ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ବିଶ୍ୱକପ୍‌ର ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ; ଦେଖନ୍ତୁ ଭିଡିଓ

ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ଓ ଏଣ୍ଡୋରା ମଧ୍ୟରେ ଶୁକ୍ରବାର ହେବାକୁ ଥିବା ମୁକାବିଲା ପୂର୍ବରୁ ଏଷ୍ଟାଡି ନେକିଓନଲ୍‌ ଷ୍ଟାଡିୟମରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। କିଛି ଘଣ୍ଟା ମଧ୍ୟରେ ଦୁଇ ଦଳ ମଧ୍ୟରେ ଏଠାରେ ମ୍ୟାଚ୍ ଖେଳାଯିବାକୁ ଥିଲା। କିନ୍ତୁ ଭୟଙ୍କର ଅଗ୍ନିକାଣ୍ଡ ପରେ ଏହି ମ୍ୟାଚ୍ ଶନିବାର ସନ୍ଧ୍ୟା ୭ଟା ୧୫(ଏଣ୍ଡୋରା ସମୟ, ଯାହାକି ଭାରତୀୟ ସମୟ ରବିବାର ୧୨ଟା ୧୫ AM)ରେ ଖେଳାଯିବ। ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଭିଡିଓ ରିଲିଜ୍ କରି ଏକ ନ୍ୟୁଜ୍ ଚ୍ୟାନେଲ ଏହି ଘଟଣା ବିଷୟରେ ସୂଚନା ଦେଇଛି।

ସୂଚନା ପ୍ରଦାନ କରି ଏଣ୍ଡୋରା ଫୁଟବଲ ଆସୋସିଏସନର ମୁଖପାତ୍ର କହିଛନ୍ତି ଯେ ଏହି ମ୍ୟାଚ୍ ଶନିବାର ନିର୍ଦ୍ଧାରିତ ସମୟରେ ସନ୍ଧ୍ୟା ୭ଟା ୧୫(ଏଣ୍ଡୋରା ସମୟ)ରେ ଅନୁଷ୍ଠିତ ହେବ। ଅଗ୍ନିକାଣ୍ଡରେ ବ୍ୟକ୍ତିଗତ କ୍ଷତି ହୋଇ ନାହିଁ, କେବଳ ସମ୍ପତ୍ତି ନଷ୍ଟ ହୋଇଛି। ଏହି ମ୍ୟାଚ୍ ବର୍ତ୍ତମାନ କାର୍ଯ୍ୟସୂଚୀ ଅନୁଯାୟୀ ଖେଳାଯିବ।

UEFA ଏବଂ ଏଣ୍ଡୋରା ଫୁଟବଲ ଆସୋସିଏସନର କର୍ମକର୍ତ୍ତାଙ୍କ ସହ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ଅନୁସାରେ, ନିଆଁ ଲାଗିବା ପୂର୍ବରୁ ସେଠାରେ କିଛି ୱେଲଡିଂ କାମ କରାଯାଉଥିଲା। ଏହି ଅଗ୍ନିକାଣ୍ଡରେ ଡଗ୍‌ଆଉଟ ଏବଂ ଭିଡିଓ ଆସିଷ୍ଟାଣ୍ଟ ରେଫରିଙ୍କ ମନିଟର ଜଳି ପାଉଁଶ ହୋଇଯାଇଛି। ଏଥିସହ ଷ୍ଟାଡିୟମର କାନ୍ଥ ମଧ୍ୟ ଜଳି ଯାଇଛି।

ବିଶ୍ୱକପ ପୂର୍ବରୁ ଏଭଳି ଘଟଣାକୁ ନେଇ ଏବେ ଏଣ୍ଡୋରା ଫୁଟବଲ ଆସୋସିଏସନର ବ୍ୟବସ୍ଥା ଏବଂ ଖେଳାଳିଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ କୌଣସି ସୂଚନା ନାହିଁ।

Leave A Reply

Your email address will not be published.