ସ୍ପେଶାଲ

ପରିବେଶକୁ ନେଇ ଖେଳ ପଡିବ ମହଙ୍ଗା, ସମୟ ଥାଉ ଥାଉ ଚେତିଗଲେ ସମସ୍ତଙ୍କର ହେବ ମଙ୍ଗଳ

ଭୁବନେଶ୍ୱର(କେନ୍ୟୁଜ୍): ଗଛ ଗଛ…ଆଉ ସବୁ ପଛ, ଯଦି ଚଢିବା ମଟର ଗାଡି…ଗଛ ଲଗାଇବା ଧାଡି କି ଧାଡି…ନୋ ପ୍ଳାଣ୍ଟ ନୋ ଲାଇଫ୍। ଏହି ଭଳି ଅନେକ ସ୍ଲୋଗାନ ଦେଇ କିଛି କୁନି କୁନି ପିଲା ଓ କିଛି ଯୁବପିଢ଼ି ଆଗକୁ ବଢିଚାଲିଥିଲେ। ହାତରେ ଗୋଟିଏ ଲେଖାଏଁ ଗଛ ଧରି ଭୁବନେଶ୍ୱର ଆଠ ନମ୍ବର ସ୍ଥିତ କଲୋନୀରୁ କଲୋନୀ ବୁଲି ସ୍ଲୋଗାନ ଦେଇ ଚାଲିଥିଲେ । ବେଶ ଭିଡ଼ ଜମିଥିଲା କାହିଁକି ନା କିଛି ନେତା ଅଭିନେତା ମଧ୍ୟ ଉପସ୍ଥିତ ଥିଲେ ଏହି ରାଲିରେ । କିଛି ସ୍ଥାନରେ ଗଛ ବି ଲଗାଉଥିଲେ । ଆପଣ ବି ଏକଥା ଶୁଣି ବୁଝି ସାରିବେଣି, ଆଉ ବୁଝାଇବାକୁ ପଡିବନାହିଁ ।

କିନ୍ତୁ ଥରେ ଭାବିବା କଥା ଏହି ମଣିଷ ସମାଜର ମଙ୍ଗଳ ପାଇଁ କେମିତି  କୋମଳମତି ବାଳକମାନେ ବୁଲି ବୁଲି ଅବଗତ କରାଉଛନ୍ତି ଯେ ଗଛ ଲଗାଇବା ସମାଜ ପରିବେଶ ପାଇଁ କେତେ ମଙ୍ଗଳ। ଆଜିକାଲି ପରିବେଶ ଓ ଜଳବାୟୁ ଯେଉଁ ଭଳି ହେଲାଣି ଆଗକୁ ମଣିଷ ବଞ୍ଚିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିବ। ଯେଉଁଭଳି ଭାବେ ଗଛ କଟାଯାଇ ପରିବେଶ ଧ୍ବଂସ କରାଯାଉଛି ତାର ପରିଣାମ ଭୋଗିବାକୁ ମଣିଷକୁ ହିଁ ପ୍ରସ୍ତୁତ ହୋଇ ରହିବାକୁ ପଡିବ। ତେବେ ଏହି ପରିବେଶ କଥା ଚିନ୍ତାଧାରାକୁ ଆଣି କିଛି ଯୁବପୀଢି ଅଣ୍ଟା ଭିଡି ଆଗେଇ ଆସିଛନ୍ତି ।

ଆଠ ନମ୍ବର ଗ୍ରୀନ କ୍ଲବ ପରିସରରେ ସଭାଟିଏ ଆୟୋଜନ କରାଯାଥିବାବେଳେ, ସେଥିରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେଡିର ଆଗ ଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ର, ସ୍ଥାନୀୟ କର୍ପୋରେଟର ମାଡାମଙ୍କ ସହିତ ଅଭିନେତା ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହିଥିଲେ । ସଭା ଚାଲିଥାଏ ଆଉ ଆଗରେ ବସିଥାନ୍ତି ଏହି କୁନି କୁନି ପିଲା ମାନେ ଆଉ କିଛି ଯୁବପିଢୀ । ସମସ୍ତଙ୍କ ମଧ୍ୟରେ ଉତ୍ସାହ, ବେଶ ଖୁସିର ମାହାଲ ଥାଏ।

ଗ୍ରୀନ ପରିବେଶ ଏମଣିଷ ସମାଜ ପାଇଁ କେତେ ଉପକାରୀ , ଗଛ କାଟିଲେ କେତେ କ୍ଷତି , ଆଉ ଏ ସମାଜର ମଙ୍ଗଳ ପାଇଁ ପ୍ରତ୍ୟେକ ମଣିଷ ଗଛ ନିହାତି ଲଗାଇବା କଥା ଏ କଥା ଉପରେ ସଭିଏଁ ଭାଷଣ ଦେଇଥିଲେ । ଶେଷରେ ଜଣେ ଆଠ ନମ୍ବର ହାଇସ୍କୁଲର ଶିକ୍ଷକ ଅତି ସୁନ୍ଦର ଗପ ଟିଏ କହିଥିଲେ। ଗଛ କାଟିବା, ଗଛ ନ ଲଗାଇବା, ଜଙ୍ଗଲ କାଟିବା କେତେ ଯେ ବିପଦ ସେନେଇ ବୁଝାଇଥିଲେ । ଶେଷରେ କହିଥିଲେ ଯେ ଏସବୁର ଗୋଟିଏ ସମାଧାନ ହେଉଛି ପ୍ରତ୍ୟେକ ମଣିଷ ଗଛ ଲଗାଇବା ଉଚିତ୍ ।

ଆମେ ଆମ ପରିବେଶ ଓ ଜଳବାୟୁକୁ ନେଇ ସଚେତନ ହେବା ଦରକାର । ଯାହା ଦ୍ୱାରା ଆମ ପରିବେଶ ସୁସ୍ଥ ରଖିବ, ଆଉ ପରିବେଶ ସୁସ୍ଥ ରହିଲେ ଆମେ ବି ନିରୋଗ ରହିବା ।

 

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago