ସ୍ପେଶାଲ

ଟ୍ରାଫିକ ପୋଲିସଙ୍କ ଆଙ୍ଗୁଠି କାମୁଡିଲେ ଉତ୍ତ୍ୟକ୍ତ ଯୁବକ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଯେଉଁମାନେ ବିନା ହେଲମେଟ୍‌ ରେ ଗାଡ଼ି ଚଲାନ୍ତି, ସେମାନେ ଟ୍ରାଫିକ୍‌ ପୋଲିସ୍‌ କୁ ଦେଖିଲେ ଭୟ କରନ୍ତି । ଖସିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାନ୍ତି । କିନ୍ତୁ କେହି କେବେ ଟ୍ରାଫିକ୍‌ ପୋଲିସ ସାମ୍ନାରେ ଧରା ପଡ଼ିବା ପରେ ତାଙ୍କୁ ହିଁ ଆକ୍ରମଣ କରିଥିବା ଆପଣ ହୁଏତ କେବେ ଦେଖି ନଥିବେ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଘଟଣା ଜଣାଇବାକୁ ଯାଉଛୁ । ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ବେଙ୍ଗାଲୁରୁର ୱିଲସନ ଗାର୍ଡେନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ଦାନ୍ତରେ ଟ୍ରାଫିକ ପୋଲିସଙ୍କ ଆଙ୍ଗୁଠି କାମୁଡିଛନ୍ତି । ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ବିନା ହେଲମେଟରେ ବାଇକ୍ ଚଳାଉଥିଲେ ଏବଂ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇ ଥିଲେ । କିନ୍ତୁ ଅଭିଯୁକ୍ତ ଜଣଙ୍କ ଉତକ୍ଷିପ୍ତ ହୋଇ ସିଧା ଟ୍ରାଫିକ୍‌ ପୋଲିସ୍‌ ଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ଆଙ୍ଗୁଠିକୁ ଏପରି ଭାବେ କାମୁଡ଼ିଥିଲେ ଯେ ସେ ଯନ୍ତ୍ରଣାରେ ଚିତ୍କାର କରି ଉଠିଥିଲେ । ସାଧାରଣତଃ ଯେଉଁମାନେ ବିନା ହେଲମେଟରେ ଯାତ୍ରା କରନ୍ତି ସେମାନେ ଟ୍ରାଫିକ୍‌ ପୋଲିସକୁ ଡରନ୍ତି । କିନ୍ତୁ ଏ ବ୍ୟକ୍ତିଜଣକ ଟ୍ରାଫିକ୍‌ ପୋଲିସକୁ ଡରିବେ କଣ ଓଲଟା ତାଙ୍କୁ ହିଁ ପାଲଟା ଆକ୍ରମଣ କରିଥିଲେ । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ୨୮ ବର୍ଷ ବୟସ୍କା ସୟଦ ଶାଫି ବିଟିଏମ୍ ବେଙ୍ଗାଲୁରୁର ବାସିନ୍ଦା ଏଭଳି କାଣ୍ଡ କରିଥିବା ଜଣା ପଡ଼ିଛି । ଘଟଣା ଦିନ ସକାଳେ ସେ ବିନା ହେଲମେଟରେ ସ୍କୁଟିରେ ୱିଲସନ ଗାର୍ଡେନ ଦେଇ ଯାଉଥିଲେ । ଟ୍ରାଫିକ ପୋଲିସ ତାଙ୍କୁ ଚାଲାଣ କାଟିବା ପାଇଁ ଅଟକାଇଥିଲା । ଏବଂ ଏହି ସମୟରେ ଜଣେ କର୍ମଚାରୀ ତାଙ୍କ ସ୍କୁଟିରୁ ଚାବି ବାହାର କରିବା ଆରମ୍ଭ କରିଥିଲେ। କର୍ମଚାରୀଙ୍କୁ ସ୍କୁଟିରୁ ଚାବି କାଢ଼ିବାକୁ ଦେଇନଥିଲେ ବ୍ୟକ୍ତି ଏବଂ ଅଭିଯୁକ୍ତ ଯୁବକ ତାଙ୍କ ହାତରେ ଚାବି ଜୋର କରି ଧରିଥିଲେ । ଟ୍ରାଫିକ୍‌ ପୋଲିସ କର୍ମଚାରୀ ମଧ୍ୟ ଯୁବକଙ୍କ ହାତରୁ ଚାବି ଛଡ଼ାଇବାକୁ ଚେଷ୍ଟା କରିଥିଲେ । ଏହାରି ମଧ୍ୟରେ ଯୁବକ ଜଣକ ଉତକ୍ଷିପ୍ତ ହୋଇ ଟ୍ରାଫିକ୍‌ ପୋଲିସଙ୍କ ଆଙ୍ଗୁଠି କାମୁଡ଼ିଥିବା ଦେଖିବାକୁ ମିଳିଥିଲା ।

ଅଭିଯୁକ୍ତ ଯୁବକ ଓ ଟ୍ରାଫିକ ପୋଲିସଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ଲାଗି ରହିଥିଲା । ଯୁବକ ତାଙ୍କ ବାଇକ୍‌ ନେଇଯିବାକୁ ଚେଷ୍ଟା କରୁଥିବାର ମଧ୍ୟ ଦେଖାଯାଇଥିଲା । ଅନ୍ୟପଟେ ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ଏହି ଘଟଣାର ଏକ ଭିଡିଓ କରିଥିଲେ । ଯାହାକୁ ସେ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଡ୍ୟୁଟିରେ ଥିବା କନେଷ୍ଟବଳଙ୍କୁ ଆକ୍ରମଣ କରିଥିବାରୁ ଉକ୍ତ ଯୁବକଙ୍କୁ ବର୍ତ୍ତମାନ ଗିରଫ କରାଯାଇଛି । ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

Subhalaxmi Das

Recent Posts

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି : ସୁରେଶ ରାଉତରାୟ

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି ।  କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା ବଢ଼ିବାରେ…

19 mins ago

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଉଗ୍ରବାଦୀଙ୍କ ଗୁଳିମାଡ଼, ୨ ଯବାନ ଆହତ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ ଗୁଳିମାଡ଼ । ସନ୍ଦିଗ୍ଧ ଉଗ୍ରବାଦୀମାନେ ଏହି ଗୁଳିମାଡ଼ କରିଥିବା…

1 hour ago

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ…

1 hour ago

ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ; ସ୍ଥିତି ଉପରେ ଲଗାତାର ନଜର

ଜମ୍ମୁ କଶ୍ମୀର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା…

1 hour ago

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର, ବରଯାତ୍ରୀ ମାତା ପାର୍ବତୀଙ୍କ ପିତ୍ରାଳୟ ଅଭିମୁଖେ ଗମନ କରିବେ

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର  l ଆଜି ମଧ୍ୟ ରାତ୍ରରେ ଦେବ ଦେବ ମହାଦେବଙ୍କ ବରଯାତ୍ରୀ…

2 hours ago

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ନିଷ୍ପତ୍ତି, ଚାଷୀଙ୍କ ପାଇଁ ଜାରି କଲେ ୨୦,୦୦୦ କୋଟି ଟଙ୍କା

ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପିଏମ୍‌ ନରେନ୍ଦ୍ର ମୋଦି ନିଜର ପ୍ରଥମ ନିଷ୍ପତ୍ତି…

2 hours ago