ଖୋଖୋରେ କିସ୍‍ ବିଶ୍ୱବିଦ୍ୟାଳୟର ୩ ଖେଳାଳି ରଚିଲେ ଇତିହାସ, ବିଶ୍ୱ ବିଜୟୀଙ୍କୁ ଅଭିନନ୍ଦନ ଜଣାଇଲେ ଡ. ଅଚ୍ୟୁତ ସାମନ୍ତ

ନୂଆଦିଲ୍ଲୀ : ପାରମ୍ପରିକ କ୍ରୀଡ଼ା ଖୋଖୋରେ କିସ୍‍ ବିଶ୍ୱବିଦ୍ୟାଳୟର ୩ ଖେଳାଳି ପବନି ଶବର, ଶୁଭଶ୍ରୀ ସିଂହ ଓ ମାଗାଇ ମାଝି ଇତିହାସ ରଚିଛନ୍ତି ।  ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧି ଇନ୍ ଡୋର ଷ୍ଟାଡିୟମ୍ ରେ ଆୟୋଜିତ ପ୍ରଥମ ବିଶ୍ୱକପରେ ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ବିଜେତା ହୋଇଛି ।

ଏଥିରେ ପୁରୁଷ ବର୍ଗରେ କିସ୍‍ ଛାତ୍ର ପବନି ଶବର ସାମିଲ ହୋଇଥିବା ବେଳେ ମହିଳା ଦଳରେ ଶୁଭଶ୍ରୀ ସିଂହ ଓ ମାଗାଇ ମାଝି ସାମିଲ ହୋଇଥିଲେ ।  ଏହା ସହ ଭାରତ ସହ ଓଡ଼ିଶା କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିହୋଇଛି ।

କିସ୍‍ ଛାତ୍ରଛାତ୍ରୀଙ୍କ ଏହି ସଫଳତାର ଖବର ପାଇବା ପରେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଦିଲ୍ଲୀ ପହଞ୍ଚିଥିଲେ ।  ତିନି ବିଶ୍ୱ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ କେବଳ କିସ୍‍ ନୁହେଁ, ଓଡ଼ିଶା, ଭାରତ ଏବଂ ସମଗ୍ର ଜନଜାତିଙ୍କ ପାଇଁ ଗର୍ବ ଓ ଗୌରବ ବୋଲି ଡ. ସାମନ୍ତ ପ୍ରକାଶ କରିଛନ୍ତି ।

ଭାରତ ବିଜୟୀ ହେବା ପରେ ଭାରତୀୟ ଦଳର ଏହି ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‍ ଯୋଗେ ଶୁଭେଚ୍ଛା ଜଣାଇ ଥିବାରୁ ଡ. ସାମନ୍ତ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସଫଳତା ଲାଗି ଖେଳାଳିମାନେ ଡ. ସାମନ୍ତ ଓ କିସ୍‍କୁ ଏହାର ଶ୍ରେୟ ଦେଇଛନ୍ତି ।

Also read:ମିସ୍ ଟିନ୍ ୟୁନିଭର୍ସ ୨୦୨୪ ତ୍ରିଷ୍ଣା ରାୟଙ୍କୁ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ

 

You might also like