ହାଇଦ୍ରାବାଦ: ଦ୍ବିତୀୟ ଟେଷ୍ଟ ପାଇଁ ବିସିସିଆଇ ଘୋଷଣା କରିଥିବା ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି ମୟଙ୍କ ଅଗ୍ରୱାଲ । ସେହିପରି ହନୁମା ବିହାରୀ ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି। ଆସନ୍ତାକାଲିଠାରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ ବିସିସିଆଇ ୧୨ ଜଣିଆ ଦଳ ଘୋଷଣା କରିଛି। ଆଶା କରାଯାଉଥିଲା ମୟଙ୍କ ଏହି ଦଳରେ ସାମିଲ ହେବେ । ତେବେ ପ୍ରଥମ ଟେଷ୍ଟର ବିଫଳ ଓପ୍ନର କେ.ଏଲ୍ ରାହୁଲ ପୁଣି ସୁଯୋଗ ପାଇଛନ୍ତି । ରାଜକୋଟରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ୍ ଓ ୨୭୨ ରନରେ ବିଜୟ ହାସଲ କରି ଏହି ଦୁଇ ଟିକିଆ ସିରିଜରେ ୧-୦ରେ ଆଗୁଆ ଅଛି । ୨୦୧୩ରେ ଭାରତ ଇଣ୍ଡିଜ୍ ବିପକ୍ଷରେ ଦୁଇଟି ଯାକ ଟେଷ୍ଟ ତିନି ଦିନ ଭିତରେ ଜିତିଥିଲା । ଏଥିର ମଧ୍ୟ ବିରାଟ ବାହିନୀ ସେହି ଲକ୍ଷ୍ୟରେ ରହିଛି ।
ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), କେ.ଏଲ ରାହୁଲ, ପୃଥୀ ସ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ଥ, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଉମେଶ ଯାଦବ, ମହମ୍ମଦ ସାମି ଓ ଶାର୍ଦ୍ଦୁଳ ଠାକୁର ।
ସେପଟେ ୱେଷ୍ଟଇଣ୍ଡିଜ୍ ଦଳରେ ସମସ୍ୟା ହିଁ ସମସ୍ୟା । ଅଧିନାୟକ ଜାସନ୍ ହେଲଡର ଶତପ୍ରତିଶତ ଫିଟ୍ ନୁହନ୍ତି । ସେହିପରି ଦ୍ରୁତ ବୋଲର ସାନନ୍ ଗାବ୍ରିଲ ମଧ୍ୟ ଖେଳି ନପାରନ୍ତି ।