୨୨ ବର୍ଷୀୟା ନାଓମି ଓସାକା ଦ୍ଵିତୀୟ ଥର ପାଇଁ ଜିତିଲେ ‘ୟୁଏସ ଓପନ ଟାଇଟଲ’, ଫାଇନାଲରେ ଅଜାରେଙ୍କାଙ୍କୁ ହରାଇଲେ

ଜାପାନର ୨୨ ବର୍ଷୀୟା ନାଓମି ଓସାକା ଦ୍ଵିତୀୟ ଥର ପାଇଁ ଆମେରିକା ଓପନ ଟାଇଟଲ ଜିତିଛନ୍ତି। ଫାଇନାଲରେ ଓସାକା ବେଲାରୁଷର ଅଜାରେଙ୍କାଙ୍କୁ ହରାଇ ଦେଇଥିଲେ। ପ୍ରଥମ ସେଟ ହାରିବା ପରେ ଓସାକା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ଲଗାତାର ଦୁଇଟି ସେଟ ଜିତି ପୂରା ମ୍ୟାଚକୁ ହିଁ ଜିତିଯାଇଥିଲେ। ସେ ଅଜାରେଙ୍କାଙ୍କୁ ୧-୬, ୬-୩, ୬-୩ରେ ହରାଇଥିଲେ।

h

ଆମେରିକା ଓପନର ମହିଳା ସିଙ୍ଗିଲସ ଫାଇନାଲ ମ୍ୟାଚ USTA Billy Jeans King National Tennis Centerରେ ଖେଳାଯାଇଥିଲା। ଓସାକାଙ୍କ ଏହା ତୃତୀୟ ଗ୍ରାଣ୍ଡ ସ୍ଲାମ ଟାଇଟଲ। ଏହାପୂର୍ବରୁ ସେ ୨୦୧୮ରେ ଆମେରିକୀୟ ଓପନ ଏବଂ ୨୦୧୯ରେ ଅଷ୍ଟ୍ରେଲିଆନ ଓପନ ଟାଇଟଲ ନିଜ ନାମରେ କରିସାରିଛନ୍ତି।

ସେପଟେ ଭିକ୍ଟୋରିଆ ଅଜାରେଙ୍କାଙ୍କୁ ତୃତୀୟ ଥର ପାଇଁ ଆମେରିକୀୟ ଓପନରେ ପରାଜୟର ସାମ୍ନା କରିବାକୁ ପଡିଛି। ଅଜାରେଙ୍କା ୨୦୧୨ ଏବଂ ୨୦୧୩ରେ ମଧ୍ୟ ଆମେରିକୀୟ ଓପନର ଫାଇନାଲରେ ପହଞ୍ଚିଥିଲେ। ସେଠି ତାଙ୍କୁ ଦୁଇଥର ମହାନ ଟେନିସ ଖେଳାଳି ସେରେନା ଉଇଲିୟମସ ହରାଇଥିଲେ।

gg

ତେବେ ୧୯୯୪ ମସିହା ପରେ ପ୍ରଥମ ଥର ଏମିତି ହୋଇଛି, ଯେଉଁଠି ଜଣେ ମହିଳା ଖେଳାଳି ପ୍ରଥମ ସେଟ ହାରିବା ପରେ ଆମେରିକୀୟ ଓପନର ଟାଇଟଲ ନିଜ ନାମରେ କରିଛନ୍ତି। ସେମିଫାଇନାଲରେ ଓସାକା ଆମେରିକାର ଜେନିଫର ବ୍ରେଡିଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି ଦ୍ଵିତୀୟ ସେମିଫାଇନାଲରେ ଅଜାରେଙ୍କା, ସେରେନାଙ୍କୁ ହରାଇ ଟାଇଟଲ ମ୍ୟାଚ ପାଇଁ କ୍ୱାଲିଫାଏ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.