କିସ୍ ତରଫରୁ ରେହମାନଙ୍କୁ ପ୍ରଦାନ କରାଗଲା ଜୀବନ ବ୍ୟାପି ସାଧନା ପୁରସ୍କାର-୨୦୧୮

କିସ୍ ପରିସରରେ ଓସ୍କାର ବିଜେତା ଏ.ଆର ରେହମାନ। କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ରେହମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କିସର ଛାତ୍ରୀମାନେ ପୁଷ୍ପଗୁଚ୍ଛ ଦେଇ ରେହମାନଙ୍କୁ ସ୍ୱାଗତ କରିଥଲେ। କିସ ପରିସରରେ ଥିବା ସମସ୍ତ ସ୍ଥାନ ବୁଲି ଦେଖିଥିଲେ ରେହମାନ। ଏହି ସମୟରେ ଛାତ୍ରଛାତ୍ରୀମାନେ ସ୍ୱତନ୍ତ୍ର ବ୍ୟାଣ୍ଡ ଓ ନୃତ୍ୟ ପରିବେଷଣ କରି ତାଙ୍କୁ ପାଛୋଟି ନେଇଥିଲେ। ଡକ୍ଟର ଅଚ୍ୟୁତ ସାମନ୍ତ ରେହମାନଙ୍କୁ ପ୍ରଶଂସା କରିବା ସହ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରିଥିଲେ।
କିସ୍ ଦେଖି ବିମୋହିତ ହୋଇଥିଲେ ଏ ଆର ରେହମାନ। କହିଥିଲେ, ଭୁବନେଶ୍ୱର ଆସି କିସ୍ ନ ଦେଖି ଫେରି ଯାଇଥିଲେ ମନରେ ଅବଶୋଷ ରହିଥାନ୍ତା। କିସ୍ ଭଳି ଅନୁଷ୍ଠାନ ପାଇଥିବାରୁ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବା ଉଚିତ। ଏହାସହ କିସ୍ ଭଳି ଅନୁଷ୍ଠାନ ପ୍ରତିଷ୍ଠ କରିବା ଦିଗରେ ଡକ୍ଟର ସାମନ୍ତଙ୍କ ଭୂମିକାକୁ ପ୍ରଂଶସା କରିଥିଲେ।
ଆଜିର କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍ ଓ କିସର ସମ୍ପାଦକ ଆର.ଏନ୍.ଦାଶ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କିସ୍ର ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ଡ. ପି.କେ. ରାଉତରାୟ ଓ ଅନ୍ୟ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।