ଧୋନୀଙ୍କଠୁ ଏହି ୫ ବିରାଟ କଥା ଶିଖିବା ଉଚିତ୍ ମୈଦାନରେ ଗାଳି ଦେଉଥିବା କୋହଲି

ଯେତିକି ନିଜ ବ୍ୟାଟିଂ ପାଇଁ ସେତିକି ନିଜ ରାଗ ପାଇଁ ପରିଚିତ କ୍ୟାପଟେନ୍ କୋହଲି । ଆଉ ବିରାଟଙ୍କ ଏହି ଆକ୍ରାମକ ଅନ୍ଦାଜ୍ ଏବେ ଟି – ୨୦ ଲିଗରେ ଚର୍ଚ୍ଚାର ବିଷୟ ପାଲଟିଛି । ଲାଗୁଛି ଲଗାତାର ହାର ପରେ ନିରାଶର ଗାତରେ ମିଶିଯାଇଥିବା ବେଙ୍ଗାଲୁରୁ କ୍ୟାପଟେନ୍ ନିଜ ଟିମକୁ ମିଳୁଥିବା ବିଜୟ ରୁପୀ ଅକ୍ସିଜେନରେ ଏତେ ଉତ୍ସାହିତ ହୋଇଯାଇଛନ୍ତି ଯେ ଗାଳି ଦେବାକୁ ପଛାଉ ନାହାଁନ୍ତି ।
ପଂଜାବ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଅନେକ ସମୟରେ ବିରାଟଙ୍କୁ କ୍ୟାମେରା ସାମ୍ନାରେ ଗାଳି ଦେଉଥିବା ଦେଖାଯାଇଛି । ପଂଜାବର କ୍ୟାପଟେନ୍ ଅଶ୍ବିନି କ୍ୟାଚ୍ ନେବା ପରେ ଯେଉଁ ବ୍ୟବହାର କରିଥିଲେ କୋହଲି ତାହା ପୁରା ବିଶ୍ବ ଦେଖିଛି । ବିଶ୍ବ କପ୍ ପୂର୍ବରୁ କୋହଲିଙ୍କ ଏହି ବ୍ୟବହାର ଦେଖି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନୀଙ୍କ କଥା ମନେ ପଡୁଛି ।

dhoniପ୍ରତିକୂଳ ପରିବେଶରେ ବି ଶାନ୍ତ ଚିତ୍ତରେ ରଣନୀତି ପ୍ରସ୍ତୁତ କରିବା ଏବଂ ବିନା କୌଣସି ପାଟିତୁଣ୍ଡରେ ଖେଳାଳିଙ୍କୁ ବୁଝାଇବା ପ୍ରକୃତରେ ଏକ କଳା । ଯାହା କେବଳ ଧୋନୀଙ୍କ ନିକଟରେ ଦେଖିବାକୁ ମିଳେ । ଧୋନୀଙ୍କ ଥଣ୍ଡା ମିଜାଜ୍ ଏବଂ ଉତ୍ତମ ବ୍ୟବହାର ଯୋଗୁଁ ହିଁ ବିଶ୍ବ କ୍ରିକେଟରେ ସମସ୍ତେ ତାଙ୍କ ନାଁ ଖୁବ୍ ଇଜ୍ଜତର ସହ ନେଇଥାନ୍ତି । ଧୋନୀଙ୍କଠୁ ଖେଳ ବ୍ୟତୀତ ଏହି ଭଲ ଗୁଣ ଗ୍ରହଣ କରିବା ଉଚିତ୍ କୋହଲି ।

ନିଜେ ବିରାଟ୍ ଜାଣନ୍ତି ସେ ଧୋନୀଙ୍କ ବିନା ଅଧୁରା । କଣ ସେ ଏହି ଅଧୁରାପଣକୁ ଭରିବା ପାଇଁ ଚେଷ୍ଟା କରିପାରିବେନି ? ଧୋନୀଙ୍କ ନିକଟରେ ରହିଛି ଲମ୍ବା ଅନୁଭବ । ସେ ବିପରୀତ ପରିସ୍ଥିତିରେ ଧର‌୍ୟ୍ୟହରା ହୋଇନଥାନ୍ତି । ମ୍ୟାଚ୍ କୌଣସି ବି ସ୍ଥିତିରେ ଥାଉ ନା କାହିଁକି ପୁରା କୁଲ୍ ମୁଡରେ ଥାନ୍ତି ଧୋନୀ । କେତେ ବି ଚାପ ଥାଉ ନା କାହିଁକି ଧୋନୀଙ୍କ ଚେହେରାରେ ଏହାର ପ୍ରଭାବ ଟିକେ ବି ଦେଖାଯାଏ ନାହିଁ । ବିଜୟ ହେଉ ବା ପରାଜୟ ଅବା ମ୍ୟାଚ୍ ଡ୍ର ହେଉ । ଧୋନୀଙ୍କ ଚେହେରାର ହାବ ଭାବ ରେ ବେଶୀ ଫରକ ନଥାଏ । ଧୋନୀଙ୍କ ଏହି ଗୁଣକୁ ନିହାତି ଶିଖିବା ଉଚିତ୍ ବିରାଟ୍ ।

ସ୍ଲେଜିଙ୍ଗର ଜବାବ୍ କେବେ ସ୍ଲେଜିଙ୍ଗରେ ଦେଇନଥାନ୍ତି ଧୋନୀ । ବରଂ ନିଜ ବ୍ୟାଟରେ ଦିଅନ୍ତି । ଯାହା ବିରାଟଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଶିକ୍ଷା । ମୈଦାନରେ କୋହଲି ଖୁବ୍ ଶୀଘ୍ର ନିଜ ଉପରୁ ନିୟନ୍ତ୍ରଣ ହରାଇ ବସନ୍ତି । ଖୁବ୍ ଶୀଘ୍ର ଧର‌୍ୟ୍ୟ ହରାଇ ଦିଅନ୍ତି ।

kohliଏହା ପ୍ରଥମଥର ନୁହେଁ ଯେତେବେଳେ ଏହି ଆକ୍ରାତ୍ମକ ବ୍ୟାଟ୍ସମ୍ୟାନ୍ କ୍ରିକେଟର ଗରିମାକୁ କ୍ଷତି ପହଂଚାଇଛନ୍ତି । ନିଜ କ୍ୟାରିୟର୍ ଆରମ୍ଭ ସମୟରେ ଅଷ୍ଟ୍ରେଲିଆ ଫ୍ୟାନ୍ସଙ୍କୁ ଅଶ୍ଳୀଳ ଇଶାରା କରି ବିବାଦ ଘେରକୁ ଚାଲିଆସିଥିଲେ କୋହଲି ।

କ୍ୟାପଟେନ୍ ଥାଇ ମଧ୍ୟ ନିଜ ସାଥୀ ଖେଳାଳଙ୍କ ପରାମର୍ଶ ନେଇଥାନ୍ତି । ସିନିୟର୍ ଖେଳାଳି ହୁଅନ୍ତୁ ବା ଜୁନିୟର୍, ଆବଶ୍ୟକ ପଡିଲେ ସମସ୍ତଙ୍କଠୁ ପରାମର୍ଶ ନେଇଥାନ୍ତି ଧୋନୀ । କିନ୍ତୁ ଏହି ଗୁଣ ବିରାଟଙ୍କ ନିକଟରେ ଦେଖିବାକୁ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.