ଟ୍ରେନ୍ ରେ ଯିବା ବାଟରେ ଟେକା ବାଜି ଚାଲିଗଲା ଯୁବକଙ୍କ ଜୀବନ

ଭୈୟା ହାମ ନା ଘରମେ ଇସବାର ସବ ମୀଲକେ ବହୁତ ଆଛାସେ ଔର ବଡି ଧୁମ ଧାମ ସେ ତ୍ଵିହାର ମନାଏଙ୍ଗେ l ଘର କୋ ବହୁତ ବଢିଆ ସେ ସଜାଏଙ୍ଗେ l ମଜ୍ଜା ଆଯାଏଗା ଦେଖ ନା l ….ଏମିତି ଟ୍ରେନ ରେ ଘରକୁ ଫେରିଲା ବେଳେ ରାସ୍ତାରେ ଦୁଇ ଭାଇ ବହୁତ ମଜ୍ଜା ମଜିଲିସ କରି କଥା ହୋଇ ଆସୁଥିଲେ । ଏବଂ କଣ କରିବେ ପୂଜାରେ କଣ କଣ ହେବ ସବୁ ପ୍ଲାନ ବଡ଼ ଭାଇ ମୁନା କୁମାର ଆଉ ସାନ ଭାଇ ପ୍ରିନ୍ସ ଟ୍ରେନ ବସି ଆସିଲା ବେଳେ ଗୋଟି ଗୋଟି କରି ଭାବୁ ଥିଲେ l ଦୁଇ ଭାଇ ମିଶି ଦ୍ୱି ପହର ମଧ୍ୟାହ୍ନ ଭୋଜନ ଵି କଲେ l ତାପରେ ଏହି କଥା ଏତିକି ଅଧୁରା ରହିଗଲା l ଆଉ ପ୍ରିନ୍ସ ଫେରି ପାରିନଥିଲା ନିଜ ଘରକୁ l ଏମିତି ଘଟଣା ଟ୍ରେନ ଭିତରେ ଘଟିଲା ଯାହା ଆଗରୁ କେବେ ଏମିତି କାହା ସହ ଘଟିନଥିବ । ଏଭଳି ଅଦ୍ଭୁତ ଭାବରେ ଜୀବନ ଯିବା ଭଳି ବିରଳ ।
ଆପଣ ଭାବୁଥିବେ କୌଣସି ଟ୍ରେନ୍ ଦୁର୍ଘଟଣା ଘଟିଥିବ ନିଶ୍ଚୟ ନଚେତ୍ କୌଣସି ପ୍ରାକୃତିକ ଘଟଣା ଘଟିଥିବ । କିନ୍ତୁ ସେମିତି କିଛି ନୁହେଁ । କିପରି ହଠାତ୍ ପ୍ରୀନ୍ସଙ୍କ ଜୀବନ ଯାଇଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।କାହିଁକି ପ୍ରିନ୍ସ ଫେରି ପାରିନଥିଲା ନିଜ ଘରକୁ, କଣ ଘଟିଥିଲା ତାଙ୍କ ସହ । ପ୍ରିନ୍ସ ସହ ଆଉ ତା ଭାଇ ମୁନା କୁମାର ସହିତ ଘଟିଲା ନାହିଁ କାହିଁକି l କଣ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଲା l ପ୍ରିନ୍ସ କିଏ ତାଙ୍କ ଘର କଉଠି ଏସବୁ କଥା ଜାଣିବା l
