କ୍ରୀଡା

୮୦୯ ଉଇକେଟ ନେଇଥିବା ବୋଲର ଏବେ ରାସ୍ତାରେ କରୁଛନ୍ତି କାମ, ପରିବାର ଚଳାଇବା ପାଇଁ ବିକିଲେ ଚିପ୍ସ

ଏଭଳି ଜଣେ କ୍ରିକେଟର ଯାହାଙ୍କ ବୋଲିଂରେ ଭଲ ଭଲ ବ୍ୟାଟ୍ସମ୍ୟାନଙ୍କର ମଧ୍ୟ ହୋସ ଉଡିଯାଇଥାଏ। ଏଭଳି ଜଣେ ବୋଲର ଯାହାଙ୍କ ସଠିକ ଲାଇନ-ଲେନ୍ଥ ଭଲ ଭଲ ବ୍ୟାଟ୍ସମ୍ୟାନଙ୍କ ଟେଷ୍ଟ ନେଉଥିଲେ। ଏହି ବୋଲର ଜଣକ ନିଜର କ୍ରିକେଟ କ୍ୟାରିଅରରେ ୮୦୯ ଵିକେଟ ନେଇଥିଲେ। ସେହି ଖେଳାଳି ଆଜି ନିଜ ପରିବାର ପୋଷିବା ପାଇଁ ୧୩ଘଣ୍ଟା ରାସ୍ତାରେ ବିତାଉଛନ୍ତି। ଆମେ ଆପଣଙ୍କୁ ସେହି ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କ ବୟସ ପାଖାପାଖି ୭୦ବର୍ଷ ହୋଇଥିବା ନ୍ୟୁଜଲାଣ୍ଡର ପୂର୍ବ ତେଜ ବୋଲର ଏୱେନ ଚାଟଫିଲଡ଼। ଏହି ଖେଳାଳି ନ୍ୟୁଜଲାଣ୍ଡ ପାଇଁ ୪୩ ଟେଷ୍ଟ, ୧୧୪ ୱାନ ଡେ ଖେଳିଛନ୍ତି। କେବଳ ଏତିକି ନୁହେଁ ସେ ୧୫୭ ଫାଷ୍ଟକ୍ଲାସ ମ୍ୟାଚ ଏବଂ ୧୭୧ ଲିଷ୍ଟ ଏ ମ୍ୟାଚରେ ମଧ୍ୟ ଭାଗ ନେଇଥିଲେ। ତେବେ ଆସନ୍ତୁ ଜାଣିବା ଏହି ଖେଳାଳିଙ୍କ ବିଷୟରେ କିଛି ଅଜଣା କଥା।

ଏୱେନ ଚାଟଫିଲଡ଼ଙ୍କ ବଳ ହେଉଛି ବଲ ଉପରେ ତାଙ୍କର ଅଦ୍ଭୁତ ନିୟନ୍ତ୍ରଣ। ପୁରା କ୍ୟାରିୟରରେ ସେ ୮୦୯ ଵିକେଟ ନେଇଥିଲେ। ଏୱେନ ଚାଟଫିଲଡ଼ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଭଳି ମଜବୁତ ଟିମ ବିପକ୍ଷରେ ମଧ୍ୟ ନ୍ୟୁଜଲାଣ୍ଡ ଦଳ ପାଇଁ ଟେଷ୍ଟ ସିରିଜ ଜିତିଥିଲେ। ଏହାବ୍ୟତୀତ ୧୯୮୦ ମସିହା ଫେବୃଆରୀରେ ଚାଟଫିଲଡ଼ ହଇଚଇ ସୃଷ୍ଟି କରିଥିଲେ। ସେ ୱେଷ୍ଟଇଣ୍ଡିଂଜ ଭଳି ମଜବୁତ ଟିମକୁ ତିନି ଦିବସିୟ ମ୍ୟାଚରେ ହରାଇଥିଲେ। ଏହି ମ୍ୟାଚରେ ଚାଟଫିଲଡ଼ ୱେଷ୍ଟଇଣ୍ଡିଂଜ ବିପକ୍ଷରେ ପ୍ରଥମ ଥର ୬ ଏବଂ ଦ୍ଵିତୀୟ ଥର ୭ ଵିକେଟ ନେଇଥିଲେ।

ଅବସର ପରେ ଏପରି ପୋଷୁଛନ୍ତି ପରିବାର

୧୯୮୯ ମସିହା ଫେବୃଆରୀରେ ସନ୍ୟାସ ନେବା ପରେ ଏୱେନ ଚାଟଫିଲଡ଼ ପରିବାର ଚଳାଇବା ପାଇଁ ଛୋଟମୋଟ ଚାକିରି କରିଥିଲେ। ନ୍ୟୁଜଲାଣ୍ଡ କ୍ରିକେଟରଙ୍କୁ ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଭାରତୀୟ କ୍ରିକେଟରଙ୍କୁ ଯେତିକି ଟଙ୍କା ମିଳିଥାଏ ସେତିକି ମିଳିନଥାଏ। ଏହିକାରଣରୁ ଏୱେନ ଚାଟଫିଲଡ଼ଙ୍କୁ ଚିପ୍ସ ବିକ୍ରି କରାଯାଉଥିବା ଷ୍ଟୋରରେ ଚାକିରି କରିବାକୁ ପଡିଥିଲା। ଏହାପରେ ସେ କ୍ଷୀର ବିକ୍ରି ଭ୍ୟାନ ଚଳାଇଥିଲେ। ଏପରିକି କୋରିୟର ବୟ ହୋଇଥିଲେ ଏୱେନ ଚାଟଫିଲଡ଼।

ବର୍ତ୍ତମାନ କଥା କହିବାକୁ ଗଲେ ଏୱେନ ଚାଟଫିଲଡ଼ ଜଣେ ଟ୍ୟାକ୍ସି ଡ୍ରାଇଭର। ସେ ୱେଲିଂଗଟନ ରାସ୍ତାରେ ଘରୋଇ କ୍ୟାବ ଚଳାଉଛନ୍ତି। ସୂଚନା ମୁତାବକ ଏୱେନ ଚାଟଫିଲଡ଼ ପାଖାପାଖି ୧୩ ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଚଳାଇଥାନ୍ତି। ଏସବୁ ଶୁଣିବା ପରେ ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ ତ କେତେ ବଡ କ୍ରିକେଟର ରାସ୍ତାରେ ଟ୍ୟାକ୍ସି ଚଳାଉଛନ୍ତି। କଣ ଆପଣ ଭାରତରେ ଏଭଳି କାମ କରିବା ବିଷୟରେ କେବେ ଚିନ୍ତା କରିପାରିବେ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago