ଦିଲ୍ଲୀ ଏୟାରପୋର୍ଟରେ ନାଚ କରି ନିଜ ବିଜୟ ଉତ୍ସବ ପାଳନ କଲେ ଭଗବାନ ଦେବୀ

ହରିୟାଣା ନିବାସୀ ୯୪ ବର୍ଷୀୟା ଭଗଵାନୀ ଦେବୀ ବିଶ୍ୱ ମାଷ୍ଟର୍ସ ଆଥଲେଟିକ ଚାମ୍ପିଅନସିପରେ ଗୋଟିଏ ସ୍ବର୍ଣ୍ଣ ପଦକ ଓ ଦୁଇଟି ବ୍ରୋଞ୍ଜ ପଦକ ଜିତି ଭାରତର ଗାରିମା ବଜାୟ ରଖିଛନ୍ତି । ପଦକ ଜିତିବା ପରେ ଭଜବାନି ଦେବୀ ଭାରତ ଫେରିଆସିଥିବା ବେଳେ ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କର ଟିକେ ଝଲକ ଦେଖିବା ପାଇଁ ଏୟାରପୋର୍ଟରେ ପ୍ରଶଂଶଙ୍କ ମାନଙ୍କର ଜୋରଦାର ଭିଡ ଦେଖାଦେଇଥିଲା । ଆଉ ଏହି ସମୟରେ ନିଜେ ଭଗଵାନୀ ଦେବୀ ଡ୍ୟାନ୍ସ କରି ସଫଳତାର ମଜା ନେଇଛନ୍ତି । ତାଙ୍କ ସହିତ ତାଙ୍କ ପରିବାର ଲୋକେ ବି ମହଜୂତ ଥିଲେ ।

ପ୍ରକୃତରେ ଫିନଲ୍ୟାଣ୍ଡରେ ଆୟୋଜିତ ୱାର୍ଲ୍ଡ ମାଷ୍ଟର୍ସ ଆଥଲେଟିକ ଚାମ୍ପିଅନସିପରେ ତିନିଟି ପଦକ ଜିତି ଭାରତ ଫେରିଥିବା ହରିୟାଣାର ଭଗଵାନୀ ଦେବୀ ଦିଲ୍ଲୀ ଏୟାରପୋର୍ଟରେ ନାଚ କରୁଥିବା ନଜର ଆସିଛନ୍ତି । ନ୍ୟୁଜ ଏଜେନ୍ସି ପକ୍ଷରୁ ତାଙ୍କର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଯେଉଁଥିରେ ସେ ଖୁବ ଖୁସିଥିବା ଦେଖାଦେଇଛନ୍ତି । ଆଉ ନିଜ ବକ୍ତବ୍ୟରେ ସେ କହିଛନ୍ତିକି ଅନ୍ୟ ଦେଶରେ ପଦକ ଜିତି ନିଜ ଦେଶକୁ ଗୌରବାନ୍ୱିତ କରି ଥିବାରୁ ସେ ଖୁବ ଖୁସିଥିବା କହିଛନ୍ତି ।

 

 

ତାଙ୍କ ନିକଟକୁ ବିଭିନ୍ନ ସୋସିଆଲ ମିଡ଼ିଆ ଜରିଆରେ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ତାଙ୍କୁ “କ୍ୱିନ ଅଫ ଆଥଲେଟିକ” ବି କୁହାଯାଏ । କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ତାଙ୍କର ଏହି ବିଜୟରେ ଶୁଭେଚ୍ଛା ଦିଆଯାଇଛି । କହିରଖିବା ଉଚିତ ହେବକି ୧୦୦ ମିଟର ବିଶିଷ୍ଟ ଏକ ସ୍ପ୍ରିଣ୍ଟ ଇଭେଣ୍ଟରେ ମାତ୍ର ୨୪.୭୪ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ବ୍ୟତୀତ ସଟ ଫୁଟରେ ବ୍ରୋଞ୍ଜ ଜିତିଛନ୍ତି । ଏହା ପୂର୍ବରୁ ଚେନ୍ନାଇରେ ଆୟୋଜିତ ରାଷ୍ଟ୍ରୀୟ ମାଷ୍ଟର୍ସ ଆଥଲେଟିକ ଚାମ୍ପିୟାନସିପରେ ତିନୋଟି ସ୍ବର୍ଣ୍ଣ ପଦକ ନିଜ ନାଁରେ କରିଥିଲେ । ଯାହା ପରେ ତାଙ୍କୁ ବିଶ୍ୱ ମାଷ୍ଟ୍ରର୍ସ ଆଥଲେଟିକ ଚାମ୍ପିୟାନସିପ ୨୦୨୨
ପାଇଁ ଉନ୍ନୀତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.