ଲଣ୍ଡନ : ୨୪୫ ରନର ବିଜୟ ଲକ୍ଷ୍ୟ ନେଇ ଚତୁର୍ଥ ଟେଷ୍ଟ ଜିତିବାକୁ ଲଢ଼େଇ ଜାରି ରଖିଛି ଭାରତୀୟ ଦଳ । ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରି ଆଉଟ୍ ହେବା ପରେ ଚିନ୍ତାରେ ପଡ଼ିଛି ଦଳ । ପ୍ରଥମରୁ ଖୁବ୍ କମ୍ ରନ୍ ଭିତରେ ତିନିଟି ୱିକେଟ୍ ପଡ଼ିଯିବା ପରେ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ୧୦୧ ରନ୍ ଯୋଡ଼ିଛନ୍ତି । କୋହଲି ୫୮ ରନ କରି ମୋଇନ୍ ଅଲୀଙ୍କ ବଲରେ ଆଉଟ୍ ହୋଇଛନ୍ତି । ସେତେବେଳକୁ ରାହାଣେ ୪୨ ରନ୍ କରି ଖେଳୁଥିଲେ । ସେତେବେଳକୁ ଦଳୀୟ ସ୍କୋର ଥିଲା ୪ ୱିକେଟରେ ୧୨୩ ରନ୍ । ବିଜୟ ପାଇଁ ଆଉ ଦରକାର ୧୨୨ ରନ୍ ।
ପୂର୍ବରୁ ଦୁଇ ଓପ୍ନରଙ୍କ ସମେତ ପ୍ରଥମ ଇନିଂସରେ ଚମତ୍କାର ଶତକ କରି ଶେଷ ପର୍ଯନ୍ତ ଅପରାଜିତ ରହିଥିବା ଚେତେଶ୍ବର ପୂଜାରା ଖୁବ୍ ଶୀଘ୍ର ବିଦା ହୋଇଯାଇଥିଲେ । ଦଳୀୟ ସ୍କୋର ୪ ରନରେ ଲୋକେଶ ରାହୁଲଙ୍କୁ ଖାତା ଖୋଲିବା ପୂର୍ବରୁ କ୍ଲିନ୍ ବୋଲଡ୍ କରି ଦେଇଥିଲେ ବ୍ରଡ୍ । ପରେ ପୂଜାରା ୫ ଓ ଶିଖର ଧବନ ୧୭ ରନ କରି ଆଣ୍ଡର୍ସନଙ୍କ ଶିକାର ହୋଇଥିଲେ । ୨୦ ଓଭର ବେଳକୁ କୋହଲି ଓ ରାଣେ ପାଳି ସମ୍ଭାଳିଥିଲେ । ଦଳର ସ୍କୋର ଥିଲା ୩ ୱିକେଟରେ ୪୬ ରନ୍ । ଶେଷ ଇନିଂସରେ ଓଭାଲ ପିଚରେ ବ୍ୟାଟିଂ କରିବା ଭାରି କଷ୍ଟକର ହୋଇପଡୁଛି । ତେଣୁ ବଡ଼ ଭାଗିଦାରୀ ନହେଲେ ଭାରତୀୟ ଦଳ ନିଜକୁ ପରାଜୟରୁ ରକ୍ଷା କରିବା ସମ୍ଭବ ହେବ ନାହିଁ । ଆଜି ସକାଳେ ଇଂଲଣ୍ଡର ଦ୍ବିତୀୟ ଇନିଂସ୍ ୨୭୧ ରନରେ ସମାପ୍ତ ହୋଇଥିଲା ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…