କୋଚ ପି. ନାଗରାଜନଙ୍କ ବିରୋଧରେ ୭ରୁ ଅଧିକ ମହିଳା ଖେଳାଳୀ ଆଣିଲେ ଯୌନ ନିର୍ଯାତନା ଅଭିଯୋଗ

ଚେନ୍ନାଇ : ତାମିଲନାଡୁ କୋଚ ପି.ନାଗରାଜନଙ୍କ ବିରୋଧରେ ପୁଣି ୭ ମହିଳା ଖେଳାଳୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ନେଇ ଶନିବାର ପୋଲିସ କହିଛି । ନାଗରାଜନ ଏହି ମହିଳା ଖେଳାଳୀଙ୍କୁ ‘ଫିଜିଓଥେରାପି ଟ୍ରିଟମେଣ୍ଟ ’ ଦେବା ବାହାନାରେ ଯୌନ ଶୋଷଣ କରୁଥିଲା । ଖେଳାଳୀମାନେ ସାଧାରଣତଃ ଖେଳବେଳେ ବିଭିନ୍ନ ଆଘାତ ପାଇଥାନ୍ତି । ଏହି ଆଘାତର ଫାଇଦା ଉଠାଇଥାନ୍ତି କୋଚ ପି.ନାଗରାଜନ ।

ଏହି କମ୍‌ ବୟସର ଖେଳାଳୀମାନେ ପ୍ରଥମେ ବୁଝି ପାରନ୍ତି ନାହିଁ ଯେ କ’ଣ ସେମାନଙ୍କ ସହ ଘଟୁଛି । ବରଂ ସେମାନେ ସେମାନଙ୍କର ଖେଳର ପ୍ରୋଗ୍ରେସକୁ ନେଇ ବ୍ୟସ୍ତ ରହିଯାଆନ୍ତି ।

ସେ ଅଳ୍ପ ବୟସର ଖେଳାଳୀଙ୍କ ମାଇଣ୍ଡ ଓ୍ଵାସ କରି ଏହି ଆଘାତର ଫାଇଦା ଉଠାଇ ଟ୍ରିଟମେଣ୍ଟ ବାହାନାରେ ଉପଭୋଗ କରୁଥିବା ବେଳେ ମହିଳା ଖେଳାଳୀମାନେ ଖେଳରେ ସେମାନଙ୍କର ଉନ୍ନତି ଆଶାରେ ଚୁପ୍‌ ରହୁଥିଲେ ।

୫୯ ବର୍ଷିୟ ଏହି କୋଚ୍‌ ଜଣକ ଚେନ୍ନାଇରେ ଏକ ସ୍ସୋଟ୍‌ର୍ସ ଏକାଡେମୀ ଖୋଲିଥିବା ବେଳେ ଜଣେ ମହିଳା ଖେଳାଳୀଙ୍କ ଯୌନ ଶୋଷଣ ଅଭିଯୋଗରେ ମଇ ୩୦ ତାରିଖରେ ଗିରଫ ହୋଇଥିଲେ । ଏହି ଖେଳାଳୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ୭ ବର୍ଷ ଧରି ସେ ତାଙ୍କୁ ଯୌନ ଶୋଷଣ କରି ଆସୁଥିଲେ ବୋଲି ପୋଲିସରେ ଅଭିଯୋଗ କରିଥିଲେ ।

ଧିରେ ଧିରେ ଅନ୍ୟ ପୀଡ଼ିତାମାନେ ଅଭିଯୋଗ କରିଥିବା ପୋଲିସ କହିଛି । ଏବେ ଆହୁରି ୭ ଜଣ ମହିଳା ଖେଳାଳୀ ନାଗରାଜନଙ୍କ ବିରୋଧରେ ଯୌନ ଶୋଷଣ ମାମଲା ଆଣିଛନ୍ତି । ଯାହାକି ଅଧିକ ତଦନ୍ତ ବେଳେ କାମରେ ଆସିବ ବୋଲି ପୋଲିସ କହିଛି ।

You might also like