ଆସନ୍ତାକାଲିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ: ଜୁନିୟର ହକି ବିଶ୍ୱକପ୍ ଲଢେଇ ପାଇଁ ପ୍ରସ୍ତୁତ ୧୬ ଦଳ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ। ବାଜିବ ଜୁନିୟର ହକି ବିଶ୍ୱକପ୍‌ ବିଗୁଲ୍‌। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଜୁନିୟର ହକି ବିଶ୍ୱକପ୍‌। ଏନେଇ ସଜେଇ ହୋଇଛି ଷ୍ଟାଡିୟମ୍‌। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର। ଜୁନିୟର ହକି ବିଶ୍ୱକପ୍‌ ପାଇଁ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ଦାୟିତ୍ୱରେ ରହିବେ ଭୁବନେଶ୍ୱର ଡିସିପି। କଡା ସୁରକ୍ଷା ଭିତରେ ଖେଳାଳିଙ୍କୁ ବସ୍‌ ଯୋଗେ ହୋଟେଲରୁ ଷ୍ଟାଡିୟମ୍‌କୁ ଅଣାଯିବ। ଜୁନିୟର ହକି ବିଶ୍ୱକପ୍‌ ପାଇଁ କମ୍ପ୍ଲେକ୍ସ ପରିସରରେ ଉଡୁଛି ୧୬ଟି ଯାକ ଦେଶର ପତାକା। ୪ଟି ଗ୍ରୁପରେ ୧୬ଟି ଟିମ୍‌କୁ ନେଇ ମୋଟ ୪୮ଟି ମ୍ୟାଚ ଖେଳାଯିବ ।

ଏଥିସହ ମ୍ୟାଚ ସମୟରେ କୋଭିଡ ପ୍ରୋଟୋକଲ ସହ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଦର୍ଶକ ମାନଙ୍କୁ ଷ୍ଟାଡିୟମ୍‌ ଭିତରକୁ ପ୍ରବେଶ ମନା ଥିବାବେଳେ ଖେଳାଳି ଓ ଷ୍ଟାଫ୍‌ଙ୍କ ପ୍ରତିଦିନ RTPCR ଟେଷ୍ଟ କରାଯିବ। ଦୁଇଟି ସ୍ୱତନ୍ତ୍ର କୋଭିଡ୍‌ ହସ୍‌ପିଟାଲ ମଧ୍ୟ ସଂରକ୍ଷିତ ରଖାଯାଇଛି। ୨୪ରୁ ୨୮ର ପୁଲ୍‌ ପର୍ଯ୍ୟାୟରେ ପ୍ରତିଦିନ ୫ଟି ମ୍ୟାଚ୍‌ ଖେଳାଯିବ।

Leave A Reply

Your email address will not be published.