କ୍ରୀଡା

ଭଲିବଲ୍‌ ଗେମ୍‌ରେ ବିକିନୀ ପିନ୍ଧିବାକୁ ମନା କରାଯିବାରୁ ଟୁର୍ନାମେଣ୍ଟକୁ ବୟକଟ୍‌ କଲେ ଜର୍ମାନୀର ଏହି ଦୁଇ ଷ୍ଟାର୍‌ ଖେଳାଳି, ଦେଲେ ଏଭଳି ବୟାନ

ଜର୍ମାନୀର ବିଚ୍‌ ଭଲିବଲ୍‌ ଷ୍ଟାର୍‌ କାର୍ଲା ବୋର୍ଗର ଓ ଜୁଲିଆ ସୁଦ୍‌ ଆସନ୍ତା ମାସରେ କତରରେ ହେବାକୁ ଥିବା ଟୁର୍ନାମେଣ୍ଟକୁ ବୟକଟ୍‌ କରିଛନ୍ତି। ଏହି ଦୁଇ ଖେଳାଳିଙ୍କ କହିବା ହେଲା, ଏହା ଏକମାତ୍ର ଦେଶ, ଯେଉଁଠି ଖେଳାଳିମାନଙ୍କୁ ଖେଳ କୋର୍ଟରେ ବିକିନୀ ପିନ୍ଧିବାକୁ ମନା କରାଯାଉଛି। ଏକ ଜର୍ମାନ ରେଡିଓ ଷ୍ଟେଶନ ସହିତ ବାର୍ତ୍ତାଳାପ ସମୟରେ କାର୍ଲା କହିଛନ୍ତି, ଆମେ ଖେଳ ମଇଦାନରେ ଆମ ଜବ୍‌ କରିବାକୁ ଯାଇଥାଉ। କିନ୍ତୁ ଆମକୁ ଆମ ପ୍ରଫେସନରେ କପଡ଼ା ପିନ୍ଧିବା ଉପରେ ରୋକ୍‌ ଲଗାଯାଉଛି।

ସେ କହିଥିଲେ ଯେ ଏହା ଏମିତି ଏକ ଟୁର୍ନାମେଣ୍ଟ, ଯେଉଁଠି ସରକାର ଆମକୁ ଶିଖାଉଛନ୍ତି କି, ଆମକୁ ଆମ ଜବ୍‌ କିପରି କରିବାକୁ ହେବ ଏବଂ ଆମେ ଏହାର ଆଲୋଚନା କରୁଛେ। ସୂଚନାଥାଉ କି, ଏହି ଟୁର୍ନାମେଣ୍ଟରେ ସାମିଲ ହେବାକୁ ଥିବା ଭଲିବଲ୍‌ ଖେଳାଳିମାନଙ୍କୁ କୁହାଯାଇଛି, ସେମାନେ ଗେମ୍‌ ସମୟରେ ଶାର୍ଟ ଏବଂ ଲଙ୍ଗସ୍‌ ଟ୍ରାଉଜର୍ସ ପିନ୍ଧିବେ। କିନ୍ତୁ କାର୍ଲା ଓ ଜୁଲିଆ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ସେମାନେ ଏହି ମାମଲାରେ କତର ପ୍ରଶାସନର ଅନୁରୋଧ ମାନି ପାରିବେ ନାହିଁ ବୋଲି କହିଛନ୍ତି। ଏଥିପାଇଁ ଦୁହେଁ ଟୁର୍ନାମେଣ୍ଟକୁ ବହିଷ୍କାର କରୁଛନ୍ତି।

କାର୍ଲା କହିଛନ୍ତି, କୌଣସି ବି ଦେଶ ହିସାବରେ ସେ ନିଜକୁ ଆଡ୍‌ଜଷ୍ଟ କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ଦୋହାରେ ବହୁତ ଗରମ ଯୋଗୁ ଏହି ଗେମ୍ସରେ ସେ ବିକିନୀ ପିନ୍ଧିବାକୁ ହିଁ ପ୍ରାଥମିକତା ଦେବେ। ଗରମ ଦିନେ ଏଠାକାର ତାପମାତ୍ରା ବହୁତ ଅଧିକ ରହିଥାଏ। ମାର୍ଚ୍ଚ ମାସରେ ଏହା ୩୦ରୁ ୩୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ପହଞ୍ଚିଯାଇଥାଏ।

ଜୁଲିଆ କହିଛନ୍ତି, ୨୦୧୯ରେ ଦୋହାରେ ଓ୍ଵାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ହେଉ କି ଏଏନ୍‌ଓସି ଓ୍ଵାର୍ଲ୍ଡ ବିଚ୍‌ ଭଲିବଲ୍‌ ଗେମ୍ସ ହେଉ, ଏହି ପ୍ରତିଯୋଗିତାଗୁଡ଼ିକରେ ମହିଳା ଆଥ୍‌ଲେଟ୍ସ ନିଜ ପ୍ରଫେସନ ହିସାବରେ ହିଁ ୟୁନିଫର୍ମ ପିନ୍ଧିଥିଲେ। ସୂଚନାଥାଉ କି, କତର ଏକ ଇସ୍‌ଲାମିକ ଋଢ଼ିବାଦୀ ଦେଶ, ଯେଉଁଠି ମହିଳାମାନେ ପାରମ୍ପରିକ କପଡ଼ା ପିନ୍ଧିଥାଆନ୍ତି।

Roshni

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

43 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

49 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago