ଭଲ ପାଠ ପଢ଼ୁଥିଲେ, ମେଧାବୀ ଥିଲେ ହେଲେ ଭାଗ୍ୟ ବନାଇଦେଲା ପଙ୍ଗୁ

ନରସିଂହପୁର : ସେଇଠି ଶୁଆ ବସା, ସେଇଠି ହେଇଯାଉଛି ଝାଡା ପରିସ୍ରା । ଭେଣ୍ଡିଆ ପୁଅର ଏପରି ଅବସ୍ଥା ଦେଖି କେହି କଣ ସମ୍ଭାଳି ହୋଇ ରହିପାରିବ । ଦେଖୁନାହାଁନ୍ତି କେମିତି ଭେଣ୍ଡିଆ ପୁଅ ପାଲଟି ଯାଇଛି ଶଯ୍ୟାଶାୟୀ । ଯେଉଁ ପୁୁଅ ଦିନେ ପାଠ ପଢ଼ି ସ୍କୁଲର ନାଁ ରଖୁଥିଲା, ବାପା ମାଆଙ୍କର ନାଁ ରଖୁଥିଲା । ସେହି ପୁଅର ଦିନେ ଏମିତି ଅବସ୍ଥା ବୋଲି କିଏ ବା ଜାଣିଥିଲା ।

କେତେ ସୁନ୍ଦର ଚେହେରା ତାଙ୍କର ଦେଖନ୍ତୁ । ବାପା ମାଆ କେତେ ଖୁସିରେ ନାଁ ରଖିଥିଲେ ଗିରିଶ୍‌ । ରୂପରେ ବି ଯେମିତି ଗୁଣରେ ବି ସେମିତି ଥିଲେ ଗିରିଶ୍‌ । କେବଳ ଯେ ଭଲ ପାଠ ପଢ଼ି ମେଧାବୀ ଛାତ୍ର ଥିଲେ ତାହା ନୁହେଁ, ଗାଁର ସମସ୍ତ ପିଲାମାନଙ୍କୁ ପଢ଼ାଇ ଗାଁରେ ପାଲଟିଥିଲେ ସୁନା ପୁଅ । ହେଲେ ଭାଗ୍ୟର ବିଡମ୍ବନା, ଗିରିଶ୍‌ କରିବେ ବା କଣ? କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଖଇରିପଙ୍ଗା ଗାଁର ଗିରିଶ ବେହେରା ଏବେ ଶଯ୍ୟାସାୟୀ, ଅକାଳରେ କଟୁଛି ଦିନ । ଦିନେ କଲେଜରେ ଭଲ ପାଠ ପଡୁଥିବା ଗିରିଶ ସ୍ବପ୍ନ ଦେଖୁଥିଲେ ପାଠ ପଢି ବଡ ମଣିଷ ହୋଇ ଚାକିରି କରିବେ । କିନ୍ତୁ ଭାଗ୍ୟ ର ବିଡମ୍ବନା ଏକ ସଡ଼କ ଦୁର୍ଘଟଣା ରେ ସେ ହୋଇଗଲେ ଅକର୍ମଣ୍ୟ ।

ଗୋଟେ ଗୋଡ ଓ ଡାହାଣ ହାତ କାମ କରୁନି, ସେଥିପାଇଁ ଆଜି କିଛି କରି ପାରୁନାହାନ୍ତି ଗିରିଶ । ଦିନ କଟୁଛି ଶଯ୍ୟାରେ । ବାପା କୈଳାଶ ବେହେରା ଆରପାରିରେ, ମାଆର ମୁଣ୍ଡ କାମ କରେନି, କେବଳ ଭାଇ ଭରଷାରେ ଜୀବନ ବଞ୍ଚିଛି ଗିରିଶଙ୍କର । ପରିବାର କହିଲେ ଭାଇ କୃଷ୍ଣ ଚନ୍ଦ୍ର ବେହେରା, ଯିଏ କି ଜଣେ ଗାଡି ଡ୍ରାଇଭର । ଗାଡ଼ି ଚଳାଇ ଭରଣ ପୋଷଣ କରନ୍ତି । ପରିବାରରେ ସାନ ଭାଇ ମେଣ୍ଢା ଚରାଇ କିଛି ବେଳେବେଳେ ସାହାଯ୍ୟ ସହଯୋଗ କରନ୍ତି ।

ବାପା ଚାଲିଯିବା ପରେ, ଝୁରି ଝୁରି ପାଗଳୀ ହୋଇଗଲେ ଗିରିଶଙ୍କ ମା । ଭାଇକୁ ଭଲ କରିବାକୁ ଘରେ ଥିବା ଧନ ସମ୍ପତି ସହ ସମସ୍ତ ମେଣ୍ଢା ଗୁଡ଼ିକ ଶେଷରେ ବିକିବାକୁ ପଡ଼ିଲା । ତଥାପି ଭଲ ହେଇପାରିଲେନି ଗିରିଶ୍‌ । ଦୀର୍ଘ ଦିନ ଡାକ୍ତର ଖାନାରେ ରହିବା ପରେ ଡାକ୍ତର କହିଲେ ଅପରେସନ ହେବ । ହେଲେ ଏତେ ଟଙ୍କା ଆସିବ କେଉଁଠୁ । ତେଣୁ ଉପାୟ ନପାଇ ଘରକୁ ଫେରି ଆସିଲେ ।

ଏବେ ସାହାଯ୍ୟ ଅପେକ୍ଷାରେ ଗିରିଶ ବେହେରା । ତେଣୁ ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସରକାର ସ୍ତରରୁ କିଛି ସାହାଯ୍ୟ ମିଳନ୍ତା ତେବେ ପୁଣି ଗିରିଶ ସୁସ୍ଥ ହୋଇ ପାରନ୍ତେ ବୋଲି ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି । ଦେଖିବାକୁ ବାକି ରହିଲା କେବେ ଶୁଣୁଛନ୍ତି ସରକାର ତାଙ୍କ ଦୁଃଖ । ଅସହାୟ ଗିରିଶ ଙ୍କ ମୁଖ ରେ କେବେ ଫୁଟିବ ହସ ।

ତେବେ ଏନେଇ ଆମେ ସ୍ଥାନୀୟ ସରପଞ୍ଚ ଙ୍କ ସହ ଆଲୋଚନା ପରେ ସେ ଦାରିତ୍ରାତାକୁ ସ୍ବୁକାର କରିଥିଲେ ଓ ପଞ୍ଚାୟତରେ ସେମିତି କିଛି ଫଣ୍ଡ ନାହି କିନ୍ତୁ ସେ ସରକାରଙ୍କୁ ଓ ବଦାନ୍ୟ ବ୍ୟକ୍ତି ଙ୍କୁ ସାହାଜ୍ଯ ପାଇଁ ଅନୁରୋଧ କରିଥିଲେ ପରେ ଆମେ ସ୍ଵାଥ୍ୟ ବିବାଗ ଅଧିକାରୀଙ୍କ ସହ ଯୋଗାଯୋଗ ପରେ ସେ ଆଗରୁ ଜାଣି ନଥିଲେ ଆମ ପାଖରୁ ଶୁଣିଲେ ଓ ତୁରନ୍ତ ଗିରିଶ ଘରକୁ ଯାଇ ଦେଖିବା ପରେ ତାର ପ୍ରତିକାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |

You might also like