ସ୍ପେଶାଲ

କାହିଁକି ରାତିରେ ହୁଏ କିନ୍ନରଙ୍କ ଅନ୍ତିମ ସଂସ୍କାର? କଣ ରହିଛି ଏହା ପଛର କାରଣ

କୁହାଯାଏ କିନ୍ନରଙ୍କ ଅନ୍ତିମ ସଂସ୍କାର ଖୁବ୍ ରହସ୍ୟମୟ । ଏମାନଙ୍କୁ ମୃତ୍ୟୁର ଆଭାସ ପୂର୍ବରୁ ହୋଇଯାଏ । କିନ୍ତୁ ଏହା ବାବଦରେ କେବଳ କିନ୍ନର ସମ୍ପ୍ରଦାୟ ହିଁ ଜାଣିଥାନ୍ତି । ଏମାନଙ୍କ ବ୍ୟତୀତ ବାହାର ଦୁନିଆର କୌଣସି ବ୍ୟକ୍ତିଙ୍କ ନିକଟରେ ସାମାନ୍ୟ ମଧ୍ୟ ଖବର ନଥାଏ । ମୃତ୍ୟୁ ପରେ ସେମାନଙ୍କୁ ଜୋତା ଓ ଚପଲରେ ପିଟିବା ଏବଂ ଗାଳି ଦେବା ପରମ୍ପରା ରହିଛି । କେବଳ ଏତିକି ନୁହେଁ ବରଂ ଏମିତି ଅନେକ କଥା ଅଛି ଯାହା ଆପଣ ହୁଏତ ଜାଣିନଥିବେ ।

ବିବାହ ଠାରୁ ଆରମ୍ଭ କରି ଜନ୍ମ ପର୍ଯ୍ୟନ୍ତ ଘରର ଏକାଧିକ ଶୁଭ କାର୍ଯ୍ୟରେ ପହଞ୍ଚି ଆଶୀର୍ବାଦ ଦେଇ ବକ୍ସିସି ନେଇ ପୁଣି ଚାଲିଯାନ୍ତି ସେମାନଙ୍କ ଦୁନିଆକୁ। ଟ୍ରାଫିକ ସିଗନାଲରେ ଅଟକିଥିବା ଗାଡ଼ିର କାଚକୁ ଠକ ଠକ କରୁଥିବାର ଆପଣ ଅନେକ ଥର ଦେଖିଥିବେ । ପ୍ରଚଳିତ ସେକ୍ସୁଆଲ ଓରିଏଣ୍ଟେସନ୍ରୁ ଭିନ୍ନ ସେକ୍ସ ପ୍ରେଫରେନ୍ସ ରଖୁଥିବା କିନ୍ନରଙ୍କ ଦୁନିଆ ସମ୍ପୂର୍ଣ୍ଣ ଅଲଗା । ଯେଉଁଠାକୁ ସାଧାରଣ ଲୋକଙ୍କୁ ଯିବା ନିଷେଧ ହୋଇଥାଏ । ଏମିତିକି ଏମାନଙ୍କ ଅନ୍ତିମ ସଂସ୍କାର ବିଷୟରେ ମଧ୍ୟ ଲୋକ ମାନେ ଖୁବ କମ ଜାଣିଥାନ୍ତି । କିନ୍ତୁ କିଭଳି ହୁଏ ଏମାନଙ୍କ ଅନ୍ତିମ ସଂସ୍କାର ଏବଂ କ’ଣ ସବୁ ପରମ୍ପରା ରହିଛି ଏମାନଙ୍କ ମୃତ୍ୟୁକୁ ନେଇ ନଜର ପକାନ୍ତୁ ।

