ଆଜିଠାରୁ ୧୩ ତମ କିଟ୍ ଇଣ୍ଟରନ୍ୟାସନାଲ୍ ଚେସ୍ ଫେଷ୍ଟିଭାଲ ଉଦ୍‌ଘାଟିତ, ୨୯ ତାରିଖ ଯାଏଁ ଚାଲିବ ଟୁର୍ଣ୍ଣାମେଣ୍ଟ

(କେନ୍ୟୁଜ୍): ଆଜିଠାରୁ କିଟରେ ଆରମ୍ଭ ହୋଇଛି ୧୩ ତମ କିଟ୍ ଇଣ୍ଟରନ୍ୟାସନାଲ୍ ଚେସ୍ ଫେଷ୍ଟିଭାଲ ୨୦୨୨। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ୨୯ ତାରିଖ ଯାଏଁ ଚାଲିବ। କିଟ୍ ଅଡିଟୋରିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ରାଜ୍ୟ ସରକାରଙ୍କ ସିନିୟର ବ୍ୟୁରୋକ୍ରାଟ ସୁଶୀଲ କୁମାର ଲୋହାନୀ ଯୋଗ ଦେଇଥିଲେ। ଅଲ ଇଣ୍ଡିଆ ଚେସ୍ ଆସୋସିଏସନ ଓ ଅଲ ଇଣ୍ଡିଆ ଚେସ୍ ଫେଡରେସନ୍, ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ସହଯୋଗରେ କିଟରେ ଆୟୋଜିତ ହେଉଛି ଏହି ଟୁର୍ଣ୍ଣାମେଣ୍ଟ। ଦେଶ ଓ ବିଦେଶରୁ ବହୁ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଛନ୍ତି।

ପ୍ରଥମଥର ପାଇଁ କିଟ୍ ଓ କିସ୍ ର ବହୁ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି। କିସ୍ ର ୪୫ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ରେ ୧୨ ଜଣ ଗ୍ରାଣ୍ଡମାଷ୍ଟର, ୧୨ ଜଣ ବିଦେଶୀ ଗ୍ରାଣ୍ଡମାଷ୍ଟର, ୩୦ ଜଣ ବିଦେଶୀ ଖେଳାଳିଙ୍କ ସମେତ ୨୦୦ ରୁ ଅଧିକ ଜାତୀୟ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ୨ ବର୍ଷ ହେଲା କୋଭିଡ୍ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟ ହୋଇପାରିନଥିଲା।

ଚଳିତବର୍ଷ ଏହାକୁ ବଡ ଆକାରରେ ଆୟୋଜନ କରାଯାଉଛି । ପିଲାଙ୍କ ଭିତରେ ଦେଖିବାକୁ ମିଳିଛି ଉତ୍ସାହ। ଏହି ଖେଳରେ ଓଡିଶାର ଖେଳାଳି ମାନେ ଭଲ ରେଟିଂ ବଢେଇ ପାରିବେ। ୧୦ ରାଉଣ୍ଡ ଖେଳ ହେବ। ୨ ଦିନ ଡବଲ୍ ରାଉଣ୍ଡ ଖେଳ ହେବ। A, B, C ତିନୋଟି କାଟେଗୋରୀରେ ଏହି ଖେଳ ହେଉଛି। ମୁଖ୍ୟ ଅତିଥି ଏହି ଅବସରରେ କହିଛନ୍ତି ଯେ ଓଡିଶାରେ ଚେସ୍ କୁ ପ୍ରମୋଟ କରିବା ପାଇଁ ଏହା ବହୁତ ସହାୟକ ହେବ। ଭଲ ଭଲ ଖେଳାଳିଙ୍କ ସହ ଖେଳି ଓଡିଶା ମାନେ ନିଜ ନିଜର ଖେଳର ଉନ୍ନତି କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.