ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଅପରେଟର ହେଲେ ଜୋୟା ଖାନ୍‌, ଟ୍ଵିଟ୍‌ କରି ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

ଟ୍ରାନ୍ସଜେଣ୍ଡର ବା କିନ୍ନରମାନଙ୍କୁ ସୁପ୍ରିମ୍‌କୋର୍ଟ ତୃତୀୟ ଲିଙ୍ଗର ମାନ୍ୟତା ଦେଇଥିଲେ ମଧ୍ୟ ଆଜିଯାଏଁ ସମାଜ ସେମାନଙ୍କୁ ଗ୍ରହଣ କରିପାରିନାହିଁ। ଏବେ ବି ଲୋକମାନେ ଏମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି। ମାତ୍ର ସମାଜରେ କେତେକ ଏଭଳି ତୃତୀୟ ଲିଙ୍ଗ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ ନିଜ ଅଦମ୍ୟ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟକୁ ସାଧନ କରିପାରିଛନ୍ତି। କିଛି କରିବାର ଇଚ୍ଛା ତାଙ୍କୁ ଆଜି ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ସେଭଳି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଗୁଜରାଟ ଭଦୋଦରା ଜିଲ୍ଲାର ଜୋୟା ଖାନ୍‌। ଭାରତ କମନ୍‌ ସର୍ଭିସ ସେଣ୍ଟରର ପ୍ରଥମ ଟ୍ରାନ୍ସଜେଣ୍ଡର ଅପରେଟର ଭାବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। କିନ୍ନର ସମୁଦାୟର ଲୋକଙ୍କୁ ଡିଜିଟାଲ ଯୁଗ ସହ ତାଳ ଦେଇ ଚାଲିବା ଶିଖାଇବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି ଜୋୟା।

Meet Zoya Khan, India's first transgender operator of Common ...

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ବିଭାଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଟ୍ଵିଟ୍‌ ମାଧ୍ୟମରେ ଭାରତର ପ୍ରଥମ କମନ ସର୍ଭିସ ସେଣ୍ଟରର ପ୍ରଥମ ତୃତୀୟ ଲିଙ୍ଗ ଅପରେଟର ଜୋୟାଙ୍କ ବିଷୟରେ ସୂଚନା ଦେଇଛନ୍ତି। ଟ୍ଵିଟ୍‌ କରି ରବିଶଙ୍କର ଲେଖିଛନ୍ତି ‘ଜୋୟା ଖାନ୍‌ ଗୁଜରାଟର ଭଦୋଦରା ଜିଲ୍ଲାରେ କମନ୍‌ ସର୍ଭିସ ସେଣ୍ଟରରେ ଭାରତର ପ୍ରଥମ ଟାନ୍ସଜେଣ୍ଡର ଅପରେଟର ଭାବେ ଯୋଗ ଦେଇଛନ୍ତି। ସେ ଟେଲିମେଡିସିନ୍‌ ପରାମର୍ଶ ସହ ସିଏସ୍‌ସି କାମ ଆରମ୍ଭ କରିଛନ୍ତି। ତାଙ୍କ ଉଦ୍ଦେଶ୍ୟ ଟ୍ରାନ୍ସଜେଣ୍ଡର ସମୁଦାୟଙ୍କୁ ଡିଜିଟାଲ ଭାବେ ସାକ୍ଷର କରିବା ଓ ଭଲ ଅବସର ପ୍ରଦାନ କରିବା।

ସୂଚନାଯୋଗ୍ୟ ଯେ, ଦେଶର ଗ୍ରାମୀଣ ଓ ଦୁର୍ଗମ ସ୍ଥାନରେ ଇ-ସେବା ପହଞ୍ଚାଇବା କମନ୍‌ ସର୍ଭିସ ସେଣ୍ଟରର ମୁଖ୍ୟ ଉଦ୍ଦେଶ୍ୟ। ଏହି ସୁବିଧା କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ଉପଲବ୍ଧ ନଥିବା ସ୍ଥାନରେ ଯୋଗାଇ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.