ICCର ବଡ଼ ନିଷ୍ପତ୍ତି, ଟି-୨୦ ବିଶ୍ବକପରେ ଷ୍ଟାଡିଅମରେ ରହିପାରିବେ ୭୦% ଦର୍ଶକ

ୟୁଏଇ ଏବଂ ଓମାନରେ ଖେଳାଯିବାକୁ ଥିବା ଆଗାମୀ ଟି-୨୦ ବିଶ୍ବକପ ପାଇଁ ଆଇସିସି ବଡ ନିଷ୍ପତ୍ତି ନେଇଛି। ଟି-୨୦ ମ୍ଯାଚ ବିଶ୍ବକପ ମ୍ଯାଚ ସମୟରେ ଷ୍ଟାଡିଅମରେ ୭୦ ପ୍ରତିଶତ ଦର୍ଶକ ରହିବା ପାଇଁ ଅନୁମତି ମିଳିଛି।

ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି T-୨୦ ବିଶ୍ୱକପ୍‌ । ନଭେମ୍ବର ୧୪ ଯାଏଁ ୟୁଏଇରେ ଖେଳାଯିବ ଫଟାଫଟ୍‌ କ୍ରିକେଟ୍‌ର ମହାକୁମ୍ଭ। ସମସ୍ତ ଷ୍ଟାଡିୟମରେ ୭୦ ପ୍ରତିଶତ ଦର୍ଶକ ରହିବେ। ଦର୍ଶକଙ୍କ ଉପସ୍ଥିତିରେ ଟି-୨୦ ବିଶ୍ୱକପ ଖେଳାଯିବା ନେଇ ଖୁସି ପ୍ରକାଶ କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ। ଦର୍ଶକଙ୍କ ଉପସ୍ଥିତି ଖେଳାଳିଙ୍କ ପ୍ରଦର୍ଶନକୁ ବୃଦ୍ଧି କରିବ। ଟି-୨୦ ବିଶ୍ୱକପ୍‌ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇସାରିଛି।

୧୫ ଅକ୍ଟୋବରରେ ଆଇପିଏଲ ମ୍ଯାଚ ଫାଇନାଲର ଗୋଟେ ଦିନ ପରେ ଆରମ୍ଭ ହେବ ବିଶ୍ବକପ୍ ମ୍ଯାଚ। ପୂର୍ବରୁ ଏହା ଭାରତରେ ଆୟୋଜିତ ହେବାକୁ ଥିଲା। କିନ୍ତୁ କୋଭିଡ ଯୋଗୁଁ ଏହାକୁ ୟୁଏଇ ଏବଂ ଓମାନକୁ ପରିବର୍ତ୍ତନ କରାଯାଇଥିଲା। କିନ୍ତ ଟୁର୍ନାମେଣ୍ଟକୁ ବିସିସିଆଇ ଆୟୋଜିତ କରୁଛି।

Leave A Reply

Your email address will not be published.