ୟୁଟୁବ ପାଲଟିଛି ରୋଜଗାରର ପନ୍ଥା, ଜାଣନ୍ତୁ କେମିତି ?
ଆଜିକାଲି ଭଲ ରୋଜଗାରର ବାଟ ଯୋଗାଉଛି ୟୁଟୁବ । ତେବେ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ବକ୍ତିମାନେ ସମସ୍ତେ ଏଥିରେ ଅଧିକ ସମୟ ଦେଉଥିବା ଦେଖିବାକୁ ମିଳିଛି । ଭଳିକି ଭଳି ଖବର ନେଇ ଆପଣଙ୍କ ଆଖି ଆଗକୁ ଆସି ଯାଉଛି ୟଟ୍ୟୁବ । ଲୋକପ୍ରିୟତାକୁ ଦେଖି ଆଜିର ଯୁବଗୋଷ୍ଠି ଚାହୁଁଛି ୟୁଟ୍ୟୁବରେ ନିଜର ଚ୍ୟାନେଲ କରିବାକୁ ।
କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ଟଙ୍କା ରୋଜଗାରର ସବୁଠୁ ବଡ ଜରିଆ ବନିଯାଇଛି ୟୁଟ୍ୟୁବ୍ । କୌଣସି ବି ବ୍ୟକ୍ତି କଣ୍ଟେକ୍ଟ ଜରିଆରେ ଘରେ ବସି ଟଙ୍କା କମାଇପାରିବେ । ୟୁଟ୍ୟୁବ ଚ୍ୟାନେଲକୁ ନେଇ ପ୍ରାୟତଃ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ କେତେ ଭ୍ୟୁଜରେ କେତେ ଟଙ୍କା ମିଳିବ ।ଏହାକୁ ନେଇ ଚିନ୍ତା କରିଥାନ୍ତି ଲୋକେ ।ତେବେ ଆମେ ଆପଣଙ୍କୁ ଜଣାଇବୁ କେମିତି ଓ କିପରି ଉପାୟରେ ଆପଣ ରୋଜଗାର କରିପାରିବେ ।
ୟୁଟ୍ୟୁବରେ ଆପଣ କେତେ ଟଙ୍କା କମାଇପାରିବେ ଏହା କେବଳ ଆଉ କେବଳ ଆପଣଙ୍କ ଭିଡିଓର ଭ୍ୟୁଜ୍ ଏବଂ ଆଡ୍ସ ଉପରେ ନିର୍ଭର କରେ । ଦାବି କରାଯାଉଛି ଯେ ୟୁଟ୍ୟୁବ ୧୦୦୦ ଭ୍ୟୁଜରେ ୧,୫୦୦ ଟଙ୍କା ଦେଇଥାଏ ତ କେଉଁଠି ୧୦୦୦ ଟଙ୍କା ବୋଲି ଦାବି କରାଯାଉଛି । କିନ୍ତୁ ଏମିତି ନୁହେଁ । ହେଲେ ଏହା ସତ ଯେ ଆପଣଙ୍କ ରୋଜଗାର ଭ୍ୟୁଜ ଦ୍ୱାରା ହିଁ ହୋଇଥାଏ । କିନ୍ତୁ ଏଥିରେ ଗୁରୁତ୍ୱପୂର୍ଣ୍ଣ ଆଡ୍ସ ବି ରହିଛି ।
ଉଦାହରଣ ସ୍ୱରୂପ ଯଦି କୌଣସି ଭିଡିଓରେ ୧୦୦୦୦ ଭ୍ୟୁଜ୍ ଆସିଛି ଏବଂ ସେଥିରେ ଆଡ୍ କମ୍ ଚାଲିଛି କିମ୍ବା ଲୋକମାନେ ଆଡକୁ ସ୍କିପ୍ କରିଛନ୍ତି ତାହେଲ ଏହି କେସରେ ଟଙ୍କା କମ୍ ମିଳିବ । ଏହାବ୍ୟତୀତ ଯଦି କୌଣସି ଭିଡିଓରେ ୫ ହଜାର କିମ୍ବା ୨ ହଜାର ଭ୍ୟୁଜ୍ ଆସିଛି କିନ୍ତୁ ସେଥିରେ ଚାଲୁଥିବା ଆଡର ଦାମ୍ ଅଧିକ ରହିଛି । ତାହେଲେ ସେହି ମାମଲାରେ ୨୦୦୦ ଭ୍ୟୁଜ୍ କରୁଥିବା ଲୋକର ରୋଜଗାର ୧୦,୦୦୦ ପାଉଥିବା ଲୋକଠାରୁ ବି ଅଧିକ ହେବ ।
ଯଦି ୧ ହଜାର ଭ୍ୟୁଜରେ ଆମେ ରୋଜଗାର ଦେଖିବା ତାହେଲେ ୨୦୨୨ର ଡାଟା ମୁତାବକ, ଆମେରିକାରେ ୟୁଟ୍ୟୁବର୍ସଙ୍କ ରୋଜଗାର ପ୍ରାୟ ୪୬୦୦ ଡଲାର (ମାସକୁ ୩,୭୭,୨୩୪ ଟଙ୍କା) ମାସକୁ ହେଉଛି । ଏହିଭଳି ଭାବେ କମ୍ପାନୀ ୧,୦୦୦ ଭ୍ୟୁଜରେ ୧୮ ଡଲାର (ପ୍ରାୟ ୧୫୫୮ ଟଙ୍କା)ର ପେମେଣ୍ଟ କରିଥାଏ