ଆଇପିଏଲ୍‌ ଫାଇନାଲ୍‌ରେ ୧୯୩ ରନ୍‌ର ଟାର୍ଗେଟ୍‌ ଦେଲା ଚେନ୍ନାଇ, କୋଲକାତା ୩ ଓଭରରେ ୨୫ ରନ୍‌

ଦୁବାଇ : ଡୁପ୍ଲେସିସଙ୍କ ୮୬ ରନ୍‌ ସାଙ୍ଗକୁ ସବୁ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ଙ୍କ ଦମଦାର ବ୍ୟାଟିଂ ବଳରେ ଚ୍ନେନାଇ ସୁପର କିଙ୍ଗସ ଆଇପିଏଲ୍‌ ଫାଇନାଲ୍‌ରେ କରିଛି ୩ ଓ୍ଵିକେଟ୍‌ରେ ୧୯୨ ରନ୍‌ । ଫଳରେ ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସକୁ ଟ୍ରଫି ଜିତିବା ପାଇଁ କରିବାକୁ ହେବ ୧୯୩ ରନ୍‌ । ଜବାବରେ କୋଲକାତା ୩ ଓଭରରେ କୌଣସି ଓ୍ଵିକେଟ୍‌ ନହରାଇ ୨୫ ରନ୍‌ କରିଛି । ଏବେ ସମସ୍ତଙ୍କ ନଜର ଏହି ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ ମ୍ୟାଚ୍‌ ଉପରେ । କାରଣ କୋଲକାତା ବି ଭଲ ଟକ୍କର ହେଉଛି ।

କୋଲକାତା ଟସ୍‌ ଜିତି ପ୍ରଥମେ ଚେନ୍ନାଇକୁ ବ୍ୟାଟିଂ ଦେଇଥିଲା । ଭଲ ଫର୍ମରେ ଥିବା ଓପ୍ନର ଋତୁରାଜ ଗାଏକଓ୍ଵାଡ (୩୨ ରନ୍‌) ଏବଂ ଡୁ ପ୍ଲେସିସ୍‌ ପ୍ରଥମ ଓ୍ଵିକେଟ୍‌ରେ ୬୧ ରନ୍‌ ଯୋଡ଼ିଥିଲେ। ଡୁ ପ୍ଲେସିସ୍‌ ୫୯ ବଲ୍‌ରେ ୮୬ ରନ୍‌ କରିଥିଲେ । ପରେ ଉଥପା ୩୧ ଏବଂ ମୋଇନଅପରାଜିତ ୩୭ ରନ୍‌ ସ୍କୋର କରିଥିଲେ ।

SCORE-1

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.