ସ୍ପେଶାଲ

ଏ କି ପାଗଳାମି ! ନିଜ ମର୍ସିଡିଜରେ ନିଆଁ ଲଗାଇଦେଲେ ୟୁଟ୍ୟୁବର, ଭାଇରଲ ହେଉଛି ଭିଡିଓ

ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ୍ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ଲୋକମାନେ ନିଜ କଥା କହିବାଠାରୁ ଆରମ୍ଭ କରି ଅନ୍ୟମାନଙ୍କଠାରୁ ଶିଖିବା ଏବଂ ସେମାନଙ୍କୁ ବାର୍ତ୍ତା ଦେବା ବହୁତ ସହଜ ହୋଇଥାଏ । ୟୁଟ୍ୟୁବ୍ ମଧ୍ୟ ଠିକ ସେହିପରି ଏକ ସ୍ଥାନ । ଲୋକମାନେ ଏଠାରେ ନିଜର ଭିଡିଓ କିମ୍ବା ବ୍ଲଗ୍ ସୃଷ୍ଟି କରନ୍ତି ଏବଂ ସେଗୁଡିକୁ ଅପଲୋଡ୍ କରନ୍ତି ଏବଂ ସାରା ବିଶ୍ଵ ସହିତ ଯୋଡି ହୋଇଯାନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଏକ ଭିଡିଓ କରିବା ପାଇଁ କିଛି ବି କରିପାରନ୍ତି । ଏହିପରି ଜଣେ ୟୁଟ୍ୟୁବର୍ ହେଉଛନ୍ତି ରୁଷର ମିଖାଇଲ୍ ଲିଟୱିନ୍ । ଯାହାଙ୍କର ୟୁଟ୍ୟୁବରେ ଅନେକ ସଂଖ୍ୟକ ପ୍ରଶଂସକଙ୍କ ଅଛନ୍ତି । ନିକଟରେ ସେ 1.10 କୋଟି ଟଙ୍କା ମୂଲ୍ୟର ଏକ ମର୍ସିଡିଜକୁ ନିଆଁ ଲଗାଇ ଦେଇଥିଲେ । ଏହା ପରେ ଏହାର ଭିଡିଓ ସେୟାର କରାଯାଇଥିଲା, ଯାହା ବର୍ତ୍ତମାନ ଭାଇରାଲ ହେଉଛି ।

ମିଖାଇଲ୍ ଲିଟୱିନ୍ଙ୍କ ଲୋକପ୍ରିୟତା କେତେ ତାହା ଆପଣ ଏଥିରୁ ଅନୁମାନ କରିପାରୁଥିବେ ଯେ ତାଙ୍କର ୟୁଟ୍ୟୁବରେ ପ୍ରାୟ 50 ଲକ୍ଷ ସବସକ୍ରାଇବର ଅଛନ୍ତି ନଷ୍ଟାଗ୍ରାମରେ ତାଙ୍କର 1.16 କୋଟି ଫଲୋଅର୍ସ ଅଛନ୍ତି । ତାଙ୍କର ମର୍ସିଡିଜ୍ GT 63 S ନାମକ ଏକ କାର ଥିଲା ଯାହାକୁ ସେ ନିଆଁରେ ପୋଡି ଦେଇଥିଲେ । ଏହା ପରେ, ଯେତେବେଳେ ସେ ଭିଡିଓକୁ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କଲେ, ଲୋକମାନେ ଏଥିରେ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଥିଲେ ।

ତାଙ୍କ ଦ୍ୱାରା ଅପଲୋଡ୍ ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ସେ ଏକ ଖୋଲା ପଡ଼ିଆରେ ଏହି କାର ଚଳାଇ ଆସୁଛନ୍ତି । ଏହି କଳା ରଙ୍ଗର କାର ଦେଖିବାକୁ ବହୁତ ସୁନ୍ଦର ଯାହାର ମୂଲ୍ୟ 1 କୋଟିରୁ ଅଧିକ । ଏହା ପରେ ସେ କାରକୁ ଅଟକାଇ ଏଥିରୁ ଓହ୍ଲାଉଛନ୍ତି, ତାପରେ ସେ କାର ଭିତରୁ ତେଲ ବାହାର କରି କାର ଉପରେ ଢାଳୁଛନ୍ତି । ପରେ ସେ ସେଥିରେ ନିଆଁ ଲଗାଇ ଦେଇଛନ୍ତି । 1 କୋଟି ଟଙ୍କା ମୂଲ୍ୟର ଏହି ସୁନ୍ଦର କାରଟି ଶେଷରେ ସମ୍ପୂର୍ଣ୍ଣ ଜଳି ପୋଡି ଯାଉଛି ।

ତେବେ ସେ ଏହି କାରକୁ ପୋଡିଦେବାର କାରଣ କୁହାଯାଉଛି ଯେ ତାଙ୍କ କାରରେ କିଛି ତ୍ରୁଟି ରହିଛି ଯାହାକୁ ସର୍ଭିସ ସେଣ୍ଟର ପାଞ୍ଚଥର ଠିକ କରି ମଧ୍ୟ ଠିକ ହୋଇପାରିଲା ନାହିଁ ଶେଷରେ ସେ ଏଥିରେ ନିଆଁ ଲଗାଇ ଦେଇଥିଲେ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago