Categories: ସ୍ପେଶାଲ

‘ମୋତେ ତୁମ ମେସେଜ ଜୀବିତ ରଖିଛି’, ଚାରିବର୍ଷ ପୂର୍ବେ ମରିଯାଇଥିବା ବାପାଙ୍କ ମୋବାଇଲରୁ ଝିଅକୁ ମିଳିଲା ଏଭଳି ଉତ୍ତର

ଜୀବନରେ ସବୁଠାରୁ ଅଧିକ ଭଲପାଉଥିବା ବାପାଙ୍କ ହଠାତ୍‌ ମୃତ୍ୟୁ ଖବର ସମସ୍ତଙ୍କୁ ଭାଙ୍ଗିଦିଏ। କିନ୍ତୁ କିଛି ଲୋକ ଏହାକୁ କିଛିଦିନରେ ଭୁଲି ଯାଉଥିବା ବେଳେ ଅନ୍ୟ କେତେକ ଲୋକ ଏହାକୁ ଭୁଲିପାରନ୍ତି ନାହିଁ। ଏପରି ଏକ ଘଟଣା ଆମେରିକାର ଅର୍କାସସ୍‌ରେ ରହୁଥିବା ମହିଳାଙ୍କ ସହିତ ଘଟିଛି। ଉକ୍ତ ମହିଳା ଚାରିବର୍ଷ ପୂର୍ବେ ତାଙ୍କ ପିତାଙ୍କୁ ହରାଇଥିଲେ। କିନ୍ତୁ ସବୁବେଳେ ବାପା ତାଙ୍କ ସହିତ ରୁହନ୍ତୁ , ସେଥିପାଇଁ ତାଙ୍କ ମୋବାଇଲକୁ ପ୍ରତିଦିନ ଏକ ମେସେଜ ପଠାଉଥିଲେ। ମହିଳା ଜଣକ ଚାରିବର୍ଷ ପର୍ଯ୍ୟନ୍ତ ଏପରି କରୁଥିଲେ। କିନ୍ତୁ ହଠାତ୍‌ ଥରେ ଏପରି ଘଟଣା ଘଟିଲା, ଯାହା ଆପଣଙ୍କୁ ମଧ୍ୟ ହତ୍‌ବାକ୍‌ କରିଦେବ।

ସୂଚନା ମୁତାବକ, ୨୪ ଅକ୍ଟୋବରକୁ ୨୩ ବର୍ଷୀୟ ଯୁବତୀ ଚେଷ୍ଟଟୀ ପେଟରସନଙ୍କ ପିତାଙ୍କ ଶ୍ରାଦ୍ଧବାର୍ଷିକ ଥିଲା। ପ୍ରତିଦିନ ଭଳି ଯୁବତୀ ଜଣକ ନିଜ ବାପାଙ୍କ ନମ୍ବରକୁ ମେସେଜ କରିଥିଲେ। ମେସେଜରେ ଚେଷ୍ଟଟୀ ଲେଖିଥିଲେ, ‘ ହାଲୋ ବାବା, ମୁଁ ଆପଣଙ୍କ ଝିଅ। ଆପଣଙ୍କୁ ହରାଇବାର ୪ ବର୍ଷ ହୋଇଗଲାଣି। ମୁଁ ସବୁଦିନ ବହୁତ କଷ୍ଟରେ ବିତାଉଛି। ପ୍ରତିଦିନ ତମକୁ ମନ ପକାଉଛି। ମୋତେ କ୍ଷମା କରିଦେବେ, ଆପଣଙ୍କ ଦରକାର ସମୟରେ ମୁଁ ଆପଣଙ୍କ ପାଖରେ ନଥିଲି ’। କେବଳ ଏତିକି ନୁହେଁ ଚେଷ୍ଟଟି ଆହୁରି ନିଜର ଗ୍ରାଜୁଏସନ ଏବଂ କ୍ୟାନସର ବିଷୟରେ ମଧ୍ୟ ମେସେଜରେ ଲେଖିଥିଲେ।

କିନ୍ତୁ ଏଥର ଏହି ମେସେଜର ରିପ୍ଲେ ଆସିଥିଲା। ଯାହାକୁ ଦେଇ ଚେଷ୍ଟଟୀ ଚକିତ ହୋଇପଡିଥିଲେ। ଯାହା ବହୁତ ଆଶ୍ଚର୍ଯ୍ୟଜନକ ଏବଂ ଭାବୁକ ରହିଥିଲା। ସେହି ମେସେଜ ରିପ୍ଲେରେ ଲେଖାଥିଲା, ‘ହାଲୋ ସୁଇଟହାର୍ଟ, ମୁଁ ତୁମ ବାପା ନୁହେଁ, କିନ୍ତୁ ଚାରି ବର୍ଷ ଯେଉଁ ମେସେଜ ତୁମେ କରୁଛ, ସବୁ ମୋ ପାଖକୁ ଆସୁଛି।

ସେହି ମେସେଜ ବ୍ରାଡ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଯାଉଥିଲା। ବ୍ରାଡ ୨୦୧୪ ଅଗଷ୍ଟରେ ନିଜ ଝିଅକୁ ଏକ କାର ଦୁର୍ଘଟଣାରେ ହରାଇଥିଲେ। ଚେଷ୍ଟଟୀଙ୍କ ମେସେଜ ବ୍ରାଡଙ୍କୁ ଆଜିପର୍ଯ୍ୟନ୍ତ ଜୀବିତ ରଖିପାରିଛି। ଏହା ଈଶ୍ୱରଙ୍କ ଏକ ସନ୍ଦେଶ ବୋଲି ବ୍ରାଡ୍‌ କହିଛନ୍ତି।

ଏହାସହ ପଢ଼ନ୍ତୁ ; ଆପଣ କେବେ ଦେଖିଛନ୍ତି ଏଲିଏନ୍‌ (ଅନ୍ୟଗ୍ରହ ଜୀବ) ବସ୍ତି, ଯେଉଁଠି ରହିଛି ୟୁଏଫ୍‌ଓ ଆକାରର କଲୋନୀ

ପୂର୍ବରୁ ବ୍ରାଡ ଚେଷ୍ଟଟୀଙ୍କ ମେସେଜର ରିପ୍ଲେ ଦେବାକୁ ଚାହୁଁଥିଲେ କିନ୍ତୁ ସେ ତାଙ୍କ ମନ ଭାଙ୍ଗିବାକୁ ଚାହୁନଥିଲେ। ତେଣୁ ଏପରି କରିନଥିଲେ। ଚେଷ୍ଟଟୀ ନିଜେ ଫେସବୁକ୍‌ ପେଜରେ ରିପ୍ଲାଏ ମେସେଜର ସ୍କ୍ରିନସଟ୍‌ ଦେଇଛନ୍ତି। ଏହାକୁ ଏପର୍ଯ୍ୟନ୍ତ ୮୪ ହଜାର ଲୋକ ଶେୟାର କରିସାରିଲେଣି। ଯାହାକୁ ପଢିସମସ୍ତେ ଭାବୁକ ହୋଇପଡୁଛନ୍ତି।

Swagatika

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

35 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

50 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago