୧୩ ବର୍ଷୀୟ ରୋନକ ସାଧବାନି ଭାରତର ୬୫ ତମ ଗ୍ରାଣ୍ଡ ମାଷ୍ଟର ହେଲେ

୧୩ ବର୍ଷୀୟ ରୋନକ ସାଧବାନି ଭାରତର ୬୫ ତମ ଗ୍ରାଣ୍ଡ ମାଷ୍ଟର ହେଲେ । ଆଇଲ ଅଫ ମେନରେ ଅନୁଷ୍ଠିତ ଫିଡେ ଚେସ ଡଟ କମ
ଗ୍ରାଣ୍ଡ ସ୍ବୀସ ଟୁର୍ଣ୍ଣାମେଣ୍ଟରେ ଉନ୍ନତ ପଦର୍ଶନ କରି ସେ ଏହି ସଫଳତା ହାସଲ କରିଛନ୍ତି । ରୋନକଙ୍କ ଏହି ଖୁସିରେ ସ୍ୱିଜରଲ୍ୟାଣ୍ଡର ପ୍ରଶିକ୍ଷକ ଭ୍ଲାଦିମିର କ୍ରେମେନିକ ବି ବହୁତ ଖୁସି ଅଛନ୍ତି । ୪୪ ବର୍ଷୀୟ ଭ୍ଲାଦିମିର ରୋନକଙ୍କ ସହ ଭାରତର ଅନ୍ୟ ୫ ଯୁବ ପ୍ରତିଭା ମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି । କ୍ରେମେନିକଙ୍କ ଅନୁଯାୟୀ ରୋନକଙ୍କ ସଫଳତାରେ ସେ ବେଶ ଖୁସି ଅଛନ୍ତି । ବିଗତ କେତେ ମାସ ଭିତରେ ସେ ନିଜ ଖେଳ ପ୍ରଣାଳୀରେ ବେଶ ଉନ୍ନତି ଆଣି ପାରିଛନ୍ତି । ଆଗକୁ ରୋନକ ଜଣେ ଉନ୍ନତ ଖେଳାଳି ମଧ୍ୟ ହୋଇ ପାରିବେ ବୋଲି ସେ ଦୃଢ ଆଶାବାଦୀ ଅଛନ୍ତି । ରୋନକଙ୍କୁ ଯେତେବେଳେ ତାଙ୍କ ଅନୁଭୂତି ସମ୍ପର୍କରେ ପଚରା ଯାଇଥିଲା ସେ କହିଥିଲେକି କ୍ରେମେନିକ ସାରଙ୍କ ପ୍ରଶିକ୍ଷଣ ତାଙ୍କ କ୍ୟାରିଅରକୁ ଏକ ପ୍ରକାର ପରିବର୍ତ୍ତନ କରିବାରେ ସହାୟକ ହୋଇଥିଲା । ରୋନକ ଏହା ମଧ୍ୟ କହିଛନ୍ତି କି କ୍ରେମେନିକଙ୍କ ପ୍ରଶିକ୍ଷଣ ପାଇ ହିଁ ସେ ଆଜି ସଫଳତାର ଶିଖର ଛୁଇଁ ପାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.