ରାଜକୋଟ ଐତିହାସିକ ବିଜୟର ୫ ହିରୋ

ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରାଜକୋଟରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟରେ ହିରୋ ସାଜିଥିଲେ ୫ ଜଣ । ଏହି ପାଞ୍ଚଜଣ ଖେଳାଳିଙ୍କ ଦକ୍ଷତା ବଳରେ ଇଣ୍ଡିଜକୁ ଶୋଚନୀୟ ଭାବେ ହରାଇ ଦେଲା ଟିମ୍ ଇଣ୍ଡିଆ ।

ପୃଥ୍ବୀ ସ : ପଦାର୍ପଣ ଟେଷ୍ଟ ଖେଳିଥିଲେ । କିଛି କରି ଦେଖାଇବା ଦମ୍ ନେଇ ମୈଦାନକୁ ଓହ୍ଲାଇଥିଲେ । ସେୟା ହିଁ ହେଲା । ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ଆରମ୍ଭ କରିଥିଲେ ପୃଥ୍ବୀ । ମୂଳଦୁଆକୁ ମଜଭୁତ କରିଥିଲେ । ୯୯ ବଲରୁ ସେଞ୍ଚୁରୀ ମାରି ଭାରତର ଦ୍ଵିତୀୟ ସର୍ବକନିଷ୍ଠ ଟେଷ୍ଟ କ୍ରିକେଟର ହୋଇଥିଲେ । ୧୩୪ ରନ୍ କରି ଆଉଟ୍ ହେବା ବେଳକୁ ଭାରତ ଏକ ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହୋଇସାରିଥିଲା । ୧୫୪ ବଲରୁ ୧୩୪ ରନ୍ ହାସଲ କରିଥିଲେ ପୃଥ୍ବୀ ସ ।

ବିରାଟ କୋହଲି : ଟିମ୍ ଇଣ୍ଡିଆର ରନ୍ ମେସିନ୍ । ଯାହା କରୁଛନ୍ତି ରେକର୍ଡ ହେଉଛି । ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପୃଥ୍ବୀ ସ ପାଓ୍ବାରଫୁଲ ଇନିଂସ ଖେଳିବା ପରେ ବିରାଟ ଇନିଂସ ଖେଳିଥିଲେ କୋହଲି । ଦ୍ବିତୀୟ ଦିନରେ ଅପରାଜିତ ୭୨ ରନରୁ ଖେଳ ଆରମ୍ଭ କରି ଶତକ ହାସଲ କରିଥିଲେ । ୨୩୦ ବଲ୍ ଖେଳି ୧୦ଟି ଚୌକା ବଳରେ ହାସଲ କରିଥିଲେ ୧୩୯ ରନ୍ । ଏହାସହ ଅନେକ ରେକର୍ଡର ସମତୁଲ ହୋଇଥିବା ବେଳେ ଅନେକ ମହାନ ଖେଳାଳିଙ୍କୁ ପଛରେ ଛାଡିଥିଲେ ବିରାଟ କୋହଲି । ଦ୍ରୁତ ୨୪ତମ ଶତକ ହାସଲ କରିବାରେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ସାର୍ ଡନ୍ ବ୍ରାଡମ୍ଯାନଙ୍କ ପଛକୁ ବିଶ୍ଵର ଦ୍ଵିତୀୟ ଖେଳାଳି ହୋଇପାରିଥିଲେ । ବ୍ରାଡମ୍ଯାନ୍ ୬୬ ଇନିଂସରୁ ୨୪ ଶତକ ମାରିଥିବା ବେଳେ କୋହଲି ଏହି ସଫଳତା ୧୨୩ ଇନିଂସରୁ ପାଇଛନ୍ତି ।

