ଚାମ୍ପିଅନ୍ସ ଟ୍ରଫି ଜିତିବା ପାଇଁ ଭାରତ ଆଗରେ ୨୫୨ ରନ୍ ଟାର୍ଗେଟ୍

ଦୁବାଇ : ୨୫୨ ରନ୍ କଲେ ଟିମ୍ ଇଣ୍ଡିଆ ଜିତିବ ଆଇସିସି ଚାମ୍ପିଅନ୍ସ ଟ୍ରଫି । ଏଠାରେ ଚାଲିଥିବା ଫାଇନାଲ ଖେଳରେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ୭ ୱିକେଟ୍ ହରାଇ ୨୫୧ ରନ୍ କରିଛି ।

ନ୍ୟୁଜିଲାଣ୍ଡ ଦଳ ୧୦୮ ରନ୍ ଭିତରେ ପ୍ରମୁଖ ୪ଟି ୱିକେଟ୍ ହରାଇଥିଲେ ମଧ୍ୟ ଡାରୀଲ ମିଚେଲ ଓ ମାଇକେଲ ବ୍ରେସୱେଲଙ୍କ ଅର୍ଦ୍ଧଶତକ ବଳରେ ୨୫୧ ରନ୍ ସ୍କୋର କରି ପାରିଛି । ମିଚେଲ ୧୦୧ ବଲରେ ୬୩ ରନ୍ ଏବଂ ବ୍ରେସୱେଲ ୪୦ ବଲରେ ଅପରାଜିତ ୫୩ ରନ୍ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓପ୍ନର ରଚିନ ରବୀନ୍ଦ୍ର ୩୭ ଏବଂ ଗ୍ଲେନ୍ ଫିଲିପ୍ସ ୩୪ ରନ୍ କରିଥିଲେ ।

ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।