ଇଣ୍ଡିଆ-ଚାଇନା ଚେସ୍ ସମିଟ୍ ୨୦୧୮, ଚୀନ୍କୁ ହରାଇ ଭାରତ ବିଜୟୀ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର କିଟ୍ କ୍ୟାମ୍ପସରେ ତୃତୀୟ ଇଣ୍ଡିଆ ଚାଇନା ଚେସ୍ ସମିଟ୍ ୨୦୧୮ ଉଦଯାପିତ ହୋଇଛି । ଟୁର୍ଣ୍ଣାମେଣ୍ଟରେ ଚୀନଠାରୁ ଅଧିକ ଦୁଇ ପଏଣ୍ଟ ପାଇ ଭାରତ ବିଜୟୀ ହୋଇଛି । ଦୁଇ ଦେଶର ବଛାବଛା ଖେଳାଳିଙ୍କୁ ନେଇ ଏହି ଚେସ ପ୍ରତିଯୋଗିତା ହୋଇଥିଲା । ଭାରତକୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସ ଅଫ୍ ଚୀନ୍କୁ ପୁରସ୍କୃତ କରାଯାଇଛି । ଏହି ଅବସରରେ ସମସ୍ତ ଚେସ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।