kohli-jadejakohli-jadeja

ରବୀନ୍ଦ୍ର ଜାଡେଜା : ଭାରତ ୬୪୯ ରନର ପାହାଡ଼ ଠିଆ କରିବାରେ ରବୀନ୍ଦ୍ର ଜାଡେଜାଙ୍କ ଅବଦାନ ଢେର ଅଧିକ । ମ୍ୟାଚର ଶେଷ ଭାଗରେ ଭପଯୋଗୀ ଶତକୀୟ ଇନିଂସ ଖେଳିଥିଲେ । କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ସେଞ୍ଚୁରୀ ନିଜ ନାଁରେ ଯୋଡିଥିଲେ । ଅପରାଜିତ ୧୦୦ ରନ୍ କରିଥିଲେ । ଏଥିପାଇଁ ଖେଳିଥିଲେ ୧୩୨ଟି ବଲ୍ । ୫ଟି ଚୌକା ଓ ୫ଟି ଥକା ମାରିଥିଲେ । ସେହିପରି ଚମତ୍କାର ବୋଲିଂ ବିକଲେ । ଦୁଇଟି ଇନିଂସରେ ୪ଟି ଓ୍ବିକେଟ୍ ନେଇଥିଲେ ଜାଡେଜା ।

ଆର୍. ଅଶ୍ବିନ୍ : ସ୍ପିନ ଫାଶରେ ଓ୍ବେଷ୍ଟଇଣ୍ଡିଜ ବ୍ଯାଟ୍ସମ୍ଯାନଙ୍କୁ ଫସେଇଥିଲେ । ପ୍ରଥମ ଇନିଂସରେ ୩୭ ରନ୍ ଦେଇ ୪ଟି ଓ୍ବିକେଟ୍ ନେଇଥିଲେ । ଯାହା ଫଳରେ ଓ୍ବେଷ୍ଟଇଣ୍ଡିଜ୍ ୧୮୧ ଧନରେ ଅଲ୍ ଆଉଟ୍ ହୋଇଥିଲା । ସେହିପରି ଦ୍ବିତୀୟ ଇନିଂସରେ ତାଙ୍କ ଭାଗରେ ପଡ଼ିଥିଲା ୨ଟି ଓ୍ବିକେଟ୍ ।

Ashwin-Kuldeep

କୁଳଦୀପ ଯାଦବ : ଚାଇନା ମ୍ଯାନ୍‌ କୁଳଦୀପ ଯାଦବ ଦ୍ବିତୀୟ ଇନିଂସରେ ସୁପର ସୋ ଦେଖାଇଲେ । ତାଙ୍କ ଗୁଗଲିକୁ ବୁଝି ପାରି ନଥିଲେ କାରେବିଏନ୍ ବ୍ଯାଟ୍ସମ୍ଯାନ୍ । ଜଣଙ୍କ ପରେ ଜଣେ ଗୋଟିଏ ପରେ ଗୋଟିଏ ଓ୍ବିକେଟ୍ ଟେକି ଦେଇଥିଲେ କୁଳଦୀପଙ୍କ ହାତକୁ । ପ୍ରଥମ ଇନିଂସରେ ୧୦ ଓଭର୍ ଫିଙ୍ଗି ୬୨ ରନ୍ ଦେଇଥିଲେ । ମିଳିଥିଲା ମାତ୍ର ଗୋଟିଏ ଓ୍ବିକେଟ୍ । କିନ୍ତୁ ଦ୍ବିତୀୟ ଇନିଂସରେ ୧୪ ଓଭର୍ ବୋଲିଂ କରିଥିଲେ । ୫୭ ରନ୍ ବ୍ଯୟ କରି ୫ଟି ଓ୍ବିକେଟ୍ ନେଇଥିଲେ । ଦୁଇଟି ଯାକ ଇନିଂସରେ ତାଙ୍କୁ ମିଳିଛି ସର୍ବାଧିକ ୬ଟି ଓ୍ବିକେଟ୍ ।

ଅଜିତ କୁମାର ଦେହୁରୀ

You might also like