୩୮ ତମ ଜାତୀୟ କ୍ରୀଡା ପ୍ରତିଯୋଗିତା, ଭାରୋତ୍ତଳନରେ ସୁରେଶଙ୍କୁ ମିଳିଛି କାଂସ୍ୟ ପଦକ

ଡେରାଡୁନ: ୩୮ ତମ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ସୁରେଶଙ୍କୁ କାଂସ୍ୟ ପଦକ ମିଳିଛି । ଖବର ମୁତାବକ, ୩୮ ତମ ଜାତୀୟ କ୍ରୀଡା ପ୍ରତିଯୋଗିତାର ଭାରୋତ୍ତଳନ ବିଭାଗର ପୁରୁଷ ୯୬ କେଜି ବିଭାଗରେ ଓଡିଶାର ସୁରେଶ କୁମାର ଯାଦବ ସ୍ନାଚରେ ୧୭୯ କେଜି ଓ କ୍ଲିଂନ ଏଣ୍ଡଜର୍କରେ ୧୭୩ କେଜି ଏବଂ ମୋଟ ୩୧୨ କେଜି ଉତ୍ତୋଳନ କରିଥିଲେ । ଯେଉଁଥିରେ ସେ କାଂସ୍ୟ ପଦକ ହାସଲ କରିଛନ୍ତି ।

ଏହି ବିଭାଗରେ ପଞ୍ଜାବର ଦିଲବାଗ ସିଂ ମୋଟ ୩୩୭ କେଜି ଓ ଉତ୍ତର ପ୍ରଦେଶର ପରଭ ଚୌଧୁରୀ ମୋଟ ୩୧୬ ଉତ୍ତୋଳନ କରି ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି । ଆଜି ସକାଳ ସମୟରେ ୮୨ କେଜି ପୁରୁଷ ବିଭାଗରେ ଓଡିଶାର ହୃଦାନନ୍ଦ ଦାସ ମୋଟ ୩୦୭ କେଜି ଉତ୍ତୋଳନ କରି ୪ର୍ଥ ସ୍ଥାନ ହାସଲ କରିଛନ୍ତି ।

ସେ ମାତ୍ର ୪ କେଜି ବ୍ୟବଧାନରେ କାଂସ୍ୟ ପଦକରୁ ବଂଚିତ ହୋଇଛନ୍ତି । ଉଭୟ ଖେଳାଳିଙ୍କୁ ଓଡିଶା ଭାରୋତ୍ତଳ ସଂଘ ତରଫରୁ ଶୁଭେଚ୍ଛା ଜଣାଇଛନ୍ତି ।

Also read:୩୮ ତମ ଜାତୀୟ କ୍ରୀଡା ପ୍ରତିଯୋଗିତା, ଭାରୋତ୍ତଳନରେ ସ୍ଵର୍ଣ୍ଣ ଜିତିଲେ ଓଡି଼ଶାର ରିମା ଭୋଇ

You might also like