ପୁରୀରେ ପହଁଞ୍ଚିଲେ ରାଜ୍ୟଗୋଷ୍ଠୀ କ୍ରୀଡା କ୍ୟୁଇନ୍ସ ବ୍ୟାଟନ ରିଲେ ମଶାଲ

ଭୁବନେଶ୍ବର (କେନ୍ୟୁଜ): ରାଜ୍ୟଗୋଷ୍ଠୀ କ୍ରୀଡା କ୍ୟୁଇନ୍ସ ବ୍ୟାଟନ ରିଲେ ମଶାଲକୁ ପୁରୀରେ ସ୍ୱାଗତ । ମଶାଲକୁ ପ୍ରଥମେ ଡାକ୍ତରଖାନା ଛକ, ବଳଗଣ୍ତି, ମାର୍କେଟ ଛକ, ବିଗବଜାର, ମର୍ଚ୍ଚିକୋଟ, ସିଂହଦ୍ଵାରରେ ପ୍ରଶାସନ ଓ କ୍ରୀଡାପ୍ରେମୀ ସ୍ୱାଗତ କରିଥିଲେ । ଏହି ଅବସରରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ କ୍ରୀଡାବିତ ସାମିଲ ହେଇଛନ୍ତି । ଏହାପରେ ମଶାଲକୁ ବ୍ଲୂଫ୍ଲାଗ ବିଚରେ ସ୍ୱାଗତ କରାଯାଇଛି ।

ପରେ ପରେ ଏହି ମଶାଲ କୋଣାର୍କରେ ପହଞ୍ଚିବା ପରେ ଏହା ଭୁବନେଶ୍ଵର ଅଭିମୁଖେ ଯାତ୍ରା କରିଛି । ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ପୂର୍ବରୁ ଏହି ମଶାଲକୁ ରାଜ୍ୟଗୋଷ୍ଠୀର ସଦସ୍ୟ ଥିବା ସମସ୍ତ ରାଷ୍ଟ୍ରରେ ପରିଭ୍ରମଣ କରାଯାଇଥାଏ । ତେବେ  ଚଳିତବର୍ଷ ଆସନ୍ତା ଜୁଲାଇ ମାସରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେଉଥିବାରୁ ମଶାଲକୁ ପୁରୀ ଅଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.