କାଙ୍ଗାଳ ହୋଇଗଲେ ଏହି ଷ୍ଟାର ଖେଳାଳି! ହଠାତ୍‌ ଆକାଉଣ୍ଟରୁ ଉଡ଼ିଗଲା ୯୮ କୋଟି ଟଙ୍କା, ଜୀବନ ଯାକର ରୋଜଗାର ରଖିଥିଲେ ସାଇତି

କାରାବିୟାନ୍‌ ଦେଶ ଜାମାଇକାର ଷ୍ଟାର ଧାବକ ଉସୈନ ବୋଲ୍ଟ ଏବେ କାଙ୍ଗାଳ ହୋଇଯାଇଛନ୍ତି। ତାଙ୍କ ଜୀବନ ଯାକର ରୋଜଗାର ଏବଂ ରିଟାୟରମେଣ୍ଟର ପଇସା ହଠାତ୍‌ ଗାଏବ ହୋଇଯାଇଛି। ଲଣ୍ଡନରୁ ନେଇ ବେଜିଂ ପର୍ଯ୍ୟନ୍ତ ରେସ୍‌ ଟ୍ରାକ୍‌ରେ ଦୌଡ଼ୁଥିବା ବୋଲ୍ଟଙ୍କ ସହିତ ଯାହା କିଛି ହୋଇଛି, ତାହା ସମସ୍ତଙ୍କ ହୋଶ୍‌ ଉଡ଼ାଇ ଦେଇଛି। ସେ ୮ ଥର ଗୋଲ୍ଡ ବିଜେତା ମଧ୍ୟ ରହିଛନ୍ତି।

ରିଟାୟରମେଣ୍ଟ ପରେ ଏବେ ବୋଲ୍ଟ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ମାମଲା ସମ୍ପୂର୍ଣ୍ଣ ଭିନ୍ନ ରହିଛି। ବାସ୍ତବରେ, ଉସୈନ ବୋଲ୍ଟଙ୍କୁ ୧୨.୮ ମିଲିୟନ ଡଲାର (ପାଖାପାଖି ୯୮ କୋଟି ଟଙ୍କା)ର ଚୁନା ଲାଗି ଯାଇଛି।

ବୋଲ୍ଟଙ୍କ ଇନ୍‌ଭେଷ୍ଟମେଣ୍ଟ ଆକାଉଣ୍ଟରୁ ୯୮ କୋଟି ଟଙ୍କା ଗାଏବ ହୋଇଯାଇଛି। ତାଙ୍କର ଏହି ଆକାଉଣ୍ଟ SSL (Stocks and Securities Limited) କମ୍ପାନୀ ସହିତ ଥିଲା। ଏହା ଜାମାଇକାର ଏକ ନିବେଶ କମ୍ପାନୀ। ଏ ବାବଦରେ ବୋଲ୍ଟଙ୍କ ଓକିଲ କମ୍ପାନୀକୁ ଏକ ଚିଠି ପଠାଇଛନ୍ତି, ଯେଉଁଥିରେ ତାଙ୍କର ପଇସା ଫେରାଇ ଦେବାକୁ ଦାବି କରାଯାଇଛି।

୧୧ ଜାନୁୟାରୀରେ ବୋଲ୍ଟ ଘଟଣା ବିଷୟରେ ଜାଣିଲେ

ବୋଲ୍ଟ ୧୧ ଜାନୁୟାରୀରେ ଜାଣିବାକୁ ପାଇଥିଲେ କି, ତାଙ୍କର ଫଣ୍ଡ୍‌ ଗାଏବ ହୋଇଯାଇଛି। ଏହାପରେ ବୁଧବାର ତାଙ୍କ ଓକିଲ କମ୍ପାନୀଠୁ ଦାବି କରିଥିଲେ କି, ୧୦ ଦିନ ଭିତରେ ପଇସା ଫେରାଯାଉ, ନଚେତ୍‌ ଏହା ବିରୋଧରେ ମାମଲା ହେବ।

ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି କି, ଯଦି ୮ ଦିନ ଭିତରେ ପଇସା ଫେରାଯିବ ନାହିଁ, ତା’ ହେଲେ ମାମଲାକୁ ସୁପ୍ରିମ କୋର୍ଟଙ୍କ ପର୍ଯ୍ୟନ୍ତ ନେଇଯିବାକୁ ବୋଲ୍ଟ ଯୋଜନା କରିଛନ୍ତି। ବୋଲ୍ଟଙ୍କ ଆକାଉଣ୍ଟରେ ୧୨.୮ ମିଲିୟନ ଡଲାର ଥିଲା, ଯାହାକି ତାଙ୍କ ରିଟାୟରମେଣ୍ଟ ଏବଂ ଜୀବନ ଯାକର ସଞ୍ଚୟର ଅଂଶ ଥିଲା।

ତେବେ ଓକିଲ ଲିଣ୍ଟନ ପି. ଗାର୍ଡନ କହିଛନ୍ତି, ଏବେ ବୋଲ୍ଟଙ୍କ ପାଖରେ ମାତ୍ର ୧୨,୦୦୦ ଡଲାର (ପାଖାପାଖି ୧୦ ଲକ୍ଷ ଟଙ୍କା) ବଳିଛି। ସେପଟେ କମ୍ପାନୀ ଏହି ମାମଲାରେ କୌଣସି ବୟାନ ଜାରି କରି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.