୧୮ବର୍ଷରୁ କମ୍‍ ବିଶ୍ୱ ସ୍କୁଲ୍‍ ଭଲିବଲ୍‍ ଚାମ୍ପିଅନସିପ୍‍: ୨୦୨୨ ପାଇଁ କିସ୍‍ର ଦୁଇଟି ଦଳ ମନୋନୀତ

ଭୁବନେଶ୍ବର(କେନ୍ୟୁଜ୍):୧୮ବର୍ଷରୁ କମ୍‍ ବିଶ୍ୱ ସ୍କୁଲ୍‍ ଭଲିବଲ୍‍ ଚାମ୍ପିଅନସିପ୍‍ ୨୦୨୨ ପାଇଁ କିସ୍‍ର ଦୁଇଟି ଦଳ ମନୋନୀତ ହେଉଛନ୍ତି। ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଫେଡେରେସନ୍‍ ଦ୍ୱାରା ଜୁନ୍‍ ୧୯ରୁ ୨୭ପର୍ଯ୍ୟନ୍ତ ବ୍ରାଜିଲ୍‍ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଚାମ୍ପିଅନ୍‍ସିପରେ କିସ୍‍ର ଉଭୟ ବାଳକ ଓ ବାଳିକା ଦଳ ମନୋନୀତ ହୋଇଛନ୍ତି। କିସର ଦୁଇଟିଯାକ ଦଳ ଉଭୟ ବାଳକ ଓ ବାଳିକ ବର୍ଗରେ ଏହି ସମ୍ମାନଜନକ ଚାମ୍ପିଅନ୍‍ସିପ୍‍ ପାଇଁ ଭାରତୀୟ ସ୍କୁଲ୍‍ ଭଲିବଲ୍‍ର ପ୍ରତିନିଧିତ୍ୱ କରିବେ।

ପ୍ରଥମ ଥର ପାଇଁ ଭାରତରୁ ଏକମାତ୍ର ସ୍କୁଲ୍‍ ଦଳ ବିଶ୍ୱ ଭଲିବଲ୍‍ ଚାମ୍ପିଅନ୍‍ସିପରେ ଯୋଗଦେବାର ଗୌରବ ଅର୍ଜନ କରିଛନ୍ତି। ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିସ୍‍ ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ ଫେଡେରେସନର ସଭାପତି ଅଚ୍ୟୁତ ସାମନ୍ତ ଉଭୟ ଦଳର ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି । ଏହା ସହିତ କିସ୍‍ର ଦୁଇଟି ଦଳ ପ୍ରଥମ ଥର ପାଇଁ ଭାରତର ପ୍ରତିନିଧିତ୍ୱ କରିବା ନିଶ୍ଚିତ ଭାବେ କିସ୍‍, ତଥା ଓଡ଼ିଶା ଓ ଭାରତ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.