ରାଜକୋଟ : ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୬୪୯ ରନର ବିଶାଳ ସ୍କୋର କରି ପାଳି ଘୋଷଣା କରିଛି ଟିମ୍ ଇଣ୍ଡିଆ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶତକ ହାସଲ କରିବା ପରେ ଅଧିନାୟକ ବିରାଟ କୋହଲି ପାଳି ଘୋଷଣା କରିଥିଲେ । ସେତେବେଳେ ଜାଡେଜା ୧୩୨ ବଲରେ ୧୦୦ ରନ୍ (୫ ଚୗକା, ୫ ଛକା) ଏବଂ ମହମ୍ମଦ ସାମି ୨ ରନ୍ କରି ଖେଳୁଥିଲେ । ଜାଡେଜାଙ୍କର ଏହା ପ୍ରଥମ ଟେଷ୍ଟ ଶତକ । ପୂର୍ବରୁ ତାଙ୍କର ସର୍ବାଧିକ ସ୍କୋର ଥିଲା ୯୦ ରନ୍ ।
ଜାଡେଜାଙ୍କ ପୂର୍ବରୁ ଅଧିନାୟକ ବିରାଟ କୋହଲି ତାଙ୍କର ୨୪ତମ ଟେଷ୍ଟ ଶତକ ହାସଲ କରିବା ପରେ ୧୩୯ ରନରେ ଆଉଟ୍ ହୋଇଥିଲେ । ଅଧିନାୟକ ଭାବେ କୋହଲିଙ୍କର ଏହା ହେଉଛି ୧୭ତମ ଏବଂ ଇଣ୍ଡିଜ୍ ବିପକ୍ଷରେ ଦ୍ବିତୀୟ ଶତକ । ଖୁବ୍ ସତର୍କତାର ସହ ଖେଳି କୋହଲି ୨୦୦ ବଲ୍ ଖେଳି ଏହି ଶତକ ହାସଲ କରିଛନ୍ତି । ଓପ୍ନର ପୃଥ୍ୱୀ ସ’ଙ୍କ ଶତକକୁ ମିଶାଇ ଭାରତର ପ୍ରଥମ ଇନିଂସରେ ୩ଟି ଶତକ ହୋଇଛି । ତେବେ ପୂଜାରାଙ୍କ ପରେ ଋଷଭ ପନ୍ଥ ଶତକରୁ ବଞ୍ଚିତ ହୋଇଛନ୍ତି । ପନ୍ଥ ୯୨ ରନ୍ କରି ବିଶୁଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଇଣ୍ଡିଜ୍ ପକ୍ଷରୁ ଦେବେନ୍ଦ୍ରେ ବିଶୁ ସଫଳ ବୋଲର ଭାବେ ୨୧୭ ରନ୍ ଦେଇ ସର୍ବାଧିକ ୪ଟି ୱିକେଟ୍ ଦଖଲ କରିଛନ୍ତି ।