ପ୍ୟାରିସ ଅଲିମ୍ପିକ୍ସ : ୫ ଜଣ ଆଥଲେଟଙ୍କ ପାଇଁ ଗୋଟିଏ ବାଥରୁମ୍‌, ସମସ୍ୟା ହେବାରୁ ହୋଟେଲକୁ ସିଫ୍ଟ ହେଲେ ଆମେରିକା ଖେଳାଳି

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଅଧା ଶେଷ ହେଲାଣି । ଚଳିତବର୍ଷ ପ୍ୟାରିସ ସହରରେ ହୋଇଥିବା ଅଲିମ୍ପିକ୍ସକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ଅଲିମ୍ପିକ୍ସ ଭିଲେଜରେ ରୁମରେ ଖେଳାଳିଙ୍କୁ ଦିଆଯାଇଥିବା ବେଡ୍‌କୁ ଆଣ୍ଟି ସେକ୍ସ ବେଡ କହି ମ୍ୟାନେଜମେଣ୍ଟକୁ ଆଲୋଚନା କରାଯାଇଥିଲା । ଆଉ ଏବେ ବାଥରୁମକୁ ନେଇ ସମସ୍ୟା ସାମ୍ନାକୁ ଆସିଛି । ବାଥରୁମ ବ୍ୟବହାର କରିବା ସମସ୍ୟା ଯୋଗୁଁ ଆମେରିକା ଆଥଲେଟ ପ୍ୟାରିସ ଅଲିମ୍ପିକ୍ସ ଭିଲେଜ ଛାଡି ଏବେ ହୋଟେଲରେ ରହୁଛନ୍ତି ।

କିଛି ଖେଳାଳି ପ୍ୟାରିସ ଅଲିମ୍ପିକ୍ସ ଭିଲେଜର ରୁମକୁ ନେଇ ଅନେକ ସମସ୍ୟା ସାମ୍ନା କରିଥିଲେ । ରୁମ ସାଇଜ ବହୁତ ଛୋଟ ଥିଲା, ତେଣୁ ଖେଳାଳି ହୋଟେଲକୁ ସିଫ୍ଟ ହୋଇଥିଲେ । ଆମେରିକାର ଟେନିସ ଷ୍ଟା କୋକୋ ଗଫ ଏକ ଭିଡିଓ ସେୟାର କରିଛନ୍ତି । ୭ ସେକେଣ୍ଡର ଭିଡିଓରେ ରୁମ ଦେଖାଇଛନ୍ତି । ୧୦ ଜଣ ଯୁବତୀ ମାତ୍ର ୨ଟି ବାଥରୁମ ବ୍ୟବହାର କରୁଥିଲେ । ତେଣୁ ଏମାନେ ରୁମ ଛାଡି ହୋଟେଲରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ଜଣେ ୟୁଜର କମେଣ୍ଟ କରିଛନ୍ତି କି, ମୁଁ ହୋଇଥିଲେ ହୋଟେଲ ଚାଲିଯାଇଥାନ୍ତି । ଏହାକୁ କୋକୋ ଗଫ୍‌ ଜବାବ ଦେଇ କହିଥିଲେ, ଟେନିସ ଟିମ୍‌ର ସମସ୍ତ ଯୁବତୀ ଖେଳାଳି ହୋଟେଲକୁ ସିଫ୍ଟ ହୋଇଯାଇଛନ୍ତି । ଏବେ ୫ ଜଣ ଯୁବତୀ ୨ଟି ବାଥରୁମ୍‌ ବ୍ୟବହାର କରୁଛନ୍ତି । ତେବେ ଟେନିସ ଖେଳାଳି କାହିଁକି ଅଲିମ୍ପିକ୍ସ ଭିଲେଜ ଛାଡି ଯାଇଛନ୍ତି, ତାହା ଜଣାପଡିନାହିଁ ।

ସୂଚନାଯୋଗ୍ୟ, ଅଲିମ୍ପିକ୍ସରେ ଭିଲେଜରେ ଛୋଟ ରୁମ କିଛି ନୂଆ କଥା ନୁହେଁ । କିଛି ଖେଳାଳି କହିଛନ୍ତି, ରୁମ୍‌ ବହୁତ ଛୋଟ । ଏଥର ମଧ୍ୟ ରୁମ୍‌ ତିଆରି ବେଳେ ବାତାବରଣକୁ ଧ୍ୟାନରେ ରଖାଯାଇଛି । ତେଣୁ ଆଥଲେଟ କାର୍ଡବୋର୍ଡ ବେଡରେ ଶୋଉଥିଲେ । ଏସି ମଧ୍ୟ ଲଗାଯାଇନଥିଲା । କିନ୍ତୁ ଖେଳାଳି ନିଜର ପୋର୍ଟେବଲ ଏସି ନେଇ ଆସିଛନ୍ତି ।

You might also like