ମାତ୍ର ୧୮ ବର୍ଷରେ କମାଲ୍‌ କଲେ ଦ୍ରୋଣ ଦେଶାଇ, ଗୋଟିଏ ଇନିଂସରେ ମାରିଲେ ୪୯୮ ରନ୍‌

ଇତିହାସ ରଚିଛନ୍ତି ୧୮ ବର୍ଷୀୟ କ୍ରିକେଟର ଦ୍ରୋଣ ଦଶୋଇ । ଦିଓ୍ୱାନ ବଲୁଭାଇ କପ ଅଣ୍ଡର ୧୯ ଟୁର୍ଣ୍ଣାମେଣ୍ଟରେ ୪୯୮ ରନ କରି ରେକର୍ଡ କରିଛନ୍ତି । ଗୁଜରାଟର ଗାନ୍ଧିନଗରରେ ଥିବା ଶିବାୟ କ୍ରିକେଟ କ୍ଲବରେ ଚାଲିଥିବା ମ୍ୟାଚରେ ଏଭଳି କାରନାମା କରିଛନ୍ତି । ଦ୍ରୋଣ ମଣିନଗରର ଜେଏଲ ଇଂଲିଶ ସ୍କୁଲ ବିପକ୍ଷରେ ମାରିଛନ୍ତି ୪୯୮ ରନ ।

ତେବେ ୧୮ ବର୍ଷ ବୟସରେ ସେ ୪୯୮ ରନର ଇନିଂସ ଖେଳି ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି । ଦ୍ରୋଣ ଦେଶାଇ ନିଜର ମାରାଥନ ଇନିଂସରେ ୩୨୦ ବଲ୍‌ ସାମ୍ନା କରି ୮୬ଟି ଚଉକା ଏବଂ ୭ଟି ଛକା ମାରିଛନ୍ତି । ସେ ୫୦୦ ଠାରୁ ୨ ରନ ପଛରେ ଥିବା ବଳେେ କରନ ମେଜିୟାତ୍ରଙ୍କ ବଲରେ ଆଉଟ ହୋଇଯାଇଛନ୍ତି । ସେ ଗୁଜରାଟରେ ଆଜି ଯାଏ ଖେଳା ଯାଇଥିବା ଅନ୍ତଃସ୍କୁଲ କ୍ରିକଟେରେ ସର୍ବାଧିକ ରନ ସ୍କୋରର ହୋଇଯାଇଛନ୍ତି । ଦ୍ରୋଣଙ୍କ ସହ ତୃତୀୟ ସ୍ଥାନରେ ଅରମାନ ଜାଫର ରହିଛନ୍ତି । ଏହି ଦୁଇ ଖେଳାଳିଙ୍କ ଉପରେ ପ୍ରଣବ ଧନାୱାଡେ ଓ ପୃଥ୍ୱୀ ଶ’ ଅଛନ୍ତି ।

ତେବେ ଏହାକୁ ନେଇ ଦ୍ରୋଣ କହିଛନ୍ତି, ମାତ୍ର ୭ ବର୍ଷରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ । ମୋ ବାପା ମୋତେ ସବୁବେଳେ କିଛି କରିବାକୁ ଉତ୍ସାହ ଦେଉଥିଲେ । ମୁଁ କେବଳ ୮ ରୁ ୧୨ କ୍ଲାସ ଯାଏଁ ପରୀକ୍ଷା ଦେବାକୁ ସ୍କୁଲ ଯାଉଥିଲି । ମୁଁ କେବଳ କ୍ରିକେଟ ଖେଳିବାକୁ ଚାହୁଁଥିଲି ।

ଦ୍ରୋଣଙ୍କ ପୂର୍ବରୁ ମୁମ୍ବାଇର ପ୍ରଣବ ଧନାୱାଡେ(ଅପରାଜିତ ୧୦୦୯), ପୃଥ୍ୱୀ ଶ’ (୫୪୬), ଡା ହବେଓ୍ୱାଲ (୫୧୫), ଚମନଲାଲ(ଅପରାଜିତ ୫୦୬), ଅରମାନ ଜାଫର(୪୯୮) ଗୋଟିଏ ଇନିଂସରେ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟର ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like