ୍ମକ ଓ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେଇପାରନ୍ତି । ହେଲେ ଆଦେଶ ପାଳନ କରିବାରେ ବହୁତ ଢ଼ିଲା । ଏମାନେ ଟିକିଏ ସ୍ୱାର୍ଥପର ଅଟନ୍ତି । ଅନ୍ୟକୁ ସାହାଯ୍ୟ କରିବାରେ ବିଶ୍ୱାସ କରନ୍ତି ନାହିଁ । ଏହି ବ୍ୟକ୍ତିମାନେ ନିଜର ପରିଶ୍ରମ ବଳରେ ଦୁନିଆର ସବୁ କିଛି ହାସଲ କରିବାକୁ ଚାହାଁନ୍ତି । ନିଜର ନକାରାତ୍ମକ ବ୍ୟକ୍ତିତ୍ୱ ପାଇଁ ବେଳେ ବେଳେ ଭେଦଭାବର ଅସୁବିଧାକୁ ସାମ୍ନା କରିବାକୁ ପଡ଼ିଥାଏ । ଏହି ଗ୍ରୁପର ବ୍ୟକ୍ତିଙ୍କ ଅନ୍ୟ ଭଲ ଗୁଣ ଥିଲେ ବି ସମାଜ ଏମାନଙ୍କ ଖରାପ ଗୁଣ ପ୍ରତି ଦୃଷ୍ଟି ଦେଇଥାନ୍ତି । ବେଳେ ବେଳେ ଏମାନେ ଏକୁଟିଆ ହୋଇଯାଇଥାନ୍ତି ।

. ‘ଏବି’ ଗ୍ରୁପ୍‌ : ଏହି ଗ୍ରୁପ୍‌ର ବ୍ୟକ୍ତିମାନେ ‘ଏ’ ଓ ‘ବି’ ଗ୍ରୁପ୍‌ର ମିଶାମିଶି ସ୍ୱଭାବର ହୋଇଥାନ୍ତି । ଏହି ଗ୍ରୁପ୍‌ ଦ୍ୱି- ସ୍ୱଭାବର ହୋଇଥିବାରୁ ଟକେ ଦ୍ୱନ୍ଦ୍ୱାତ୍ମକ ହୋଇଥାନ୍ତି । ଏମାନେ ଲାଜକୁଳା ହୋଇଥିବା ବେଳେ ସ୍ୱପ୍ନାଭିଳାସୀ ହୋଇଥାନ୍ତି । ଅଜଣା ଲୋକଙ୍କୁ କେବେ ବି ନିଜର ବ୍ୟକ୍ତିତ୍ୱ ବିଷୟରେ ଜଣାଇ ନଥାନ୍ତି । ଏମାନଙ୍କୁ ସହଜରେ ବୁଝି ହୋଇନଥାଏ । ଏମାନେ ଆକର୍ଷକ ହେବା ସହ ସହଜରେ ବନ୍ଧୁ ସୃଷ୍ଟି କରି ପାରିଥାନ୍ତି । ଏମାନେ ବିଶ୍ୱାସୀ ହେବା ସହ ଆତ୍ମ କୈନ୍ଦ୍ରିକ ମଧ୍ୟ ହୋଇଥାନ୍ତି । ଖରାପ ଗୁଣ ମଧ୍ୟରେ ଭୁଲିଯିବା ସ୍ୱଭାବର ଓ କ୍ଷମାଗୁଣ ବିହୀନ୍‌ ହୋଇଥାନ୍ତି । ଏହି ଗ୍ରୁପ୍‌ ବିଶ୍ୱର ଦୁର୍ଲଭ ବ୍ଲଡ୍‌ ଗ୍ରୁପ୍‌ ଭାବରେ ଜଣାଯାଏ ।

.‘ଓ’ ଗ୍ରୁପ୍‌ : ଏହି ଗ୍ରୁପ୍‌ର ବ୍ୟକ୍ତି ଅତ୍ୟନ୍ତ ସାହସୀ ହୋଇଥାନ୍ତି । ସର୍ବଦା ହାଇଷ୍ଟାଣ୍ଡାର୍ଡରେ ରହିବାକୁ ଭଲ ପାଆନ୍ତି ଓ ଯାହା ଚାହାଁନ୍ତି ତାହା ପାଇବାକୁ ପ୍ରଯତ୍ନ କରିଥାନ୍ତି । ଏହି ବ୍ୟକ୍ତିମାନଙ୍କର ସୁନ୍ଦର ନେତୃତ୍ୱ ନେବାର ଗୁଣ ଥାଏ । ଛୋଟ ଛୋଟ କଥାରେ ସେ ବିବ୍ରତ ହୋଇ ନଥାନ୍ତି । ଏଥିପାଇଁ ଅନ୍ୟମାନେ ତାଙ୍କୁ ବେଳେ ବେଳେ ସ୍ୱାର୍ଥପର ଭାବିଥାନ୍ତି । ସେମାନେ ଉଦାର, ଦୟାବାନ୍‌ ଓ ପ୍ରେମପୂର୍ଣ୍ଣ ସ୍ୱଭାବର ହୋଇଥାନ୍ତି ।

କୈାଣସି କଠିନ ପରିସ୍ଥିତିରେ ଏମାନେ ଅନ୍ୟ ଗ୍ରୁପର ଲୋକଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଥାନ୍ତି । ‘ଓ’ ଗ୍ରୁପ୍‌ର ଲୋକମାନେ ଅତ୍ୟନ୍ତ ସଚ୍ଚୋଟ ହୋଇଥିବାରୁ ସତ୍ୟକୁ ଲୁଚାଉଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ । ତେବେ ଏମାନଙ୍କର ନେଗେଟିଭ ଗୁଣ କହିଲେ ଅସମୟାନୁବର୍ତ୍ତିତା, ରୁକ୍ଷ ଓ ଅଭିମାନୀ ହୋଇଥାନ୍ତି ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago