୬୯ତମ ରାଜ୍ଯସ୍ତରୀୟ ସିନିଅର ପୁରୁଷ ଓ ମହିଳା କବାଡି ଚମ୍ପିଆନସିପ ଉଦଯାପିତ, ପୁରୁଷ ବର୍ଗରେ କଟକ ଦଳ ଓ ମହିଳା ବର୍ଗରେ ଇଷ୍ଟକୋଷ୍ଟ ରେଳବାଇ ଚମ୍ପିଆନ

ସୁନ୍ଦରଗଡ (କେନ୍ଯୁଜ): ରାଜ୍ଯ କବାଡି ସଂଘ, ଜିଲ୍ଲା କ୍ରୀଡା ସଂସଦ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ଯରେ ସୁନ୍ଦରଗଡରେ ଚାଲିଥିବା ୬୯ ତମ ରାଜ୍ଯସ୍ତରୀୟ ସିନିଅର ପୁରୁଷ ଓ ମହିଳା କବାଡି ଚମ୍ପିଆନସିପ ଉଦଯାପିତ ହୋଇଯାଇଛି।  ସୁନ୍ଦରଗଡ ମାଦ୍ରିକାଲୋ ପଡିଆରେ ଏହି ଚମ୍ପିଆନସିପ ୩ ଦିନ ଧରି ଚାଲିଥିଲା। ରାଜ୍ଯର ସମସ୍ତ ୩୦ ଜିଲ୍ଲାରୁ ଉଭୟ ପୁରୁଷ ଓ ମହିଳା ଦଳ ଏହି ଚମ୍ପଆନସିପରେ ଯୋଗ ଦେଇଥିଲେ। ପ୍ରଥମେ ଲିଗ ପର୍ଯ୍ଯାୟ ପରେ କ୍ବାଟର,ସେମି ଓ ଫାଇନାଲ ମ୍ଯାଚ ଅନୁଷ୍ଠିତ ହୋଇଥିଲା। ପୁରୁଷ ବର୍ଗରେ ୨୮ ଓ ମହିଳା ବର୍ଗରେ ୨୬ଟି ଟିମ ଯୋଗ ଦେଇଥିଲେ।

ଉଦଯାପନୀ ଉତ୍ସବରେ ଅତିଥି ଭାବେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଯୋଗ ଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ପାରାଅଲମ୍ପିକର ସ୍ବର୍ଣ୍ଣ ବିଜେତା ତଥା ଧ୍ୟାନଚାନ୍ଦ ଖେଳରତ୍ନ ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ ଯୋଗ ଦେଇ ଏଭଳି ଏକ ଆୟୋଜନ ପ୍ରଶଂସା କରିବା ସହ ରାଜ୍ଯ ସରକାର ବର୍ତ୍ତମାନ କ୍ରୀଡାର ଉନ୍ନତି ପାଇଁ ସମସ୍ତ ପ୍ରକାର ସାହାଯ୍ଯ ଯୋଗାଇଦେଉଛନ୍ତି। ପୂର୍ବରୁ ସୁନ୍ଦରଗଡ ହକିର ଗଡ ଥିବା ବେଳେ ବର୍ତ୍ତମାନ ଏଠାରେ ସମସ୍ତ ପ୍ରକାରର ଖେଳ ହେଲାଣି ଯାହା ଆଗାମୀ ଦିନରେ କ୍ରିଡାବିତ ମାନଙ୍କ ପାଇଁ ଯଥେଷ୍ଟ ସହାୟକ ହେବ ବୋଲି କହିଥିଲେ ଅତିଥି।

kabadi

ଏହି ୬୯ ତମ ସିନିୟର କବାଡି ଚମ୍ପିଆନସିପରେ ପାଇଁ ରାଜ୍ଯର ୩୦ଟି ଜିଲ୍ଲାର କବାଡି ଟିମ ସହ କିଟ ଭୁବନେଶ୍ବର, ଓଡିଶା ପୋଲିସ, ଆରଏସପି ରାଉରକେଲା, ଇଷ୍ଟ କୋଷ୍ଟ ରେଲବାଇ ମଧ୍ୟ ଏହି ଚମ୍ପିଆନସିପରେ ଯୋଗ ଦେଇଥିଲେ। ପୁରୁଷ ବର୍ଗରେ କଟକ ଦଳ ଓଡିଶା ପୋଲିସକୁ ହରାଇ ଚମ୍ପିଆନ ହୋଇଥିବା ବେଳେ ମହିଳା ବର୍ଗରେ ଇଷ୍ଟକୋଷ୍ଟ ରେଳବାଇ ଦଳ ଢେଙ୍କାନାଳକୁ ହରାଇ ଚମ୍ପିଆନ ହୋଇଛନ୍ତି। ପ୍ରଥମ ଥର ପାଇଁ ସୁନ୍ଦରଗଡ ଜିଲ୍ଲା କ୍ରିଡା ସଂସଦ ଏଠାରେ ଏହି ଚମ୍ପିଆନସିପ କରିବା ପାଇଁ ଦାୟିତ୍ବ ନେବା ସହ ଖେଳାଳିଙ୍କ ପାଇଁ ରହିବା ,ଯିବା ଆସିବା ସମସ୍ତ ପ୍ରକାରର ବ୍ଯବସ୍ଥା କରିଥିଲେ ଯାହାକୁ ଖେଳାଳି ମଧ୍ୟ ପସନ୍ଦ କରିଛନ୍ତି।

 

Leave A Reply

Your email address will not be published.