ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୯ମ ଦିନରେ ୪ଟି ସ୍ୱର୍ଣ୍ଣ ସମେତ ୧୪ ମେଡାଲ ଜିତିଛି ଭାରତ

କେନ୍ୟୁଜ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଖାତାରେ ଆଉ ୪ ସ୍ୱର୍ଣ୍ଣ । ୯ମ ଦିନରେ ୪ଟି ସ୍ୱର୍ଣ୍ଣ ସମେତ ୧୪ ମେଡାଲ ଜିତିଛି ଭାରତ । କେବଳ କୁସ୍ତିରେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ୭୪ କିଲୋଗ୍ରାମ ପୁରୁଷ କୁସ୍ତିରେ ନବୀନ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପାକିସ୍ତାନ ଖେଳାଳିକୁ ଏକ ତରଫା ଭାବେ ହରାଇଛନ୍ତି ନବୀନ । ପୂର୍ବରୁ ମହିଳା ୫୩ କେଜି ବର୍ଗ କୁସ୍ତିରେ ଭିନେଶ ଫୋଗତ ଗୋଲ୍ଡ ଜିତିଥିଲେ ।

ସେହିପରି ରବି ଦହିୟା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପୁରୁଷ ୫୭ କେଜି ବର୍ଗ କୁସ୍ତିରେ ରବି ଦହିୟା ସ୍ୱର୍ଣ୍ଣ ଜିତିଛନ୍ତି। ନାଇଜେରିଆ ପ୍ରତିଯୋଗୀଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି । ସେହିପରି ମହିଳା ପାରା ଟେବୁଲ ଟେନିସରେ ଭାବନା ପଟେଲ ସ୍ୱର୍ଣ୍ଣ ଜିତିଛନ୍ତି । ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ୧୩ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଏବଂ ୧୬ଟି ବ୍ରୋଞ୍ଜ ପଦକ ଜିତିଛି ଭାରତ।

Leave A Reply

Your email address will not be published.