ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ, ଭାରତ ସାମ୍ନାରେ ୩୯୦ ରନ୍ ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆରେ ଭାରତ ସାମ୍ନାରେ ଅଷ୍ଟ୍ରେଲିଆ ୩୯୦ ରନର ଟାର୍ଗେଟ ଦେଇଛି। ଆଜି ସିଡନୀ ଗ୍ରାଉଣ୍ଡରେ ଚାଲିଥିବା ଦ୍ବିତୀୟ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରିବା ନିଷ୍ପତ୍ତି ନେଇ ପଡ଼ିଆକୁ ଓହ୍ଲାଇଥିଲା। ଅଷ୍ଟ୍ରେଲିଆ ୫୦ ଓଭରରେ ୪ ୱିକେଟ ହରାଇ ୩୮୯ ରନ୍ କରିଥିଲା।

ଟସ୍ ଜିତି ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ୨ ଓପନର ଡେଭିଡ୍ ଓ୍ୱାର୍ଣ୍ଣର ଓ ଆରୋନ ଫିଞ୍ଚ୍ ଆକର୍ଷଣୀୟ ବ୍ୟାଟିଂ କରିଥିଲେ । ଫିଞ୍ଚ ୬୯ ବଲରୁ ୬୦ ରନ୍ କରିଥିଲେ । ଓ୍ୱାର୍ଣ୍ଣର ୮୩ ରନ୍ କରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ଦ୍ରୁତ ରନ୍ କରିଥିଲେ । ସେ ଶତକ ଅର୍ଜନ କରିଥିଲେ । ସେ ୬୪ ବଲରୁ ୧୦୪ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ଲେନ୍ ମାକ୍ସଓ୍ୱେଲ ୬୩ ଓ ମାମ୍ୟୁସ୍ ଲାବ୍ୟୁସେନ୍ ୭୦ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ୱିକେଟ୍ ହରାଇ ୩୮୯ ରନ୍ କରିଥିଲା ।

SCORE-1

SCORE-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.