ରାଜକୋଟ : ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ ପ୍ରଥମ ମ୍ୟାଚରେ ଘରୋଇ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ । ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ପୃଥ୍ଵୀ ସ ଏବଂ ଚେତେଶ୍ବର ପୂଜାରା ଅର୍ଦ୍ଧଶତକ ହାସଲ କରିବା ଫଳରେ ପ୍ରଥମ ଦିନ ଲଞ୍ଚ ସୁଦ୍ଧା ଭାରତୀୟ ଦଳ କରିଛି ୧ ୱିକେଟରେ ୧୩୩ ରନ୍ । ଦୁଇ ବ୍ୟାଟସମ୍ୟାନ ଚମତ୍କାର ଭାବେ ଇଣ୍ଡିଜ୍ ବୋଲରଙ୍କୁ ସାମନା କରି ୧୩୦ ରନର ଭାଗିଦାରୀ କରିଛନ୍ତି । ବିଶେଷ କରି ପୃଥ୍ଵୀ ସ ଅତି ବଢ଼ିଆ ବ୍ୟାଟିଂ କରି ୭୫ ରନ୍ ଏବଂ ପୂଜାରା ୫୬ ରନରେ ଅପରାଜିତ ଅଛନ୍ତି । ପୂଜାରାଙ୍କର ଏହା ହେଉଛି ୧୯ତମ ଟେଷ୍ଟ ଶତକ ।
। ଲଗାତର ୫ଟି ମ୍ୟାଚରେ ଟସ୍ ହାରିବା ପରେ ଏଠାରେ ବିରାଟ କୋହଲି ଟସ୍ ଜିତିଥିଲେ ଏବଂ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ ପାଇଁ ଦଳରୁ ବାଦ ପଡ଼ିଛନ୍ତି ଓପନର ଶିଖର ଧଓ୍ଵନ । ତାଙ୍କ ସ୍ଥାନରେ ଟେଷ୍ଟ ଡେବ୍ୟୁ କରି ଭଲ ଖେଳ ଜାରି ରଖିଛନ୍ତି ମୁମ୍ବାଇର ୧୮ ବର୍ଷୀୟ ଯୁବ ଓପ୍ନର ପୃଥ୍ଵୀ ସ । ନିଜର ପ୍ରଥମ ମ୍ୟାଚରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୫୬ ବଲ ଖେଳି ୭ଟି ଚୌକା ଜରିଆରେ ୫୦ ରନ୍ ପୂରଣ କରିଥିଲେ । ତାଙ୍କ ସହିତ ଲୋକେଶ ରାହୁଲଙ୍କ ଇନିଂସ ଓପନ୍ କରିଥିଲେ । ତେବେ ଖାତା ଖୋଲିବା ପୂର୍ବରୁ ଗାବ୍ରିଏଲଙ୍କ ବଲରେ ଏଲବିଡଲ୍ୟୁ ଆଉଟ୍ ହୋଇଥିଲେ ରାହୁଲ । ଏହାପରେ ଚାଲିଛି ପୃଥ୍ଵୀ ସ ଏବଂ ପୂଜାରାଙ୍କ ଯୋଡ଼ିର ଭାଗିଦାରୀ ।