ଆଇପିଏଲ୍‌ : ଚେନ୍ନାଇକୁ ମୁମ୍ବାଇର ଚ୍ୟାଲେଞ୍ଜ, ୧୬୩ ରନ୍‌ କରିକି ଦେଖା

ଆବୁଧାବି : ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍‌ସ ଟସ୍‌ ସିନା ହାରିଲା ହେଲେ ପୂରା ୨୦ ଓଭର ଖେଳି ୯ ଓ୍ଵିକେଟ୍‌ରେ ୧୬୨ ରନ୍‌ କରିଛି । ଫଳରେ ଆଇପିଏଲ୍‌ ୨୦୨୦ର ଉଦ୍‌ଘାଟନୀ ମ୍ୟାଚ୍‌ ଜିତିବା ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଆଗରେ ରହିଛି ୧୬୩ ରନ୍‌ର ବିଜୟଲକ୍ଷ୍ୟ ।

ଆଜି ଟସ୍‌ ଜିତି ଧୋନି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ପ୍ରଥମ ବଲ୍‌ରେ ଚୌକା ମାରି ପ୍ରତିପକ୍ଷକୁ ବଡ଼ ସ୍କୋର କରିବାର ଚେତାବନୀ ଦେଇଥିଲେ । ହେଲେ ଚେନ୍ନାଇ ବୋଲରଙ୍କ ଆଗରେ କେବଳ ଦୁଇ ଜଣଙ୍କ ବ୍ୟତୀତ ଅନ୍ୟମାନେ ତିଷ୍ଠି ପାରିଲେ ନାହିଁ । ଓପ୍ନର ଡି କକ୍‌ ୨୦ ବଲ୍‌ରୁ ୩୩ ରନ୍‌ ଏବଂ ସୌରଭ ତିଓ୍ଵାରୀ ୩୧ ବଲ୍‌ରୁ ସର୍ବାଧିକ ୪୪ ରନ୍‌ କରିଥିଲେ । ରୋହିତ ୧୨, ହାର୍ଦ୍ଦିକ ପାଣ୍ଡ୍ୟା ୧୪ ଏବଂ ପୋଲାର୍ଡ ୧୮ ରନ୍‌ କରି ପାରିଥିଲେ ।
ଚେନ୍ନାଇ ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ୩ ଏବଂ ଦୀପକ ଚହର ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.