ଯଦିଓ ସମସ୍ତଙ୍କ ନିକଟରେ ନୁହେଁ ତଥାପି, କୁହାଯାଏ କେତେକ କିନ୍ନରଙ୍କ ନିକଟରେ ରହିଛି ଆଧ୍ୟାତ୍ମିକ ଶକ୍ତି । ଯାହା ମାଧ୍ୟମରେ ସେମାନଙ୍କୁ ପୂର୍ବରୁ ମୃତ୍ୟୁର ଆଭାସ ହୋଇଯାଏ । ମୃତ୍ୟୁ ନିକଟରେ ପହଞ୍ଚି ଗଲାଣି ଜାଣି ଏମାନେ କୌଣସି ସ୍ଥାନକୁ ଯିବା ଆସିବା କରିବା ଏବଂ ଖାଇବା ବନ୍ଦ କରିଦିଅନ୍ତି । ଏହି ସମୟରେ ସେମାନେ କେବଳ ପାଣି ପିଅନ୍ତି ଆଉ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତି । ପ୍ରାର୍ଥନାରେ ଥାଏ କେବଳ ଗୋଟିଏ ବାକ୍ୟ… ଯେ ଆର ଜନ୍ମରେ କିନ୍ନର ନ କରନ୍ତୁ । ଆଖପାଖ ଏବଂ ଦୂର ଦୂରାନ୍ତରେ ରହୁଥିବା କିନ୍ନର ମୃତ୍ୟୁ ଅପେକ୍ଷାରେ ଥିବା କିନ୍ନରଙ୍କ ଠାରୁ ଆଶୀର୍ବାଦ ନେବାକୁ ଆସନ୍ତି । କାରଣ ସେହି କିନ୍ନରଙ୍କ ଆଶୀର୍ବାଦ ଖୁବ ପ୍ରଭାବୀ ବୋଲି କୁହାଯାଏ । କିନ୍ତୁ କିନ୍ନର ସମ୍ପ୍ରଦାୟ ବ୍ୟତୀତ ଯେପରି ବାହାରର ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହାର ଖବର ନ ମିଳୁ ସେଥିପ୍ରତି ଯଥେଷ୍ଟ ସାବଧାନତା ଅବଲମ୍ବନ ହୁଏ । ଏମାନଙ୍କ ଶବକୁ କବର ଦିଆଯାଏ ।

ଶବ ଶୋଭାଯାତ୍ରା ସମୟରେ ଚାରି କାନ୍ଧରେ ନେବା ପରମ୍ପରା ଏମାନଙ୍କ ନିକଟରେ ଦେଖିବାକୁ ମିଳେନାହିଁ । ଶବକୁ ଛିଡ଼ା କରି ଅନ୍ତିମ ସଂସ୍କାର ପାଇଁ ନିଆଯାଏ । କୁହାଯାଏ ସାଧାରଣ ଲୋକ ଯଦି ମୃତ କିନ୍ନରଙ୍କ ଶରୀର ଦେଖି ନିଅନ୍ତି ତେବେ ମୃତ କିନ୍ନର ପୁନର୍ବାର କିନ୍ନର ହୋଇ ଜନ୍ମ ହୁଅନ୍ତି । କିନ୍ନର ନିଜକୁ ଖୁବ୍ଅଭିଶପ୍ତ ମାନନ୍ତି । ଜୀବନରେ କରିଥିବା ସମସ୍ତ ଭୁଲର ପ୍ରାୟଶ୍ଚିତ ପାଇଁ ଅନ୍ତିମ ସଂସ୍କାର ପୂର୍ବରୁ ମୃତ କିନ୍ନରଙ୍କୁ ଜୋତା ଚପଲରେ ମାରିବା ସହିତ ଗାଳି ଦିଆଯାଏ । ଖାଲି ସେତିକି ନୁହେଁ ଯଦି ତାଙ୍କ ସମ୍ପ୍ରଦାୟର ଜଣେ ମଧ୍ୟ କିନ୍ନରଙ୍କ ମୃତ୍ୟୁ ହେଉଛି ତେବେ ଆଖପାଖର ସମସ୍ତ ବୟସ୍କ କିନ୍ନର ସାତ ଦିନ ପର୍ଯ୍ୟନ୍ତ ବ୍ରତ ରଖନ୍ତି ଓ ମୃତ କିନ୍ନରଙ୍କ ପାଇଁ ପ୍ରାର୍ଥନା କରନ୍ତି ।

କିନ୍ନରଙ୍କୁ ଜଳାଇବା ପରିବର୍ତ୍ତେ କବର ଦିଆଯାଏ । ଅନ୍ତିମ ସଂସ୍କାର ଗୁପ୍ତ ଭାବରେ ଏବଂ ସାଧାସିଧା ଢଙ୍ଗରେ ହୋଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏମାନଙ୍କୁ କେହି ନ ଦେଖନ୍ତୁ ସେଥିପାଇଁ ମୃତ କିନ୍ନରଙ୍କ ଅନ୍ତିମ ସଂସ୍କାର ରାତିରେ ହୋଇଥାଏ ।

 

KNews Bureau

Recent Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ମହାମହିମ ରାଷ୍ଟ୍ରପତି ତାଙ୍କୁ ପଦ ଓ ଗୋପନୀୟତାର…

2 mins ago

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

2 hours ago

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…

2 hours ago

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

2 hours ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

2 hours ago

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

3 hours ago