‘WWE’ର ୫ ଏମିତି ସୁପରଷ୍ଟାର୍ସ, ଯିଏ ରିଙ୍ଗରେ ଥିଲେ ଜଣେ ଆଉ ଜଣଙ୍କ ଶତ୍ରୁ, କିନ୍ତୁ ବିପଦରେ ସାଙ୍ଗ ହୋଇ କରିଥିଲେ ସାହାଯ୍ୟ

ଆଜି ଆମେ ଆପଣଙ୍କୁ WWEର ୫ ଏମିତି ସୁପରଷ୍ଟାର ଯୋଡ଼ିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ରିଙ୍ଗରେ ଜଣେ ଜଣଙ୍କର ଶତ୍ରୁ ଥିଲେ, କିନ୍ତୁ ବାସ୍ତବରେ ବିପଦ ସମୟରେ ସାହାଯ୍ୟର ହାତ ବଢାଇଥିଲେ।

୧. ବ୍ରାକ ଲେସନର – ବିଗ ଶୋ: ୨୦୦୨ରେ ସମର ସ୍ଲେମରେ ‘ଦ ରକ’କୁ ହରାଇବା ପରେ ବ୍ରାକ ଲେସନର ସବୁଠାରୁ ବଡ଼ ସୁପରଷ୍ଟାର ବନି ଯାଇଥିଲେ। ଏହି ସମୟରେ WWEର ଅଧିକାରୀମାନେ ଲେସନରଙ୍କୁ ପଚାରିଥିଲେ କି, ସେ କାହାର ସାମ୍ନା କରିବାକୁ ଚାହୁଁଛନ୍ତି? ଏହାର ଉତ୍ତରରେ ସେ ବିଗ ଶୋଙ୍କ ନାଁ ନେଇଥିଲେ। କିନ୍ତୁ ଅଧିକାରୀମାନେ ଏହା ଚାହୁଁ ନ ଥିଲେ। ବିଗ ଶୋ ନିଜେ କହିଥିଲେ କି, ଲେସନର ତାଙ୍କୁ ସାହାଯ୍ୟ କରିବା ପାଇଁ WWE ଅଧିକାରୀମାନଙ୍କ ପଛରେ ପଡିଯାଇଥିଲେ। ତାଙ୍କ ସାହାଯ୍ୟ ଯୋଗୁ ମୁଁ ପୁଣିଥରେ ଖେଳିପାରିଲି।

nn

୨. ଜନ ସିନା – ବେକି ଲିଞ୍ଚ: ଜନ ସିନା WWE ସୁପରଷ୍ଟାର ବେକି ଲିଞ୍ଚଙ୍କୁ ହଲିଉଡରେ ସଫଳ କ୍ୟାରିୟର ବନେଇବାରେ ସାହାଯ୍ୟ କରିଥିଲେ। ଲିଞ୍ଚ ନିଜେ କହିଥିଲେ କି, ଜନ ସିନା କେବେ କେବେ ତାଙ୍କ ହଲିଉଡ କ୍ୟାରିୟର ଉପରେ ନଜର ରଖିଥାନ୍ତି।

oo

୩. ଦ ଅଣ୍ଡରଟେକର-ଟ୍ରିପଲ ଏଚ: WWEର ଏହି ଦୁଇ ମହାନ ଖେଳାଳି ବାସ୍ତବ ଜୀବନରେ ଦୁହେଁ ପରସ୍ପରର ଭଲ ସାଙ୍ଗ। ଅଣ୍ଡରଟେକର ପ୍ରଫେସନାଲ ସହିତ ବ୍ୟକ୍ତିଗତ ଭାବେ ଅନେକ ଥର ଟ୍ରିପଲ ଏଚଙ୍କୁ ସାହାଯ୍ୟ କରିଛନ୍ତି। ଷ୍ଟେଫନି ମକମହନଙ୍କ ସହ ସମ୍ପର୍କକୁ ନେଇ ବି ଅଣ୍ଡରଟେକର, ଟ୍ରିପଲ ଏଚଙ୍କୁ ବହୁତ ସାହାଯ୍ୟ କରିଥିଲେ।

୪. କ୍ରିସ ଜେରିକୋ-ବ୍ରାୟନ ନବସ: ପୂର୍ବ ଚାମ୍ପିୟନ କ୍ରିସ ଜେରିକୋ WWEରି ବହୁତ ପଇସା କମାଇଛନ୍ତି। ସେ ୨୦୧୯ରେ ପୂର୍ବ WCW ଷ୍ଟାର ବ୍ରାୟନ ନବସଙ୍କ ମେଡିକାଲ ବିଲ ଭରିବା ପାଇଁ ୧,୫୦୦ ଡଲାର ରାଶି ଦାନ କରିଥିଲେ।

kk

୫. ଡାଇମଣ୍ଡ ଡଲାସ ପେଜ-ସ୍କଟ ହଲ ଏବଂ ଜ୍ୟାକ ଦ ସ୍ନେକ: WCW ହଲ ଅଫ ଫେମର ସଦସ୍ୟ ଥିବା ସ୍କଟ ହଲ ଏବଂ ଜ୍ୟାକ ଦ ସ୍ନେକ ଏକ ଜମାନାରେ ଜଣାଶୁଣା ରେସଲର ଭାବେ ପରିଚିତ ଥିଲେ। କିନ୍ତୁ ମଦ ଏବଂ ନିଶା ଏମାନଙ୍କ କ୍ୟାରିୟରକୁ ବର୍ବାଦ କରିଦେଇଥିଲା। ଏହି ଦୁଇଜଣଙ୍କୁ WWE/WCW ଷ୍ଟାର ଡାଇମଣ୍ଡ ଡଲାସ ପେଜ ସାହାଯ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.