ଦ୍ୱିତୀୟ ଟେଷ୍ଟ ଜିତିବା ପାଇଁ ଭାରତ ଆଗରେ ଟାର୍ଗେଟ୍‌ ୨୮୭ ରନ୍‌

ପର୍ଥ : ଆଜି ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନ । ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟ ଇନିଂସ୍‌ରେ ୨୪୩ ରନ୍‌ କରି ଅଲ୍‌ଆଉଟ୍‌ ହେବା ପରେ ଭାରତ ଆଗରେ ବିଜୟ ଲକ୍ଷ୍ୟ ରହିଛି ୨୮୭ ରନ୍‌ । ପେସ୍‌ ବୋଲର ମହମ୍ମଦ ସାମିଙ୍କ ଦମ୍‌ଦାର ବୋଲିଂ ଫଳରେ ଭାରତ ଆଜି ଖୁବ୍‌ ଶୀଘ୍ର ଘରୋଇ ଦଳର ଓ୍ଵିକେଟ୍‌ଗୁଡ଼ିକୁ ଦଖଲ କରି ପାରିଥିଲା । ସାମି ୫୬ ରନ୍‌ ଦେଇ ୬ ଓ୍ଵିକେଟ୍‌ ଦଖଲ କରିଛନ୍ତି । ଯଶପ୍ରୀତ ବୁମରା ୩୯ ରନ୍‌ରେ ୩ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।
ଏବେ ଦେଖିବାର କଥା ପର୍ଥ ପିଚ୍‌ରେ ଶେଷ ଇନିଂସ୍‌ରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ କିଭଳି ପ୍ରଦର୍ଶନ କରୁଛନ୍ତି ।

SAMI-3
ସ୍କୋର : ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌-୩୨୬ । ଦ୍ୱିତୀୟ ଇନିଂସ୍‌-୨୪୩, ୯୩.୨ ଓଭର (ଉସମାନ ଖ୍ଵାଜା ୭୨ଟିମ୍‌, ପାଇନ୍‌ ୩୭ । ସାମି ୨୪-୮-୫୬-୬, ବୁମରା ୨୫.୨-୧୦-୩୯-୩) ।
ଭାରତ ପ୍ରଥମ ଇନିଂସ୍‌-୨୮୩ ।

 

 

You might also like