ସୁରଟର ଡୁମାସ୍‌ ବିଚ୍‌ରେ ୩୬ତମ ଜାତୀୟ ବିଚ୍‌ ଭଲିବଲ୍‌ ଆରମ୍ଭ: ତେଲେଙ୍ଗାନାକୁ ହରାଇ ବିଜୟୀ ଅଭିଯାନ ଆରମ୍ଭ କଲା ଓଡିଶା ମହିଳା ଟିମ

କେନ୍ୟୁଜ୍(ବ୍ୟୁରୋ): ୩୬ତମ ଜାତୀୟ ବିଚ୍‌ ଭଲିବଲ୍‌ ପୁରୁଷ ଏବଂ ମହିଳା ଇଭେଣ୍ଟରେ ଆଜି ସୁରଟର ଡୁମାସ୍‌ ବିଚ୍‌ ଠାରେ ଆରମ୍ଭ ହୋଇଛି । ଓଡିଶା ମହିଳା ଦଳ ଶକ୍ତିଶାଳୀ ତେଲେଙ୍ଗାନା ଦଳକୁ ହରାଇ ବିଜୟୀ ଅଭିଯାନ ଆରମ୍ଭ କରିଛନ୍ତି । ଓଡିଶା ତେଲେଙ୍ଗାନାକୁ ୨-୦ସେଟ୍‌ ସ୍କୋରରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ଓଡିଶା ୨-୦ ସେଟ୍‌ ସ୍କୋରରେ କେରଳକୁ ପରାସ୍ତ କରିଛି । ଦୁଇଟି ବିଜୟ ସହ ଓଡିଶା ମହିଳା ଦଳ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି ।

ଆସନ୍ତାକାଲି କର୍ଣ୍ଣାଟକ ବିପକ୍ଷରେ ଦଳ ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବ । ପୁରୁଷ ବିଭାଗରେ ଓଡିଶା ଦଳ ତାମିଲନାଡୁ ବିପକ୍ଷରେ ୱାକ ଓଭରରୁ ବିଜୟ ଅଭିଯାନ ଆରମ୍ଭ କରିଛି । ଓଡିଶା ପୁରୁଷ ଦଳରେ ବିବେକ ପଲାଇ ଏବଂ ସୁନୀଲ ଦାସ ଖେଳୁଥିବା ବେଳେ କୋଚ୍‌ ରହିଛନ୍ତି ସଞ୍ଜୟ କୁମାର ଦାସ । ସେହିପରି ଓଡିଶା ମହିଳା ଦଳରେ ଶିବାନୀ ପ୍ରିୟଦର୍ଶିନୀ ଏବଂ ମୋନାଲିସା ପାତ୍ର ଖେଳୁଥିବା ବେଳେ କୋଚ୍‌ ଅଛନ୍ତି ସୁଦର୍ଶନ ଭୂଷଣ ମିଶ୍ର ।

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ସହଯୋଗରେ ଓଡ଼ିଶା ଭଲିବଲ୍‌ ଆସୋସିଏସନର ପ୍ରଶିକ୍ଷଣ ଶିବିର ଦୀର୍ଘ ଦୁଇ ମାସ ଧରି କିଟ୍‌ ଗ୍ରାଉଣ୍ଡରେ ଚାଲିଥିଲା । ଏହି ସଫଳତା ନେଇ କନ୍ଧମାଳ ସାଂସଦ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ଭାରତୀୟ ଭଲିବଲ ସଂଘର ସଭାପତି ଡ. ଅଚ୍ୟୁତ ସାମନ୍ତ ଉଭୟ ଦଳକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ମ୍ୟାଚ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.