ଅଭିଷେକ ଶର୍ମାଙ୍କୁ ଏୟାରପୋର୍ଟରେ କରାଗଲା ହଇରାଣ, ମିସ୍ ହୋଇଗଲା ଫ୍ଲାଇଟ

ଭାରତୀୟ କ୍ରିକେଟ ଟିମର ଯୁବ ଖେଳାଳି ଅଭିଷେକ ଶର୍ମାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ହରାଇଣ କରାଯାଇଛି । ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ଏୟାରଲାଇନ ଷ୍ଟାଫ ଖରାପ ବ୍ୟବହାର କରିଥିବା ଅଭିଷେକ ଶର୍ମା କହିଛନ୍ତି । ଅଭିଷେକ ଛୁଟି ମନାଇବା ପାଇଁ ଯାଉଥିବା ବେଳେ ଏଭଳି ହଇରାଣ ହୋଇଥିବାରୁ ବିମାନ ମଧ୍ୟ ମିସ୍ କରିଛନ୍ତି । ଏହାସହିତ ତାଙ୍କୁ କୌଣସି ପ୍ରକାର ସହାୟତା କରାଯାଇନଥିଲା । ଅଭିଷେକଙ୍କୁ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଚୟନ କରାଯାଇଛି ।

ଇନଷ୍ଟାଗ୍ରାମରେ ଅଭିଷେକ ଷ୍ଟୋରୀ ସେୟାର କରି କହିଛନ୍ତି, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋ ସହିତ ମୋର ଖରାପ ଅନୁଭବ ରହିଛି । ଷ୍ଟାଫଙ୍କ ବ୍ୟବହାର ବରଦାସ୍ତ କରାଯିବା ଭଳି ନଥିଲା । ମୁଁ ଠିକ୍ କାଉଣ୍ଟରରେ ସଠିକ୍ ସମୟରେ ପହଞ୍ଚିଥିଲି । କିନ୍ତୁ ମୋତେ ଅନାବଶ୍ୟକ ଭାବେ ଅନ୍ୟ କାଉଣ୍ଟରକୁ ପଠାଯାଇଥିଲା । ଏହାପରେ ଚେକ୍-ଇନ୍ ବନ୍ଦ କରାଯାଇଥିଲା । ଏଥିପାଇଁ ମୋ ବିମାନ ମଧ୍ୟ ମିସ୍ ହୋଇଯାଇଥିଲା । ମୋ ପାଖରେ କେବଳ ଗୋଟିଏ ଦିନର ଛୁଟି ଥିଲା, ଯାହା ଏବେ ବରବାଦ୍ ହୋଇଯାଇଛି ।

ଅଭିଷେକ ଖୁବଶୀଘ୍ର ଟିମ ଇଣ୍ଡିଆ ସହିତ ଯୋଗ ଦେବେ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୨୨ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଅଭିଷେକ ବିସ୍ଫୋରକ ବ୍ୟାଟର । ଅନେକ ମ୍ୟାଚରେ ଭଲ ପ୍ରଦର୍ଶନ ମଧ୍ୟ କରିଚନ୍ତି । ଇଂଲଣ୍ଡ ସିରିଜ ପୂର୍ବରୁ ଛୁଟି ମନାଇବାକୁ ଚାହୁଁଥିଲେ ଅଭିଷେକ । କିନ୍ତୁ ବିମାନ ମିସ୍ ହୋଇଯିବା କାରଣରୁ ଏଭଳି ହୋଇପାରିଲା ନାହିଁ । ତେଣୁ ସୋସିଆଲ ମିଡିଆରେ ଅଭିଯୋଗ ଆଣିଛନ୍ତି ଅଭିଷେକ ।

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ଦାୟିତ୍ବ ମିଳିଛି । ସେହିପରି ଟିମକୁ ଫେରିଛନ୍ତି ମହମ୍ମଦ ଶାମି ।

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍  :

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ-ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ

Also Read : ଟିମ୍ ଇଣ୍ଡିଆ ଫ୍ୟାନ୍ସଙ୍କୁ ଝଟକା, ଚାମ୍ପିଅନ୍ସ ଟ୍ରଫିର କିଛି ମ୍ୟାଚରୁ ବାଦ୍ ପଡିବେ ଜସପ୍ରୀତ ବୁମରା !

You might also like