ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତର ସ୍ବର୍ଣ୍ଣିମ ଆରମ୍ଭ, ଗୋଲ୍ଡ୍ ମେଡାଲ ଜିତିଲେ ଅବନୀ ଲେଖରା

ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତର ସ୍ବର୍ଣ୍ଣିମ ଆରମ୍ଭ । ସ୍ୱର୍ଣ୍ଣ ପଦକ ସହ ମେଡାଲ ଖାତା ଖୋଲିଛି ଭାରତ । ଦ୍ବିତୀୟ ଦିନରେ ଭାରତକୁ ମିଳିଛି ଦୁଇଟି ପଦକ। ମହିଳା ସୁଟିଂ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଛି ଭାରତ। ପ୍ୟାରିସ ପାରା ଅଲିମ୍ପିକ୍ସର ୧୦ ମିଟର ଏୟାର ରାଇଫଲ ସୁଟିଂରେ ସ୍ବର୍ଣ୍ଣପଦକ ଜିତିଛନ୍ତି ଅବନୀ । ପୂର୍ବରୁ ସେ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିଲେ ।

ଏହି ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ମୋନା ଅଗ୍ରୱାଲ । ଟୋକିଓ ପାରାଅଲିମ୍ପିକ୍ସରେ ମଧ୍ୟ ଅବନୀ ଗୋଟିଏ ସ୍ବର୍ଣ୍ଣ ସହ ମୋଟ୍ ଦୁଇଟି ପଦକ ହାସଲ କରିଥିଲେ। ଟୋକିଓ ପାରାଲିମ୍ପିକ୍ସରେ ୨୪୯.୬ ସ୍କୋର କରି ରେକର୍ଡ କରିଥିବା ଅବନୀ, ଏଥର ୨୪୯.୭ ସ୍କୋର କରି ନିଜ ପାରାଅଲିମ୍ପିକ୍ସ ରେକର୍ଡକୁ ଭାଙ୍ଗିଛନ୍ତି। ଯେତେବେଳେ କି ମୋନା ଅଗ୍ରୱାଲ ୨୨୮.୭ ସ୍କୋର ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଦକ୍ଷିଣ କୋରିଆର ୟୁନରି ଲି ୨୪୬.୮ ସ୍କୋର କରି ରୌପ୍ୟ ପଦକ ଜିତିଥିଲେ। ୨୦୨୨ରେ ଅବନୀ ପଦ୍ମଶ୍ରୀରେ ସମ୍ମାନିତ ହୋଇସାରିଛନ୍ତି।

 

You might also like