ବିହାର ରାଜ୍ୟ କାଠିଆଡ଼ ଜିଲ୍ଲା ଏକ ଅପହଞ୍ଚ ଅଞ୍ଚଳର ବିଜୁଟୋଲବେସରିଆ ଛୋଟିଆ ଗାଁ ଟିଏ l ସେହି ଗାଁ ର ନାଗେନ୍ଦ୍ର ମିସ୍ତ୍ରୀଙ୍କ ପୁଅ ମୁନା କୁମାର ଆଉ ପ୍ରିନ୍ସ କୁମାର ଦୁଇ ଭାଇ ଘର ଘର ଆର୍ଥିକ ସ୍ଥିତି ଭଲ ନଥିବାରୁ ରୋଜଗାର ପାଇଁ ଆନ୍ଧ୍ର ପ୍ରଦେଶ ବାହାରିଲେ l ସେଠାରେ ଯାଇ ଦୁଇ ଭାଇ ଦୀର୍ଘ ଦୁଇ ତିନି ମାସ ହେଲା କାଠ କାମରେ ନିୟୋଜିତ ଥିଲେ l ଆଉ ଘରକୁ ଦୁଇ ପଇସା ପଠାଉଥିଲେ ସେଥିରେ ପରିବାର ସୁରୁଖୁରରେ ଚଳିଥିଲା । ଘରେ ଆଉ ତିନି ଚାରି ଦିନ ପରେ ପର୍ବ ପର୍ବାଣୀ କଣ ଥିଲା ତାକୁ ପାଳନ କରିବାକୁ ଦୁଇ ଭାଇ କୁର୍ଲା ଭୁବନେଶ୍ୱର ନାମକ ଏକ ଟ୍ରେନ ଯୋଗେ ଆନ୍ଧ୍ର ପ୍ରଦେଶ ରୁ ଭୁବନେଶ୍ୱର ଆସୁଥିଲେ l ପୁଣି ଭୁବନେଶ୍ୱରରୁ ଅନ୍ୟ ଟ୍ରେନରେ ବିହାର ନିଜ ଗାଁ କୁ ଯାଇଥାଆନ୍ତେ l କେତେ ମଜା କେତେ କଣ ଚାଲିଥିଲା l ହେଲେ ସବୁ ମଜା କ୍ଷଣକ ଭିତରେ ସଜ୍ଜା ହୋଇଗଲା । ସବୁକିଛି ଫସର ଫାଟିଗଲା l
ଭୁବନେଶ୍ୱର ଷ୍ଟେସନରେ କୁର୍ଲା ଭୁବନେଶ୍ୱର ଟ୍ରେନ ପହଞ୍ଚିବାକୁ ଆଉ ଅଳ୍ପ ସମୟ ଅଛି କୋଉଠି ଯମ ଛକି ବସିଥିଲା କେଜାଣି ହଠାତ ଟେକାଟିଏ ଆସି ପ୍ରିନ୍ସର ମୁଣ୍ଡରେ ବାଜିଲା l ଟ୍ରେନ ଭିତରେ ବସିଥିବା ସାନ ଭାଇ ପ୍ରିନ୍ସ ସେଇଠାରେ ଟଳି ପଡିଲା । ମୁନା କୁମାର ଜିଆରପି ପୋଲିସ ସମସ୍ତେ ମିଶି ପ୍ରିନ୍ସ କୁ କ୍ୟାପିଟାଲ ହସ୍ପିଟାଲ ନେଇ ଆସିଲେ l କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କଲେ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଘଟଣା ଭୁବନେଶ୍ୱରଠାରୁ ବାପୁଜୀ ନଗର ମଧ୍ୟରେ ହିଁ ଘଟିଛି । ତେବେ ଏହି ଘଟଣା ପରେ ରେଲୱେ ର ବିଭିନ୍ନ ବିଭାଗ ଯାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପ୍ରଥମ ପର୍ଯ୍ୟାୟ ରେଲୱେ ବିଭାଗ ମୃତ ଯୁବକଙ୍କୁ କ୍ଷତି ପୁରଣ ବାବଦକୁ କେତେ ଲକ୍ଷ ଟଙ୍କା ଦିଆ ଯାଇଥିଲା l ଆଉ ଆଗକୁ ଜିରପି ପୋଲିସ ତଦନ୍ତ ଜାରି ରଖିଛନ୍ତି l